News18 Odia Digital
ବାଲେଶ୍ଵର: ବାପା ମାଙ୍କୁ ଘର ଭିତରେ ପୋଡି ମାରିବାକୁ ଉଦ୍ଯମ କରିଲା ପୁଅ। ଏଭଳି ଅଭାବନିୟ ଘଟଣା ଘଟିଛି ଭୋଗରାଇ ବ୍ଳକ ଗୁଛିଦା ତେଘରି ପଞ୍ଚାୟତ ମଙ୍ଗରାଜ ପୁର ଗାଁରେ। ଘଟଣା ସ୍ଥଳରେ ଚନ୍ଦନେଶ୍ଵର ପୋଲିସ ପହଞ୍ଚି ପୁଅ ଶ୍ରୀମନ୍ତକୁ ଗିରଫ କରିଛି।
ମଙ୍ଗରାଜପୁର ଗ୍ରାମର ସୁଧିର ନାୟକଙ୍କ ପୁଅ ଶ୍ରୀମନ୍ତ ନାୟକ ଘରକୁ ଆସି ତାଙ୍କ ମାଙ୍କୁ ସହିତ ଗଣ୍ଡଗୋଳ କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ଏହା ଦେଖି ତାଙ୍କ ବାପା ବିରୋଧ କରିବାରୁ ତାଙ୍କୁ ବି ମଧ୍ଯ ମାଡ ମାରି ଘର ଭିତରେ ଭର୍ତ୍ତି କରି କବାଟ ଦେଇ ସମ୍ପୂର୍ଣ୍ଣ ଘରକୁ ନିଆଁ ଲଗାଇ ଦେଇଥିଲେ । ତେବେ ସୁଧିର ଓ ତାଙ୍କ ସ୍ତ୍ରୀ ଚିତ୍କାର କରିବାରୁ ପଡିଶା ଘର ଲୋକ ଆସି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ନିଆଁ ଲାଗିବା ଫଳରେ ସମ୍ପୂର୍ଣ୍ଣ ଘରର ଆସବାପତ୍ର ଜଳି ଭସ୍ମୀଭୂତ ହେଇଯାଇଛି।

ବାପା ଶ୍ରୀଧର ଓ ମା ସ୍ନେହଲତା
ଏନେଇ ବାପାଙ୍କ ଲିଖିତ ଅଭିଯୋଗ ମୂଳେ ଭୋଗରାଇ ଥାନାରେ କେସ ନଂ. ୧୫୩/୨୨ରେ ଏକ ମାମଲା ରୁଜୁ ହୋଇଛି। ଥାନାରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ମଙ୍ଗରାଜପୁର ଗାଁରସୁଧୀର ନାୟକ ଓ ସ୍ନେହଲତାଙ୍କ ଏକମାତ୍ର ପୁତ୍ର ୪୦ ବର୍ଷୀୟ ଶ୍ରୀମନ୍ତ । ଶ୍ରୀମନ୍ତ ବିବାହ ପରେ କାନ୍ଦିଭଉଁରୀ ଗାଁର ଶ୍ଵଶୁର ଘରେ ରହି ଆସୁଥିଲେ।
ସୋମବାର ପ୍ରାୟ ୧ଟା ବେଳେ ମା’ ରୋଷେଇ କରୁଥିବା ବେଳେସେ ଅଚାନକ ଘରେ ପହଞ୍ଚିଥିଲା। ମା’ଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ପ୍ରବଳ ମାଡମାରିଥିଲା। ବାପା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେ ଛାଡି ନଥିଲା। ଚିତ୍କାର ଶୁଣି ପଡୋଶୀମାନେ ସେଠାରେ ପହଞ୍ଚି ନୃଶଂସ ପୁଅ ଶ୍ରୀମନ୍ତ ହାତରୁ ବାପାମା’ଙ୍କୁ ଉଦ୍ଧାର କରିଥିଲେ। ମା’ ସ୍ନେହଲତା ଜଣେ କର୍କଟ ରୋଗୀ। ତାଙ୍କ ଚିକିତ୍ସା ପାଇଁ ସୁଧୀର ମାଗିଯାଚି ଘରେ ୩୫ହଜାର ଟଙ୍କା ସାଇତି ରଖିଥିଲେ। ତାହା ମଧ୍ୟ ଜଳି ପୋଡିପାଉଁଶ ହୋଇ ଯାଇଛି । ଏବେ ନିରାଶ୍ରୟ ବାପାମା’ ରାତି କେମିତି କାଟିବେ, ଚିନ୍ତାରେ ରହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।