ପ୍ରବଳ ବର୍ଷା କାରଣରୁ ନବରଙ୍ଗପୁରରେ ସ୍ଥିତି ବେହାଲ; ସଜାଗ ଅଗ୍ନିଶମ ବାହିନୀ

ପ୍ରଶାସନ ପକ୍ଷରୁ ସମସ୍ତ ନଦୀ କୂଳିଆ ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଏକ ସ୍ୱତନ୍ତ୍ର ଟିମ କରାଯାଇ ପରିସ୍ଥିତି ଉପରେ ଦ୍ରୁଷ୍ଟି ରଖାଯାଇଛି ।

ପ୍ରବଳ ବର୍ଷା କାରଣରୁ ନବରଙ୍ଗପୁରରେ ସ୍ଥିତି ବେହାଲ; ସଜାଗ ଅଗ୍ନିଶମ ବାହିନୀ

ପ୍ରବଳ ବର୍ଷା କାରଣରୁ ନବରଙ୍ଗପୁରରେ ସ୍ଥିତି ବେହାଲ; ସଜାଗ ଅଗ୍ନିଶମ ବାହିନୀ

  • News18 Odia
  • Last Updated :
  • Odisha (Orissa)
  • Share this:
News 18 Odia Digital

ନବରଙ୍ଗପୁର; ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ସମସ୍ତ ପ୍ରମୁଖ ନଦୀ ଇନ୍ଦ୍ରାବତୀ, ଭାସକେଲ, ଟୁରୀ, ଗୁଣିଥାଟ, ଅଙ୍ଗି, ଚିତ୍ରାଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜିଲ୍ଲାର କୋଷାଗୁମୁଡା ବ୍ଲକରେ ବନ୍ୟା ପରିସ୍ଥିତ ଦେଖାଦେଇଛି । ଗତକାଲି ରାତିରେ ବ୍ଲକର ବର ଗାଁ ଓ ଚୂରାହାଣ୍ଡି ଗାଁର ସ୍କୁଲ ଘରେ ୭୦ ଜଣ ବରିଷ୍ଠ ନାଗରିକଙ୍କୁ ଆଣି ରଖାଯାଇ ଶୁଖୁଲା ଖାଦ୍ୟ ବଣ୍ଟନ କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ଉକିଆପାଲି, ଚିରମା, ସାନ ଆମଡା, କୋକଡିସେମଳା,ବିଞ୍ଜଳି, ଘାଟବାସୁଲି ପଂଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କର୍ଚାମାଳ ମିଚିଆ, ଚିରମା- ଆସଙ୍ଗା, କେରାଣ୍ଡି ମାଳ,ରୁନିଗୁଡା, ଚୁର୍ମୁଣ୍ଡା- ଗୁମୁଣ୍ଡୁଳି, ବି ଏମ ସେମଲା, କୋଣ୍ଡାପୁରୀ, ଚିର୍ମାଆସଙ୍ଗା, ବଡ଼ ଆମ୍ବଡା ହର୍ବୋଳି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଚାଲୁଥିବାରୁ ଗ୍ରାମ ଗୁଡ଼ିକ ଯୋଗାଯୋଗରୁ ବିଚ୍ଛିନ୍ନ ରହିଛି । ଚିର୍ମା ପଞ୍ଚାଯତର ଖଣ୍ଡିଗୁଡା, ଭାଟାଗୁଡା, ଦୁଗଲାହାଣ୍ଡି, ଜାଗନିଗୁଡା, କେ ସେମଲାରୁ ପଂଚାୟତର କଣ୍ଟା ସାରୁଗୁଡା, ଘାଟୁଆଳି ଗୁଡା, ବିଞ୍ଜଳି ପଂଚାୟତର ଘାଟ କୁସୁମି ଘାଟ ଚୂରା, ଆଳୁ ପଦର, ଦାଢିଆଗୁଡା, ଉକିଆପାଲି ପଞ୍ଚାୟତର ଘାଟ ବାସୁଲି, ହର୍ବୋଳି ଗାଆଁରେ ବର୍ଷା ଜଳ ନିଷ୍କାସିତ ନହେବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିଲେ ।

ପ୍ରଶାସନ ପକ୍ଷରୁ ସମସ୍ତ ନଦୀ କୂଳିଆ ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଏକ ସ୍ୱତନ୍ତ୍ର ଟିମ କରାଯାଇ ପରିସ୍ଥିତି ଉପରେ ଦ୍ରୁଷ୍ଟି ରଖାଯାଇଛି । ବ୍ଲକର ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣାଧୀନ ଥିବା କହିଛନ୍ତି କୋଷାଗୁମୁଡା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ । ବର୍ଷାର ପରିମାଣ ବୃଦ୍ଧି ପାଇଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଗତାକାଲି ଜିଲ୍ଲାରେ ମୋଟ ୨୭୮ ଟି କଚ୍ଚା ଘର ବର୍ଷା ଯୋଗୁଁ ଭାଙ୍ଗିଥିବା ବେଳେ ଆଜି ବର୍ଷା ଯୋଗୁଁ ଡାବୁ ଗାଁ ଓ କୋଡିଙ୍ଗା ତହସିଲର କେତେକ ସ୍ଥାନରେ ଘର ଭାଙ୍ଗି ଥିବା ସୂଚନା ମିଳିଛି । କୋରାପୁଟ ଠାରେ ଥିବା ଓଡ୍ରାଫ ଟିମକୁ ନବରଙ୍ଗପୁର ଜିଲ୍ଲାର ଦାୟିତ୍ୱ ମିଳିଛି । ସେମାନଙ୍କୁ ସୂଚନା ଦେଲେ ଟିମ୍ ନବରଙ୍ଗପୁରରେ ପହଞ୍ଚିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ୧୦ ଟି ବ୍ଲକର ଅଗ୍ନିଶମ ବାହିନୀ ସଜାଗ ହୋଇ ରହିଛନ୍ତି । ବନ୍ୟା ପରିସ୍ଥିତି ଅଧିକ ହେଲେ ସେମାନେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହେବେ ବୋଲି ଜିଲ୍ଲା ଜରୁକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soubhagya Mishra
First published: