ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା ଘଟଣା; ବିରୋଧୀ କହିଲେ SIT ତଦନ୍ତ ହେଉ

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ଆଜି ପର୍ଯ୍ୟନ୍ତ ପରୀ ଘଟଣାର ତଦନ୍ତ ସାମ୍ନାକୁ ଆସିପାରିନି । ପୁଣି ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଫଳ ଯାହା ଆସିବ ତାହା ଜଣାପଡୁଛି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା ଘଟଣା; ବିରୋଧୀ କହିଲେ SIT ତଦନ୍ତ ହେଉ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା ଘଟଣା; ବିରୋଧୀ କହିଲେ SIT ତଦନ୍ତ ହେଉ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ (Health minister Naba das) ଗୁଳିକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ । ଶାସକ ଦଳ ଉପରେ ବର୍ଷିଛନ୍ତି ଉଭୟ ବିଜେପି ଓ କଂଗ୍ରେସ (BJP And Congress) । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେଡି (BJD) ନେତା ଦେବୀ ପ୍ରସାଦ ମିଶ୍ର ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଗୃହ ବିଭାଗ ଦାୟିତ୍ୱରେ ଯିଏ ଅଛନ୍ତି ତାଙ୍କଠାରୁ କଣ ଆଉ ଆଶା କରିବା । ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି କିନ୍ତୁ କଣ ଫଳ ଆସିବ ସେନେଇ କିଛି କହିହେବନି । କାରଣ ବିଗତ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ଅନେକ ଘଟଣାର ତଦନ୍ତ କରିଛି କିନ୍ତୁ ଫଳ ଶୂନ ।

ସେହିପରି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ଆଜି ପର୍ଯ୍ୟନ୍ତ ପରୀ ଘଟଣାର ତଦନ୍ତ ସାମ୍ନାକୁ ଆସିପାରିନି । ପୁଣି ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଫଳ ଯାହା ଆସିବ ତାହା ଜଣାପଡୁଛି । ଏସଆଇଟି ତଦନ୍ତ କଲେ ସତ୍ୟ ସାମ୍ନାକୁ ଆସିବ ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି ଯେ, ମୁଁ ଯେତିକି ଖବର ପାଇଛି ଗୋପାଳ ଦାସ ଗୁଳି କରିବାର କିଛି ସମୟ ମଧ୍ୟରେ ହିଁ ଘଟଣାସ୍ଥଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁ ପରେ ଏତେ ଡ୍ରାମା କରିବା କଣ ଦରକାର ଥିଲା ଜୟନାରାୟଣ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ଜୟନାରାୟଣ ଏକଥା ମଧ୍ୟ କହିଛନ୍ତି, ଚିକିତ୍ସା ପାଇଁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡାରେ ଥିବା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ତେବେ ସେଠାକାର ଡାକ୍ତରଙ୍କ ପରାମର୍ଶ ଥିଲା କି ଭୁବନେଶ୍ୱର ସ୍ଥାନାନ୍ତରିତ ପାଇଁ ?

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ, ବିରୋଧୀ କେଉଁଥିରେ ସନ୍ତୁଷ୍ଟ ନାହାନ୍ତି । ଅପେକ୍ଷା କରନ୍ତୁ କଣ ଫଳାଫଳ ସାମ୍ନାକୁ ଆସୁଛି ।

ଅନ୍ୟପଟେ, କ୍ରାଇମବ୍ରାଞ୍ଚ ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରୁଛି । ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗାଡି ଡ୍ରାଇଭର ଓ ପିଏସଓଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ପୂର୍ବରୁ କୌଣସି ଶତୃତା ଥିଲା ନା ଏହା ଏକ ବିଦ୍ଧିବଦ୍ଧ ଯୋଜନା ସେନେଇ ଏବେ ବି ପ୍ରଶ୍ନବାଚୀ ରହିଛି । ଅନ୍ୟପଟେ ନବ ଦାସଙ୍କ ବାପା ପ୍ରତିକ୍ରିୟାରେ କହିଛନ୍ତି ହତ୍ୟା ଘଟଣାରେ ଟପ୍ ଲେବୁଲର ଷଡ଼ଯନ୍ତ୍ର ରହିଛି । ଯଦି ନବ ଦାସଙ୍କ ବାପାଙ୍କ କଥାକୁ ବିଚାରକୁ ନିଆଯାଏ ତେବେ ପ୍ରଶ୍ନ ଉଠୁଛି, କିଏ ରଚିଥିଲା ଷଡ଼ଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ତେବେ ଏହା ରାଜନୈତିକ ନା ବ୍ୟବସାୟୀକ ? କାରଣ କେବଳ ରାଜନୀତି ନୁହେଁ ବ୍ୟବସାୟରେ ମଧ୍ୟ ମନ୍ତ୍ରୀ ନବ ଦାସ ଥିଲେ ଜଣେ ସଫଳ ବ୍ୟକ୍ତିତ୍ୱ । ମନ୍ତ୍ରୀଙ୍କର ଟ୍ରାନସପୋର୍ଟ ବ୍ୟବସାୟ ସମେତ ଆହୁରୀ ଅନେକ ବ୍ୟବସାୟ ରହିଥିଲା ।

ଅନ୍ୟପଟେ, ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀଙ୍କ କହିବାନୁଯାୟୀ ଗୋପାଳ ମାନସିକ ଭାବରେ ସୁସ୍ଥ ନଥିବାରୁ ୮ବର୍ଷ ହେବ ମେଡିସିନ ଖାଉଥିଲେ । ଗୋପାଳଙ୍କୁ ଚିକିତ୍ସିତ କରିଥିବା ଡାକ୍ତର ମଧ୍ୟ ଗଣମାଧ୍ୟମରେ ନିଜର ମତ ରଖିଥିଲେ । ଯାହାକୁ ନେଇ ଆହୁରୀ ସନ୍ଦେହ ବଢିବାରେ ଲାଗିଛି । କାରଣ ଡାକ୍ତର କହିଛନ୍ତି କିଛି ବର୍ଷ ତଳେ ଗୋପାଳ ମୋ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ଏତେ ଦିନର କଥାକୁ ଡାକ୍ତର କିପରି ମନେ ରଖିଲେ ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ଖବର ପଢ଼ନ୍ତୁ - http://ସାମ୍ନାକୁ ଆସିଲା ନୂଆ ଟୁଇଷ୍ଟ୍; ଅଭିଯୁକ୍ତ ଗୋପାଳଙ୍କ ଭାଇ ସକାଳୁ ବନ୍ଦ କରିଥିଲେ ହୋଟେଲ
Published by:Soubhagya Mishra
First published: