ବରଗଡ଼ର ୯ଫୁଟିଆ ଅଜଗର ଭୁବନେଶ୍ଵରରେ; ଗାଆଁରେ ଦେହ ଖରାପ.. ସହରକୁ ଆସିଛି ସୁସ୍ଥ ହେବା ପାଇଁ

ବରଗଡ଼ର ୯ଫୁଟିଆ ଅଜଗର ଭୁବନେଶ୍ଵରରେ । ବରଗଡ଼ରେ ଆହତ ହେବାପରେ ଗାଆଁରେ ଚିକିତ୍ସା ହୋଇନପାରିବାରୁ ଭୁବନେଶ୍ଵରକୁ ଅଣାଯାଇଛି ଚିକିତ୍ସା ପାଇଁ ।

ବରଗଡ଼ର ୯ଫୁଟିଆ ଅଜଗର ଭୁବନେଶ୍ଵରରେ; ଗାଆଁରେ ଦେହ ଖରାପ.. ସହରକୁ ଆସିଛି ସୁସ୍ଥ ହେବା ପାଇଁ

ବରଗଡ଼ର ୯ଫୁଟିଆ ଅଜଗର ଭୁବନେଶ୍ଵରରେ; ଗାଆଁରେ ଦେହ ଖରାପ.. ସହରକୁ ଆସିଛି ସୁସ୍ଥ ହେବା ପାଇଁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର:  ଓୟୁଏଟିରେ ଏକ୍ସରେ କରାଯିବା ପରେ ଅଜଗରର ହୋଇଛି ପ୍ଲାଷ୍ଟର୍ । ଅଜଗର ବେକ ପଛ ପଟ ଓ ମେରୁ ହାଡ଼କୁ ସଂଯୋଗ କରୁଥିବା ସ୍ଥାନ ଦବି ଯାଇଛି । ମୁଣ୍ଡରେ ଗଭୀର କ୍ଷତ ହେତୁ ପାଟି ଉପରେ ପ୍ରଭାବ ପଡିଛି । ଫଳରେ ଅଜଗରଟି ଯନ୍ତ୍ରଣାରେ କଷ୍ଟ ପାଉଛି । ଏପରି ସ୍ଥଳେ ଅଜଗରକୁ ବଞ୍ଚାଇବା ପାଇଁ ଲାଗି ପଡ଼ିଛି ଓୟୁଏଟି ଭେଟନାରୀ ଟିମ୍ । ପାଟିର ଖାଇ ମଧ୍ୟ ଆଘାତ ପାଇଛି । ଯଦିଓ ହାଡ ଭାଙ୍ଗିନି କିନ୍ତୁ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ସେ ନିସ୍ତେଜ ହେବା ସହିତ ତାର ହାବ ଭାବରେ ବଡ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତାକୁ ସ୍ଵାଭାବିକ ସ୍ଥିତିକୁ ଆଣିବା ଲାଗି ଏବେ ନଜର ରଖାଯିବ ।



ବରଗଡ଼ର ୯ଫୁଟିଆ ଅଜଗର ଭୁବନେଶ୍ଵରରେ । ବରଗଡ଼ରେ ଆହତ ହେବାପରେ ଗାଆଁରେ ଚିକିତ୍ସା ହୋଇନପାରିବାରୁ ଭୁବନେଶ୍ଵରକୁ ଅଣାଯାଇଛି ଚିକିତ୍ସା ପାଇଁ । ଯେତେ ଚେଷ୍ଟା କଲେ ମଧ୍ୟ ବୁଲିବା ପାଇଁ କଷ୍ଟକର ହେଉଛି ଅଜଗରକୁ । ଏଭଳି ସ୍ଥଳେ ଓୟୁଏଟି ଭେଟନାରୀ ବିଭାଗରେ ସାପର ହୋଇଛି ଚିକିତ୍ସା । ପ୍ରଥମେ ଏକ୍ସରେ କରାଯିବା ପରେ ଡାକ୍ତରୀ ଟିମକୁ ମଧ୍ୟ ମଧ୍ୟ ଅଜଗରର କ୍ଷତ ସମ୍ପର୍କରେ ଜାଣିବାକୁ କଠିନ ହୋଇଥିଲା । ପାଟି ଖୋଲିପାରୁନଥିବାରୁ ପାଟିରେ ଘା ହୋଇଛି ବୋଲି ଅନୁମାନ କରୁଥିଲେ ଡାକ୍ତରୀଦଳ । ଅଧିକ ଜାଣିବା ପାଇଁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା ଅଜଗରକୁ । ବହୁ ଚେଷ୍ଟା ପରେ ଜଣା ପଡ଼ିଛି ବେକ ଉପରେ ମାଡ ହେବା ସହିତ ମୁଣ୍ଡ କ୍ଷତ ହୋଇଛି । ଶେଷରେ ଲେଖା ଯାଇଥିଲା ମେଡିସିନ । ପ୍ରଥମରେ ପାଟିରୁ ବାହାରୁଥିବା ରକ୍ତକୁ ସଫା କରି ଆରମ୍ଭ ହୋଇଥିଲା ପ୍ଲାଷ୍ଟର । ଡାକ୍ତରୀ ଟିମ୍ ସହିତ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ମାରାଥନ ପ୍ରୟାସ ଯୋଗୁ ପ୍ଲାଷ୍ଟର ସମ୍ଭବ ହୋଇଛି ।

୨୮ ତାରିଖରେ  ବରଗଡ଼ ଜିଲ୍ଲାର ବରଗାଁରେ ବିଲ ଭିତରେ ଏକ ୯ଫୁଟ ଲମ୍ବ ଅଜଗର କ୍ଷତାକ୍ତ ହୋଇ ପଡ଼ିଥିଲା । ଖବର ପାଇବା ପରେ ପହଞ୍ଚିଥିଲା ବନ ବିଭାଗ । ସେଠାରୁ ଅଜଗରଟିକୁ ଉଦ୍ଧାର କରି ମେଡିସିନ ଦିଆଯାଇଥିଲା । ମାତ୍ର ଅଜଗର ନିସ୍ତେଜ ହେବାରୁ ତାକୁ ଭୁବନେଶ୍ଵର ଓୟୁଏଟିକୁ ଆଣିଥିଲା ବନ ବିଭାଗ ଟିମ୍ । ବର୍ତ୍ତମାନ ଅଜଗରଟି କିଛି ଖାଇ ପାରୁନାହିଁ ତେଣୁ ତାକୁ ତରଳ ଖାଦ୍ୟ ପାଇପ ଯୋଗେ ଦିଆଯିବ । ମଲା ମୂଷାର ପେଟକୁ ଚିରି ସେଥିରେ ବଟିକା ଭର୍ତ୍ତି କରାଯାଇ ଅଜଗରକୁ ଦିଆଯିବ । ଏକ ମାସ ଏଭଳି ଦିଆଯିବା ପରେ ସୁସ୍ଥ ହେବା ପାଇଁ ୬ ମାସ ତାକୁ ଏଠାରେ ରଖାଯିବ । ସଂପୂର୍ଣ୍ଣ ସୁସ୍ଥ ପରେ ତାକୁ ଜଙ୍ଗଲରେ ଛଡାଯିବ ।  ପୂର୍ବରୁ ଦୁଇଟି ଅଜଗର ଅପରେସନ ହୋଇଛି ଓୟୁଏଟିରେ । ଯେଉଁମାନେ ଏବେ ନନ୍ଦନକାନନରେ ଅଛନ୍ତି । ଜଣକୁ ସୁସ୍ଥ ହେବା ପାଇଁ ୬ ମାସ ଅନ୍ୟ ଜଣକୁ ୧୦ ମାସ ଲାଗିଥିଲା ।
Published by:Soubhagya Mishra
First published: