ବନ୍ଧା ହେଲା କୁଳାଙ୍ଗାର ପୁଅ; ଟଙ୍କା ନଦେବାରୁ ବାପାଙ୍କ ଗାଡ଼ିରେ ରଖିଥିଲା ବନ୍ଧୁକ

ଟଙ୍କା ନ ଦେବାରୁ ବାପାକୁ ଜେଲ ପଠାଇବାକୁ ଚକ୍ରାନ୍ତ କରିଥିଲା । ଗାଡ଼ି ଭିତରେ ବନ୍ଧୁକ ରଖି ପୋଲିସକୁ ଖବର ଦେଇଥିଲା। ଶେଷରେ ପୋଲିସ ତଦନ୍ତ କରି ଅଭିଯୋଗକାରୀ ପୁଅକୁ ଗିରଫ କରିଛି।

ଟଙ୍କା ନଦେବାରୁ ବାପାଙ୍କ ଗାଡ଼ିରେ ରଖିଥିଲା ବନ୍ଧୁକ (ପ୍ରତୀକାତ୍ମକ ଛବି)

ଟଙ୍କା ନଦେବାରୁ ବାପାଙ୍କ ଗାଡ଼ିରେ ରଖିଥିଲା ବନ୍ଧୁକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବନ୍ଧା ହେଲା କୁଳାଙ୍ଗାର ପୁଅ । ଜନ୍ମ କଲା ବାପାକୁ ଫସାଇବାକୁ ଗାଡ଼ି ଭିତରେ ବନ୍ଧୁକ ରଖି ପୋଲିସକୁ ଖବର ଦେଇଥିଲା। ଟଙ୍କା ନ ଦେବାରୁ ବାପାକୁ ଜେଲ ପଠାଇବାକୁ ଚକ୍ରାନ୍ତ କରିଥିଲା । ଶେଷରେ ପୋଲିସ ତଦନ୍ତ କରି ଅଭିଯୋଗକାରୀ ପୁଅକୁ ଗିରଫ କରିଛି।  ଏଭକି ଏକ ସାଙ୍ଘାତିକ ଖବର ଆସିଛି ବାଲିଅନ୍ତା ଅଞ୍ଚଳରୁ ।

ଜନ୍ମ କଲା ବାପା ଟଙ୍କା ନଦେବାରୁ ନିଜ ସାଙ୍ଗ ସହ ମିଶି ବାପାଙ୍କ କାରରେ ବନ୍ଧୁକ ରଖିବା ସହ ବାପା ଜଣେ ଅପରାଧି ବୋଲି ପୋଲିସକୁ ଖବର ଦେଇଥିଲା । ପରେ ସ୍ପେଶାଲ ସ୍କ୍ୱାର୍ଡ଼ ଓ ବାଲିଅନ୍ତା ପୋଲିସ ରେଡ଼ କରି କାର ଭିତରୁ ଏକ ମାଉଜର ଜବତ କରିଥିଲା । ପରେ ବାପା ପୁଅକୁ ପଚରାଉଚରା କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।  ଅଭିଯୁକ୍ତ ପୁଅ ବିଶ୍ୱଜିତ ଦାସ ଓ ତାର ସାଙ୍ଗ ଅଭିନ୍ନ ମହାପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଅନ୍ତା ପୋଲିସ ।

ପୋଲିସର ସୂଚନା ଅନୁସାରେ, ବାପାଙ୍କୁ ଜେଲ ପଠାଇବାକୁ ପୁଅ ରଚିଥିଲା ଷଡଯନ୍ତ୍ର । ବାପା ଗାଡ଼ିରେ ବନ୍ଧୁକ ରଖି ପୁଅ ଖେଳିଥିଲା ନୂଆ ଚାଲ୍ । ବାପା ଅପରାଧରେ ସମ୍ପୃକ୍ତି ରହିବା କଥା ପୁଲିସକୁ ଖବର ଦେଇଥିଲା ପୁଅ । ଆଉ ବାପାକୁ ଜେଲ ପଠାଇବା ଲାଗି ଚକ୍ରାନ୍ତ କରିଥିବା ପୁଅ ଫସିବା ସହ ନାଟକରେ ପଢିନି ଯବନିକା । ଏଥିରେ ସମ୍ପୃକ୍ତି ରହିଥିବା ଭିଲିଆନ୍ ପୁଅ ଓ ତା’ର ସହଯୋଗୀକୁ କମିଶନରେଟ ପୋଲିସ ଧରିଛି ।

"ବାଲିଅନ୍ତାର ଗତିକୃଷ୍ଣ ଗ୍ରୀନ ଆପାର୍ଟମେଣ୍ଟରେ ବ୍ୟବସାୟୀ ସୁରେନ୍ଦ୍ର ଦାଶ ରହୁଛନ୍ତି । ତାଙ୍କ ପୁଅ ବିଶ୍ବଜିତ ବେକାରୀ ଥିବା ବେଳେ ଆର୍ଥିକ ସମସ୍ୟା ଲାଗି ରହିଥିଲା । ତେଣୁ ସେ ବାପାଙ୍କ ଉପରେ ନିର୍ଭର କରୁଥିଲା। ଧୀରେ ଧୀରେ ବାପା ଟଙ୍କା ଦେବା ବନ୍ଦ କରିଦେଲେ । ଯେଉଁଥି ପାଇଁ ବିଶ୍ୱଜିତ ବାପାଙ୍କୁ ଫସାଇବାକୁ ଚେଷ୍ଟା କରିଥିଲା । ଏଥିପାଇଁ ବାପାଙ୍କ କାର ଭିତରେ ଏକ ଦେଶୀ ବନ୍ଧୁକ ରଖି ପୋଲିସକୁ ଖବର ଦେଇଥିଲା । ବାଲିଅନ୍ତା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ଼ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ବନ୍ଧୁକକୁ ଜବତ କରିଥିଲା । ପରେ ବନ୍ଧୁକ ସମ୍ପର୍କରେ ଗାଡ଼ି ଡ୍ରାଇଭରକୁ ପଚରାଉଚରା କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା,"କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ତଦନ୍ତରୁ ଜଣାପଡ଼ିଥିଲା ପୁଅ ବିଶ୍ବଜିତ ଓ ତାଙ୍କର ବନ୍ଧୁ ଅଭିନୟ କାର ନେଇ ବାହାରକୁ ଯାଇଥିଲେ । ଏଣୁ ବିଶ୍ବଜିତ ଓ ଅଭିନୟ ଉପରେ ପୋଲିସର ସନ୍ଦେହ ହୋଇଥିଲା । ତେବେ ସେମାନଙ୍କୁ ପଚରାଉଚରା ପରେ କଥାରେ ତାଳମେଳ ରହି ନଥିଲା । ପରେ ବିଶ୍ୱଜିତ ସବୁ ସତ ମାନିଥିଲା । ଏଥିରେ ବିଶ୍ବଜିତକୁ ବନ୍ଧୁକ ଯୋଗାଇବାରେ ସହଯୋଗ କରିଥିବା ଅଭିନୟକୁ ମଧ୍ୟ ବାଲିଅନ୍ତା ଥାନା ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ବନ୍ଧୁକ ଓ ୨ଟି ମୋବାଇଲ ଫୋନ ଜବତ କରାଯାଇଛି । ସେହିପରି କେଉଠୁ ବନ୍ଧୁକ ଆଣିଲେ ସେ ଦିଗରେ ଅନୁସନ୍ଧାନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।
Published by:Soumya Das
First published: