ଉନ୍ମୋଚିତ ହେଲା 'ସାଇନିଂ' କ୍ୟାଲେଣ୍ଡର ୨୦୨୨; ବଛା ବଛା ୧୬ ମଡେଲଙ୍କ ଫୋଟ ହୋଇଛି ସ୍ଥାନିତ

'ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ' ଓ 'ଉତ୍କଳ କନିକା ଗ୍ୟାଲେରିଆ' ମଲ୍ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ ବଛା ବଛା ୧୬ ଜଣ ମଡ଼େଲଙ୍କୁ ନେଇ ଉନ୍ମୋଚିତ ହୋଇଯାଇଛି 'ସାଇନିଂ କ୍ୟାଲେଣ୍ଡର୍'।

ଉନ୍ମୋଚିତ ହେଲା 'ସାଇନିଂ' କ୍ୟାଲେଣ୍ଡର ୨୦୨୨ (ପ୍ରତୀକାତ୍ମକ ଛବି)

ଉନ୍ମୋଚିତ ହେଲା 'ସାଇନିଂ' କ୍ୟାଲେଣ୍ଡର ୨୦୨୨ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଅଗ୍ରଣୀ ଇଭେଣ୍ଟ ସଂସ୍ଥା ' ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ' ଓ 'ଉତ୍କଳ କନିକା ଗ୍ୟାଲେରିଆ' ମଲ୍ ମ୍ୟାନେଜ୍‌ମେଣ୍ଟର ମିଳିତ ସହଯୋଗରେ ବଛା ବଛା ୧୬ ଜଣ ମଡ଼େଲଙ୍କୁ ନେଇ ଉନ୍ମୋଚିତ ହୋଇଯାଇଛି 'ସାଇନିଂ କ୍ୟାଲେଣ୍ଡର୍'। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଏବଂ ମଡ଼େଲମାନଙ୍କ ଉପସ୍ଥିତିରେ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା ।

ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀର ନିର୍ଦ୍ଦେଶକ ପୱନ କୁମାର କହିଛନ୍ତି,"ମଡ଼େଲ୍‌, ମେକ୍‌ଅପ୍ ଆଟିଷ୍ଟ, ଫଟୋଗ୍ରାଫର୍‌, ଡ଼ିଜାଇନର୍‌ଙ୍କୁ ନୂତନ ପ୍ଲାର୍ଟଫର୍ମ ଦେବା ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ । ‘ଏଏନଏ’ ବା ଏ ନିୟୁ ଆପେରାଲ୍ସ ସଂସ୍ଥା ସହଯୋଗରେ ସେମାନଙ୍କୁ ସୁଯୋଗ ମିଳିବ । ଅନେକ ମଡ଼େଲଙ୍କ ପାଖରେ ଟ୍ୟାଲେଣ୍ଟ ରହିଛି, କିନ୍ତୁ ସେମାନଙ୍କ ଟ୍ୟାଲେଣ୍ଟ ବାହାରକୁ ଆସି ପାରୁନାହିଁ । ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ ଏହି ସୁଯୋଗ ଆଣି ଦେଇଛି"।

ଏହା ପୂର୍ବରୁ ଅନ୍‌ଲାଇନ୍‌ରେ ହୋଇଥିବା ଅଡ଼ିସନରେ ୧୪୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ । ସେ ଭିତରୁ ୮୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ଅଡ଼ିସନ ଦେବା ପାଇଁ ଚୟନ କରାଯାଇଥିଲା । ଏହି ପ୍ରତିଯୋଗୀଙ୍କୁ ତିନୋଟି ପକ୍ରିୟାରେ ଚୟନ କରାଯାଇ ଟପ୍ ୧୬ ଜଣ ମଡ଼େଲଙ୍କୁ ନେଇ ହାଇ ଫ୍ୟାସନ କ୍ୟାଲେଣ୍ଡର ଫଟୋ ସୁଟ୍ କରାଯାଇଛି । ଚୟନ ହୋଇଥିବା ୧୬ ଜଣ ଟପ୍ ମଡ଼େଲଙ୍କୁ ଆଗାମୀ ଦିନରେ ଫଟୋ ସୁଟ୍‌, ମ୍ୟୁଜିକ୍ ଭିଡ଼ିଓ ଓ ବିଜ୍ଞାପନ ପାଇଁ ସୁଯୋଗ ଦିଆଯିବ । ସେହିପରି ଫ୍ୟାସନ ଏକାଡ଼େମୀ କ୍ରିଏଟିଭ ଏକ୍ସିଲେନ୍ସି ସହଯୋଗରେ ସେମାନଙ୍କର ଗ୍ରୁମିଂ କରାଯିବ ।

ଏହି କାର୍ଯ୍ୟକ୍ରମରେ ଜୁରୀ ଭାବେ ଫ୍ୟାସନ ଫିଲ୍ଟର ନିର୍ଦ୍ଦେଶିକା ଲୋପାମୁଦ୍ରା ନାୟକ, ସେଲିବ୍ରିଟି ମଡେଲ ସାଞ୍ଜ ଶୁଭସ୍ମିତା , ମେକ୍‌ଅପ୍ ଏକ୍ସପର୍ଟ ସୋନାଲି, ମଡ଼େଲ ତଥା ଅଭିନେତ୍ରୀ ଡ଼. ସ୍ଥିତିପ୍ରଜ୍ଞା , ଡ଼ିଜାଇନର ଅମ୍ରିତା ସାବତ, ଫ୍ୟାଶନ ଡ଼ିଜାଇନର ଓ ଫ୍ୟାଶନ ଏଣ୍ଟରପ୍ରିନର ସୁଦୀପ୍ତ ବାସ୍ତବ ଲେଙ୍କା, ନିର୍ଦ୍ଦେଶକ, ସାଇନିଂ ଇଭେଣ୍ଟ, ପୱନ କୁମାର, ଫାଉଣ୍ଡର ୱେଭ୍‌ରାଣ୍ଟସ୍‌ ମଧୁସ୍ମୀତା ପଣ୍ଡା , ଫଟୋଗ୍ରାଫର ତୁଷାରକାନ୍ତ ସ୍ୱାଇଁ , ଫିଟ୍‌ନେସ୍ ଏଣ୍ଟର୍‌ପିନିଅର୍ ଓ ଆଇନଜୀବି ପିକୋନ୍ ବିଶ୍ୱାଳଙ୍କ ମିଳିତ ଉଦ୍ୟମରେ ଏହି କ୍ୟାଲେଣ୍ଡର ପାଇଁ ଟପ୍ ୧୬ ମଡ଼େଲ ଚୟନ କରାଯାଇଥିଲା । ସୋନାଲି ମିଶ୍ର ଓ ଶିବାନି ଶିବି ମଡ଼େଲଙ୍କ ମେକ୍‌ଅପ୍ କରିଥିବା ବେଳେ ଦେବ ମହାନ୍ତି, ତୁଷାରକାନ୍ତ ସ୍ୱାଇଁ , ବାଦଲ ସ୍ୱାଇଁ , ସୌମ୍ୟ ରଞ୍ଜନ ବିଶ୍ୱାଳ  ଓ ଜୋଡ଼ନ୍ ପ୍ରମୁଖ ଫଟୋସୁଟ୍ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମନୋନୀତ ହୋଇଥିବା ସବୁ ମଡେଲ ସେମାନଙ୍କୁ ଆଗକୁ ବଢ଼ିବାରେ ସୁଯୋଗ ଦେଇଥିବାରୁ  ଆୟୋଜନକାରୀ ସଂସ୍ଥାକୁ କୃତଜ୍ଞତା ଜଣାଇଥିଲେ।
Published by:Soumya Das
First published: