ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆରମ୍ଭ ହେଲା ମା' ତାରାତାରିଣୀଙ୍କ ଶୋଡ଼ଷ ଉପଚାର ପୂଜା; ମା'ଙ୍କୁ ୧୦୮ ସୁବାଷିତ ଜଳରେ କରାଗଲା ସ୍ନାନ

ଆରମ୍ଭ ହେଲା ମା' ତାରାତାରିଣୀଙ୍କ ଶୋଡ଼ଷ ଉପଚାର ପୂଜା; ମା'ଙ୍କୁ ୧୦୮ ସୁବାଷିତ ଜଳରେ କରାଗଲା ସ୍ନାନ

କରୋନା କଟକଣା ଯୋଗୁଁ ବିନା ଭକ୍ତରେ କେବଳ ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ଏକ ପଟୁଆରରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରୁ ପୁରୁଷ ଓ ମହିଳାମାନେ 108 ମାଠିଆ ଜଳ ଆଣି ମା'ଙ୍କର ଠାରେ ଜଳ ଲାଗି କରିଛନ୍ତି , ଆଉ ଆରମ୍ଭ ହେଉଛି ମାଁଙ୍କର ଗୁପ୍ତନୀତି ।

ଆରମ୍ଭ ହେଲା ମା' ତାରାତାରିଣୀଙ୍କ ଶୋଡ଼ଷ ଉପଚାର ପୂଜା; ମା'ଙ୍କୁ ୧୦୮ ସୁବାଷିତ ଜଳରେ କରାଗଲା ସ୍ନାନ
ଆରମ୍ଭ ହେଲା ମା' ତାରାତାରିଣୀଙ୍କ ଶୋଡ଼ଷ ଉପଚାର ପୂଜା
  • News18 Odia
  • Last Updated: September 30, 2021, 5:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଆରମ୍ଭ ହୋଇଛି ମା' ତାରାତାରୀଣୀଙ୍କ ଶାରଦୀୟ ପୂଜା । ପବିତ୍ର ମୂଳାଷ୍ଟମି ଠାରୁ ସମସ୍ତ ଶକ୍ତି ପିଠରେ ଆରମ୍ଭ ହୋଇଛି ଶୋଡ଼ଷ ପୂଜା ଉପଚାର । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା' ତାରାରୀଣିଙ୍କ ଠାରେ ମା'ଙ୍କୁ ଜଳାଭିଷେକ କରାଯାଇଛି। ମା' ଶୟନକୁ ଚାଲି ଯାଇ ଥିଲେ, ହେଲେ ମା'ଙ୍କୁ ଉଥପନା ହୋଇଛି । ଏଥି ପାଇଁ ମା'ଙ୍କୁ 108 ସୁବାଷିତ ଜଳରେ ସ୍ନାନ କରାଯାଇଛି ।

କରୋନା କଟକଣା ଯୋଗୁଁ ବିନା ଭକ୍ତରେ କେବଳ ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ଏକ ପଟୁଆରରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରୁ ପୁରୁଷ ଓ ମହିଳାମାନେ ୧୦୮ ମାଠିଆ ଜଳ ଆଣି ମା'ଙ୍କର ଠାରେ ଜଳ ଲାଗି କରିଛନ୍ତି , ଆଉ ଆରମ୍ଭ ହେଉଛି ମାଁଙ୍କର ଗୁପ୍ତନୀତି ।

‘‘ଗଞ୍ଜାମ ଜିଲ୍ଲାର ପ୍ରସିନ୍ଧ ଶକ୍ତି ପିଠ ମା' ତାରାତାରିଣୀ । ମା'ଙ୍କୁ ଦର୍ଶନ କରିବା ନିମନ୍ତେ କାହିଁ କେତେ ଦୂରରୁ ଆସିଥାନ୍ତି ଭକ୍ତମାନେ । ବିଶେଷ କରି ମା'ଙ୍କ ପାର୍ବଣ ଋତୁ ଆରମ୍ଭ ହେଲେ ଲୋକଙ୍କ ଭିଡ଼ ଜମିଥାଏ ପୀଠାରେ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା'ଙ୍କ ଶୋଡ଼ଷ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ମା'ଙ୍କ ଶାରଦୀୟ ପୂଜା ପାଇଁ ତାରାତାରୀଣିଙ୍କ ନିକଟରେ ଜଳଲାଗି କରାଯାଇଛି । ପବିତ୍ର ମୂଳାଷ୍ଟମି ଠାରୁ ମା' ତାରାତାରୀଣୀଙ୍କ ପିଠରେ ଆରମ୍ଭ ହୋଇଛି ଶୋଡ଼ଷ ଉପଚାର ପୂଜା । ଏହି କ୍ରମରେ ପ୍ରଥମ ଦିନରେ ମା'ଙ୍କୁ ଜଳାଭିଷେକ କରାଯାଇଛି । ୧୦୮ ଜଣ ସେବାୟତ ମହିଳା ଓ ପୁରୁଷ ଉପବାସ ରଖି ମା'ଙ୍କ ଲାଗି ପବିତ୍ର ଋଷିକୁଲ୍ୟା ନଦୀ ତଟରୁ ପୂଜାର୍ଚ୍ଚନା କରି ମାଠିଆରେ ଜଳ ଭରିଥିଲେ । ପରେ ମା'ଙ୍କ ମନ୍ଦିରରେ ପହଞ୍ଚି ଏହି ଜଳ ଲାଗି କରାଯାଇଥିଲା । ତେବେ ଚଳିତ ଥର କୋରନା କଟକଣା ଯୋଗୁଁ କେବଳ ସେବାୟତ ମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ବିନା ଭକ୍ତରେ ଏହି ଜଳ ଲାଗି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଋଷିକୁଲ୍ୟା ନଦୀରୁ ଜଳ ଭରିବା ପରେ ତିନି କିଲୋମିଟର ଚାଲିବା ସହ ୯୯୯ ପାହାଚ ଚଢ଼ି ମା'ଙ୍କ ଠାରେ ଜଳ ଲାଗି କରାଯିବାପରେ ଆରମ୍ଭ ହୋଇଛି ଗୁପ୍ତ ନିତି । ମୂଳାଷ୍ଟମି ଠାରୁ ମହାଷ୍ଟମି ପର୍ଯ୍ୟନ୍ତ ମା' ତାରା ତାରୀଣିଙ୍କ ପିଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ,‘‘ କହିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ବାପୁଜୀ ରଣା ।

ମା'ଙ୍କୁ ୧୦୮ ସୁବାଷିତ ଜଳରେ ସ୍ନାନ କରାଯାଇଛି ।


‘‘କରୋନା କଟକଣା ଓ ମନ୍ଦିରର ଉନ୍ନତିକରଣ ଯୋଗୁଁ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ବନ୍ଦ ରହିଛି । ସରକାରଙ୍କ ନିୟମ ପ୍ରକାରେ ସାମାଜିକ ଦୂରତା ରକ୍ଷା କରି ମାଁଙ୍କ ସମସ୍ତ ନୀତି କରାଯାଉଛି । ନଭେମ୍ବର ମାସ ପରରେ ମାଁଙ୍କ ମନ୍ଦିରର ଉନ୍ନୟନ କାର୍ଯ୍ୟ ଶେଷ ହେବ । ଏହାପରେ ହିଁ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଜିଲ୍ଲା ପ୍ରଶାସନ ଅନୁମତି ଦେବ । ବର୍ତ୍ତମାନ କେବଳ ମନ୍ଦିରର ପରିଚାଳନା କମିଟି ଓ ସେବାୟତଙ୍କ ଦ୍ବାରା ପୂଜାର୍ଚ୍ଚନା ଜାରୀ ରହିଛି ବୋଲି କହିଛନ୍ତି,’’ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ ।

ଏହି ଅବସରରେ ଭକ୍ତ ସନାତନ ସଂଗ୍ରାମ ସିଂ କହିଛନ୍ତି, ‘‘ଜିଲ୍ଲାରେ କୋଭିଡ୍ କଟକଣା ଯୋଗୁଁ ମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ଲାଗି ବାରଣ କରାଯାଇଛି । ଏଥି ପାଇଁ ଭକ୍ତ ମାନେ ନିଜ ନିଜର ମାନସିକ ପୂରଣ ଲାଗି ଘରେ ଘରେ ଦ୍ୱିପ ଜାଳି ମା'ଙ୍କୁ ପ୍ରାର୍ଥନା ପୂଜାର୍ଚ୍ଚନା କରୁଛନ୍ତି । ତେବେ ମା'ଙ୍କୁ ଦର୍ଶନ କରିପାରୁନଥିବା ହେତୁ ଭକ୍ତଙ୍କ ମନରେ ଦୁଃଖ ରହିଛି । ତଥାପି ମାଟଙ୍କୁ ହୃଦୟରୁ ଡାକି ନିଜର ମାନସିକ ପୂରଣ ଲାଗି ପ୍ରାର୍ଥନା କରୁଛନ୍ତି ସମସ୍ତେ ।‘‘

ଆରମ୍ଭ ହେଲା ମା' ତାରାତାରିଣୀଙ୍କ ଶୋଡ଼ଷ ଉପଚାର ପୂଜା


ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ଗୁଡ଼ିକ ଖୋଲିଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ତାରାତାରିଣୀ ମନ୍ଦିରକୁ ଭକ୍ତ ପ୍ରବେଶ ନିମନ୍ତେ ବାରଣ ରହିଛି । ସରକାରଙ୍କ ଏହି ନିୟମକୁ ମଧ୍ୟ ସମସ୍ତ ଭକ୍ତମାନେ ପାଳନ କରୁଛନ୍ତି । ତେଣୁ ଖୁବ୍ ଶୀଘ୍ର ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ଶେଷ ହେବା ପରେ ଓ କୋଭିଡ୍ କଟକଣା ହଟିବା ପରେ ମା'ଙ୍କୁ ନିକଟକୁ ଦେଖିବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି ଆଉ ଜଣେ ଭକ୍ତ ଟୁନା ପାଣିଗ୍ରାହୀ ।

ପବିତ୍ର ମୂଳାଷ୍ଟମି ଠାରୁ ମହାଷ୍ଚମି ପର୍ଯ୍ୟନ୍ତ ମା' ତାରାତାରୀଣିଙ୍କ ପୀଠରେ ହେବ ସ୍ୱତନ୍ତ୍ର ପୂଜା । ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରି ଦେବୀ ମା' ତାରାତାରୀଣିଙ୍କ ଏହି ପୂଜା ଅବସରରେ କରୋନା କଟକଣା ହଟିଲେ ମା'ଙ୍କ ପିଠରେ ପୁଣି ଭକ୍ତଙ୍କ ସମାଗମ ହେବ ବୋଲି ଆଶା ବାନ୍ଧିଛନ୍ତି ସମସ୍ତେ ।
Published by: Lipina Das
First published: September 30, 2021, 5:25 PM IST