ଜାତୀୟ ରାଜପଥର ୨୦ ପ୍ରକଳ୍ପର ଧିମା ଗତି; ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି

ଯେଉଁ ପ୍ରକଳ୍ପଗୁଡିକ ଅବଧି ମଧ୍ୟରେ ଶେଷ ହୋଇନାହିଁ ଓ ମନ୍ଥର ଗତିରେ ଚାଲିଛି, ସେହି ରାସ୍ତାଗୁଡ଼ିକୁ ନିଜ ସ୍ତରରେ ତଦାରଖ କରିବାକୁ କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ସଚିବ ଗିରିଧର ଅରମାନେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଜାତୀୟ ରାଜପଥର ୨୦ ପ୍ରକଳ୍ପର ଧିମା ଗତି

ଜାତୀୟ ରାଜପଥର ୨୦ ପ୍ରକଳ୍ପର ଧିମା ଗତି

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ସଚିବ ଗିରିଧର ଅରମାନେ। ଓଡ଼ିଶାରେ ପରିବହନ ମନ୍ତ୍ରାଳୟ ପକ୍ଷରୁ ୨୨ଟି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେଥିମଧ୍ୟରୁ ୨୦ଟି ପ୍ରକଳ୍ପରେ କୌଣସି ପ୍ରକାର ନୀତିଗତ ସମସ୍ୟା ନାହିଁ, ହେଲେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି ।

କେତେକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅବଧି ଶେଷ ହୋଇଥିଲେ ମଧ୍ୟ କାହିଁକି ପ୍ରକଳ୍ପଗୁଡ଼ିକ ଶେଷ ହେଉନାହିଁ ସେ ନେଇ ପରିବହନ ମନ୍ତ୍ରାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯେଉଁ ପ୍ରକଳ୍ପଗୁଡିକ ଅବଧି ମଧ୍ୟରେ ଶେଷ ହୋଇନାହିଁ ଓ ମନ୍ଥର ଗତିରେ ଚାଲିଛି, ସେହି ରାସ୍ତାଗୁଡ଼ିକୁ ନିଜ ସ୍ତରରେ ତଦାରଖ କରିବାକୁ କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ସଚିବ ଗିରିଧର ଅରମାନେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେପଟେ ଜାତୀୟ ରାଜପଥ କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି।

କେନ୍ଦ୍ର ପରିବହନ ମନ୍ତ୍ରାଳୟ ସଚିବଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି। ସଚିବ ଗିରିଧର ଅରମାନେ ଚିଠିରେ ଦର୍ଶାଇଛନ୍ତି ଯେ ୨୦୧୭ ମାର୍ଚ୍ଚରୁ ଅନୁଗୋଳ-ସମ୍ବଲପୁର ୧୫୩ କିମିର ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟାଦେଶ ହୋଇଥିଲା । ଏହାର ୨୪୯୧.୫୩ କୋଟି ଟଙ୍କାର ନିର୍ମାଣ ଦାୟିତ୍ବ ଗାୟତ୍ରୀ ପିଟିପିଏସ ଠିକାଦାରକୁ ଦିଆଯାଇଥିଲା। ଇତିମଧ୍ୟରେ ଦୁଇଥର ଅବଧି ବୃଦ୍ଧି ହେଲାଣି। ତଥାପି କାର୍ଯ୍ୟ ୫୩ ପ୍ରତିଶତରେ ପହଞ୍ଚିଛି। ସେହିପରି କଟକ-ଅନୁଗୋଳ, ଚଣ୍ଡିଖୋଲ-ଭଦ୍ରକ, ରାଜମୁଣ୍ଡାର-ବାରକୋଟ, ଟାଙ୍ଗୀ-ଭୁବନେଶ୍ବର ଓ ରିମୁଳି-କୋଇଡା ପ୍ରଭୃତି ୨୦ଟି ରାସ୍ତା ନିର୍ମାଣରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନୀତିଗତ ସମସ୍ୟା ନଥିଲେ ହିଁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇନାହିଁ। ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ୨୨ଟି ପ୍ରକଳ୍ପ ପାଇଁ ୨୪୧୨ କୋଟି ଟଙ୍କା ‘କାଲା’ରେ ପଇଠ କରାଯାଇଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ସୁଦ୍ଧା ଜମି ଅଧିଗ୍ରହଣ ବାବଦ ୨୪୩ କୋଟି ଟଙ୍କା ବଣ୍ଟା ହୋଇନାହିଁ। ଏହା ବ୍ୟତୀତ ଏବେ ୧୨୫ କିମିର ଅତିରିକ୍ତ ଜାତୀୟ ରାଜପଥକୁ ମନ୍ତ୍ରାଳୟ ଅନୁମୋଦନ ଦେଇଥିବାବେଳେ ୨୦୨୧-୨୨ ମଧ୍ୟରେ ୪୧୩ କିମି ଓ ୨୦୨୨-୨୩ ମଧ୍ୟରେ ୫୩୩ କିମି ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତଅପକ୍ଷଙ୍କ ସହିତ ବୁଝାବଣା ଶେଷ ହୋଇଛି।

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ସଚିବ ଗିରିଧର ଅରମାନେ


ଜାତୀୟ ରାଜପଥ ଆଞ୍ଚଳିକ ମୁଖ୍ୟ ମହା ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା କହିଛନ୍ତି, "ରାଜ୍ୟ ସହଯୋଗ କଲେ କାମ ଆଗକୁ ବଢ଼ିବ। ସେଥିରେ ଅଛି ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିୟରାନ୍ସ ଇସ୍ୟୁ । ଛଅଟି ନୂଆ ପ୍ରକଳ୍ପ ହେବ। ଜମି ଅଧିଗ୍ରହଣ ଯେତେ ଶୀଘ୍ର ସରିବ କାମ ଆରମ୍ଭ ହେବ। ରାୟପୁର ବିଶାଖାପାଟଣା କାମ ପାଇଁ ଜମି ଅଧିଗ୍ରହଣ ଜୋରସୋରରେ ଚାଲିଛି। ନବରଙ୍ଗପୁରରେ ଜୁଲାଇରୁ କାମ ଆରମ୍ଭ ହେବ। ୨୦୨୧-୨୨,୨୨-୨୩ରେ ବହୁତ ନୂଆ ପ୍ରକଳ୍ପ ଆରମ୍ଭ ହେବ। କିନ୍ତୁ କ୍ଲିୟରାନ୍ସ ନମିଳିବା ଯାଏ ଟେଣ୍ଡର କାମ ଆରମ୍ଭ ହୋଇପାରିବନି। ପୁରୁଣା କାମ ଶୀଘ୍ର ସରିବା ଦରକାର। ଅନୁଗୋଳ ସମ୍ବଲପୁର ଜାତୀୟ ରାଜପଥ କାମ ଜୁନ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଜାତୀୟ ରାଜପଥ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। କମିଟି ସଦସ୍ୟ ଅମର ଶତପଥୀ କହିଛନ୍ତି, "ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାକୁ ମନ ଇଚ୍ଛା ଖୋଳି ଦେଉଛନ୍ତି। ପରବର୍ତ୍ତୀ ସମୟରେ ଅହେତୁକ ବିଳମ୍ବ ହେଉଛି। ଯାହା ଫଳରେ ଗମନାଗମନରେ ଅସୁବିଧା ହେଉଛି। ଯାହାକୁ ତାଲିକା ଭୁକ୍ତ କରିଛି ଷ୍ଟାଣ୍ଡିଂ କମିଟି। ପରବର୍ତ୍ତୀ ମିଟିଂରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ଆଲୋଚନା ହେବ।’’

ଯାତ୍ରୀବାହୀ ବସ ଗୁଡ଼ିକ ଉପଭୋକ୍ତା ଦେୟ ଦେଉନାହିଁନ୍ତି। କନସେପ୍ଟରମାନେ ଜାତୀୟରାଜପଥଙ୍କ ନିକଟରେ ଏ ନେଇ ଦୃଢ଼ ଦାବି ରଖିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ପୂର୍ବରୁ ଅବଗତ କରାଯାଇଥିଲା। ଏଥି ପ୍ରତି ଗୁରୁତ୍ବ ଦେବା ସହିତ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଅରମାନେ ପତ୍ରରେ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି।
Published by:Lipina Das
First published:
)}