ଟ୍ରାଫିକ ସମସ୍ୟାର ସମାଧାନ; ଆଉ ୨୬ଟି ସ୍ଥାନରେ ଲାଗିବ ୮୦ଟି ସିସିଟିଭି କ୍ୟାମେରା

ସହରରେ ଆଉ ୨୬ଟି ସ୍ଥାନରେ ଲାଗିବ ୮୦ଟି ସିସିଟିଭି କ୍ୟାମେରା । ଟ୍ରାଫିକ ସମସ୍ୟାର ସମାଧାନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ବିଏମସିକୁ ଚିଠି ଲେଖିଲେ ଏସପି ।

ଟ୍ରାଫିକ ସମସ୍ୟାର ସମାଧାନ ନିୟନ୍ତ୍ରଣ ହେବ ସହଜ; ଆଉ ୨୬ଟି ସ୍ଥାନରେ ଲାଗିବ ୮୦ଟି ସିସିଟିଭି କ୍ୟାମେରା

ଟ୍ରାଫିକ ସମସ୍ୟାର ସମାଧାନ ନିୟନ୍ତ୍ରଣ ହେବ ସହଜ; ଆଉ ୨୬ଟି ସ୍ଥାନରେ ଲାଗିବ ୮୦ଟି ସିସିଟିଭି କ୍ୟାମେରା

  • News18 Odia
  • Last Updated :
  • Share this:
News 18 Odia Digital

ବ୍ରହ୍ମପୁର; ବ୍ରହ୍ମପୁର ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ହେବାରେ ଲାଗିଛି । ନିୟମ ଉଲ୍ଲଂଘନକାରୀ ଜରିମାନା ଦେବା ପରେ ମଧ୍ୟ ସୁଧୁରୁନାହାନ୍ତି । ଅନେକ ଗଳାବାଟ ଦେଇ ଖସି ଯାଉଥିବା ବେଳେ ଏଥିଯୋଗୁଁ ଦୁର୍ଘଟଣା ବଢ଼ିବା ସହ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ତେଣୁ ସହରରେ ଆଉ ୨୬ଟି ସ୍ଥାନରେ ୮୦ଟି ସିସିଟିଭି କ୍ୟାମେରା ଲଗାଯିବା ନେଇ ବିଏମସିକୁ ଚିଠି କରିଛନ୍ତି ବ୍ରହ୍ମପୁର ଏସପି । ଏହାକୁ ନେଇ ବିଏମସିର କାଉନସିଲ ବୈଠକରେ ଏହି ବିଷୟକୁ ନେଇ ଆଲୋଚନା ହୋଇଥିଲା ।



ସହରବାସୀଙ୍କ ହିତ ଦୃଷ୍ଟିରେ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସମସ୍ତ କର୍ପୋରେଟର ସ୍ୱାଗତ କରିଛନ୍ତି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମତ ପ୍ରକାଶ ପାଇଛି । ଏହାପରେ ବିଏମସି ଓ ପୋଲିସ ପକ୍ଷରୁ ମିଳିତ ଭାବେ ଏକ ବୈଠକ କରାଯାଇ କେଉଁ କେଉଁ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ ସେ ନେଇ ଆଲୋଚନା କରାଯାବା ପରେ ଖୁବଶୀଘ୍ର କ୍ୟାମେରା ଲଗାଯିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ଜେ. ସୋନାଲ ।

ବର୍ତ୍ତମାନ ସହରର ୩୦ଟି ସ୍ଥାନରେ ୧୪୦ଟି ସିସିଟିଭି କ୍ୟାମେରା ଲାଗିଛି । ଏଥିମଧ୍ୟରୁ ୫ଟି ସ୍ଥାନରେ ହାଇ ଡ଼େଫିନେସନ କ୍ୟାମେରା ପ୍ରମୁଖ ଟ୍ରାଫିକ ଛକ ଗୁଡ଼ିକରେ ଲଗାଯାଇଛି । ଅନ୍ୟ ୨୫ଟି ସ୍ଥାନରେ ସାଧାରଣ ସିସିଟିଭି କ୍ୟାମେରା ଲାଗିଛି । ବିନା ହେଲମେଟରେ ଗାଡ଼ି ଚଳାଇବା, ତିନି ଜଣ ବସି ଗାଡ଼ି ଚଳାଇବା, ଟ୍ରାଫିକ ନିୟମକୁ ଅବମାନନା କରିବା ସହ ଅପରାଧ ନିୟନ୍ତ୍ରଣକୁ ରୋକିବା ନିମନ୍ତେ ଏହି ସମସ୍ତ କ୍ୟାମେରା କାମ କରୁଛି । ଆଇଟିଏମଏସ ଏହି କ୍ୟାମେରା ଗୁଡ଼ିକୁ ପରିଚାଳିତ କରୁଥିବା ବେଳେ ସହରରେ ଲାଗିଥିବା କ୍ୟାମେରା ଗୁଡ଼ିକ ଧରାଯାଉଥିବା ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଠାରୁ ଏସପି କାର୍ଯ୍ୟାଳୟ ଓ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜୋରିମାନା ଆଦାୟ କରାଯାଉଥିବା ନେଇ ସୂଚନା ଦେଇଛନ୍ତି,‘‘ ଆଇଟିଏମଏସର ପରିଚାଳନା ମୁଖ୍ୟ ଦେବାଶିଷ ପାଣିଗ୍ରାହୀ ।

ପୂର୍ବରୁ ଲଗାଯାଇଥିବା ସିସିଟିଭି କ୍ୟାମେରା ବର୍ତ୍ତମାନ କିଭଳି ଚାଲିଛି ଏବଂ କିପରି ଏହି କ୍ୟାମେରା ଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉଛି ବୋଲି କିଛି କର୍ପୋରେଟର ମଧ୍ୟ କାଉନସିଲ ବୈଠକରେ ଏନେଇ ପ୍ରଶ୍ନ ଉଠାଇଥିଲେ ।  ସିସିଟିଭି କ୍ୟାମେରା ସହରରେ କିଭଳି ଚାଲିଛି ସେ ନେଇ ସେ ନେଇ ନିୟମିତ ଭାବେ କାଉନସିଲକୁ ତଥ୍ୟ ଦେବା ମଧ୍ୟ ଜରୁରୀ ବୋଲି କହିଛନ୍ତି,‘‘ କର୍ପୋରେଟର ତ୍ରିପତୀ ପାତ୍ର । ‘‘ପୂର୍ବରୁ ଲଗାଯାଇଥିବା ସିସିଟିଭି କ୍ୟାମେରା ଦ୍ୱାରା ସହରବାସୀ ବେଶ ଉପକୃତ ହୋଇପାରିଛନ୍ତି  । ତେଣୁ ତୁରନ୍ତ ସହରର ଅନ୍ୟ ପ୍ରମୁଖ ଛକ ମାନଙ୍କରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ନିମନ୍ତେ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି,‘‘ ବୁଦ୍ଧିଜୀବୀ ଜଗନ୍ନାଥ ସାହୁ ।

ସହରରେ ବର୍ତ୍ତମାନ ଏକାଧିକ ପ୍ରମୁଖ ଛକ ମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ପ୍ରତିଦିନ ଶହ ଶହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଜରିମାନା ଦେଉଛନ୍ତି । ତେଣୁ କେବଳ ଯେ ସିସିଟିଭି କ୍ୟାମେରା ଲଗାଇଲେ ହେବନାହିଁ ବରଂ ଟ୍ରାଫିକ ସଚେତନତକା କାର୍ଯ୍ୟକୁ ମଧ୍ୟ ଜୋରଦାର କରାଗଲେ ଲୋକେ ସଚେତନ ହେବା ସହିତ ଟ୍ରାଫିକ ସମସ୍ୟାରୁ ମଧ୍ୟ ମୁକୁଳିବା ସମ୍ଭବପର ହୋଇପାରିବ ।
Published by:Soubhagya Mishra
First published: