ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ମର୍ଡର ପଛରେ ସେକ୍ସ ସ୍କାଣ୍ଡାଲ; କେସ ଡ଼ାଏରୀ ଖୋଲି ଦେବ ପୂରା ମାମଲା!

ମମିତା ମର୍ଡର ପଛରେ ସେକ୍ସ ସ୍କାଣ୍ଡାଲ; କେସ ଡ଼ାଏରୀ ଖୋଲି ଦେବ ପୂରା ମାମଲା!

ବଙ୍ଗମୁଣ୍ଡା କୋର୍ଟରେ କଳାହାଣ୍ଡି ପୋଲିସ ଦାଖଲ କରିଥିବା ଏହି କେସ ଡାଏରୀରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଯେ ମହାଲିଙ୍ଗ କଲେଜରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା। ଏହାକୁ ମମିତା ବିରୋଧ କରିବାରୁ ତାକୁ ରାସ୍ତାରୁ ହଟାଇଥିଲା ଗୋବିନ୍ଦ ।

ମମିତା ମର୍ଡର ପଛରେ ସେକ୍ସ ସ୍କାଣ୍ଡାଲ; କେସ ଡ଼ାଏରୀ ଖୋଲି ଦେବ ପୂରା ମାମଲା!
କେସ ଡ଼ାୟରୀରେ ସେକ୍ସ ସ୍କାଣ୍ଡାଲ ବାବଦରେ ଉଲ୍ଲେଖ ଅଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 4:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମମିତା ମେହର କେସରେ ପ୍ରତି ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବଙ୍ଗମୁଣ୍ଡା କୋର୍ଟରେ କଳାହାଣ୍ଡି ପୋଲିସ ଦାଖଲ କରିଥିବା ଏହି କେସ ଡାଏରୀରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଯେ ମହାଲିଙ୍ଗ କଲେଜରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା। ଏହାକୁ ମମିତା ବିରୋଧ କରିବାରୁ ତାକୁ ରାସ୍ତାରୁ ହଟାଇଥିଲା ଗୋବିନ୍ଦ ।

ମମିତା ମାମଲାରେ ପୋଲିସର କେସ ଡ଼ାୟରି କିଛି ନୂଆ ମୋଡ଼ ଆଣିଛି। କେସ ଡାୟରୀରେ ଉଲ୍ଲେଖ କିଛି ତଥ୍ୟ ପ୍ରମାଣ ସହ ପୁଣି ଥରେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ବିଜୟ ମହାପାତ୍ର । କେସ ଡାଏରୀ ଦେଖାଇ ବିଜୟ ମମିତା ମର୍ଡର ମିଷ୍ଟ୍ରିର ତିନୋଟି ନୂଆ ଦିଗ ସାମ୍ନାକୁ ଆଣିଛନ୍ତି ।ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, "ଚତୁରତାର ସହ ୧୨ ତାରିଖ ରାତି ୧୨ ଟାରେ ପୋଲିସ ମାମଲା ରୁଜ୍ଜୁ କରି ଏହାକୁ ୧୩ ତାରିଖର ଆଖ୍ୟା ଦେଇଥିଲା । ଏହା ପରେ ୧୬ ତାରିଖରେ ବଙ୍ଗମୁଣ୍ଡା କୋର୍ଟରେ କେସ ଡାଏରୀ ଦାଖଲ କରିଥିଲା ପୋଲିସ। ସିନ୍ଧେଇକେଲା ଥାନାରୁ ବଙ୍ଗମୁଣ୍ଡା କୋର୍ଟ ଏତଲା ଆସିବା ପାଇଁ ଏକ ଘଣ୍ଟା ଲାଗିବ ମାତ୍ର ଏଠି ତିନି ଦିନ କେମିତି ଲାଗିଲା।  ଯଦି କିଛି ଅସୁବିଧା ଥିଲା ତାହାର କାରଣ ପୋଲିସ ରିପୋର୍ଟରେ ଦର୍ଶାଇଲା ନାହିଁ କାହିଁକି । କଲେଜରେ ସେସ୍କ ସ୍କାଣ୍ଡଲ ଚାଲୁଥିବା କେସ ଡାଏରୀ ଉଲ୍ଲେଖ ରହିଛି । ମାତ୍ର ଯେଉଁ ସେସ୍କ ରାକେଟ ଚାଲୁଥିଲା ତାହାର ତଦନ୍ତ ଏବେ କରୁଛି କିଏ । ଯଦି ପୋଲିସ ଗୋବିନ୍ଦକୁ ଏହା ପଚାରିଥିଲା ତେବେ ତାହାର ରିପୋର୍ଟ କୋର୍ଟରେ କାହିଁକି ପୋଲିସ ଦେଇନାହିଁ । ୧୬୪ରେ କାହିଁକି ପୋଲିସ ଷ୍ଟେଟମେଣ୍ଟ ନେଲା ନାହିଁ। କୋର୍ଟକୁ ଦିଆଯାଇଥିବା ରିପୋର୍ଟରେ ଗୋବିନ୍ଦ ସାହୁ ବିଷୟରେ ମାତ୍ର ଗୋଟିଏ ପଦ ଲେଖା ଯାଇଛି । ସେ ଆଡମିଟ୍ କରିଥିବା କଥା କେସ ଡାଏରୀରେ ରହିଛି । ମାତ୍ର ଗୋବିନ୍ଦକୁ ସ୍ପଟ ଭିଜିଟ କରାଇବା କି ସେ ସତ ମାନିବା କେଉଁଠି ଲେଖା ଯାଇନାହିଁ"।

ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମରୁ ହିଁ ପୋଲିସ କେସକୁ ଦୁର୍ବଳ କରିଦେଇଛି । ଆଉ ଏବେ ବି ଏହି କେସକୁ ଆହୁରି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ସେହିପରି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ମଧ୍ୟ ଘଟଣା ସହ ମନ୍ତ୍ରୀଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠାଇ ପୋଲିସ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଅଭିଯୋଗର ଜବାବ ରଖି ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି," ମହାଳିଙ୍ଗ କଲେଜର ପ୍ରତିଷ୍ଠାତା ସଭ୍ୟ ଭାବେ ଦ୍ୱିତୀୟ ନମ୍ବରରେ ରହିଛନ୍ତି ଭକ୍ତ ଦାସଙ୍କ ପୁଅ କ୍ରାନ୍ତି । ଓଡିଶା କଂଗ୍ରେସ ପଚାରିବା ଆଗରୁ ଭକ୍ତ ଦାସଙ୍କୁ ପଚାରିବା ଆବଶ୍ୟକ । ଭକ୍ତଙ୍କ ସହ ଅନେକ ଫୋଟୋ ଅଛି ଯେଉଁଥିରେ ଗୋବିନ୍ଦ ସାହୁ ଓ ମମିତା ମେହେର ଅଛନ୍ତି । ୨୫ ଜାନୁଆରୀ ୨୦୨୦ ମସିହାରେ ଭକ୍ତ ଦାସ ସେ କଲେଜ ଯାଇଥଲେ ଓ ସେ ହଷ୍ଟେଲ ଉଦଘାଟନ ମଧ୍ୟ କରିଥିଲେ । ଭକ୍ତ ବାବୁ ଯେଉଁ ଅଭିଯୋଗ କରିଛନ୍ତି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି କାହିଁକି ନା ସେ କଲେଜ ଯାଇ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ । ତେଣୁ ଭକ୍ତ ଦାସ ମଧ୍ୟ ଏହି କଲେଜର କାର୍ଯ୍ୟକ୍ରମରେ ଯୋଗଦେଇ ଥିବାରୁ ସେ ମଧ୍ୟ ଅଭିଯୁକ୍ତ । ଭକ୍ତ ବାବୁଙ୍କ ବିରୋଧରେ ତାଙ୍କ ଦଳ ପକ୍ଷରୁ ବହୁ ଅଭିଯୋଗ ଅଛି । ଏପରିକି ତେଲେଙ୍ଗାନାରେ ଟିକେଟ ଦେବା ପାଇଁ ଭକ୍ତ ବାବୁ ୩ କୋଟି ଟଙ୍କା ନେଇଛନ୍ତି । ଏପରିକି ବିହାର ପ୍ରଭାରୀ ଭାବେ ଭକ୍ତ ମଧ୍ୟ ଟିକେଟ ବିକ୍ରି କରିବା ନେଇ ଅଭିଯୋଗ ଆସିଛି । ଭକ୍ତ ଭାରତୀୟ ଜନତା ପାର୍ଟିର ଏଜେଣ୍ଟ ସାଜିଛନ୍ତି । ବିହାର ଆରଜେଡି ସହ ବିହାରରେ କଂଗ୍ରେସ ସମ୍ପର୍କ ତୁଟାଇବା ପଛରେ ଭକ୍ତଙ୍କ ସମ୍ପୂର୍ଣ ହାତ । ଯେଉଁଥିରେ ବଜେପି ଫାଇଦା ପାଇଲା । ସେହିଭଳି ବିଜୟ ମହାପାତ୍ରଙ୍କ ଅଭିଯୋଗର ବାସ୍ତବତା ନାହିଁ"।

ସେପଟେ ମମିତା ମର୍ଡ଼ର କେସରେ ପୋଲିସ କରୁଥିବା ତଦନ୍ତର ଗୁମର ଖୋଲିଛନ୍ତି ପୂର୍ବତନ ପୋଲିସ ଡ଼ିଜି ସଞ୍ଜୀବ ମାରିକ । ସଞ୍ଜୀବ କହିଛନ୍ତି," କେସ ଡାଏରୀ ଅନୁଯାୟୀ ସେସ୍କ ସ୍କାଣ୍ଡଲ ମର୍ଡ଼ରର ମୁଖ୍ୟ କାରଣ । ସେ ଦିଗରେ ପୋଲିସ ପ୍ରଥମେ ତଦନ୍ତ କରିବା କଥା ମାତ୍ର କାହିଁକି ତାହା କରୁନି ବୁଝାପଡୁନି । ସାକ୍ଷୀମାନେ ଅଭିଯୁକ୍ତର ଲୋକ ହୋଇଥିବାରୁ ସେମାନେ ଯଦି କୋର୍ଟରେ ନିଜ ମତ ବଦଳାଇ ଦେଲେ କେସ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ"।

ପୂର୍ବରୁ ପୋଲିସ ଗଣମାଧ୍ୟମରେ କହିଥିଲା ଗୋବିନ୍ଦର ଅନୈତିକ ସମ୍ପର୍କ ବିଷୟରେ ମମିତା ଜାଣିଥିବାରୁ ତାକୁ ଅଭିଯୁକ୍ତ ହତ୍ୟା କରିଥିଲା। ମାତ୍ର ଏବେ କେସ ଡାଏରୀ ସାମ୍ନାକୁ ଆସିବା ପରେ ପୋଲିସର ତଦନ୍ତ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀ ଆହୁରୀ ଘନିଭୂତ ହୋଇଛି।
Published by: Soumya Das
First published: November 14, 2021, 4:50 PM IST