ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଖୋଲିଲେ ଆସିପାରେ ଅନେକ ମହାରଥୀଙ୍କ ନାଁ; ସଫଳ ହେବ ତ ପୋଲିସ ?

ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ପରେ ବଡ ବଡିଆଙ୍କ ନା ସାମ୍ନାକୁ ଆସୁଛି । ପୋଲିସ ଭିତିରିଆ ତଦନ୍ତ ଚଳାଇଥିବା ବେଳେ ଗିରଫର ଦୁଇଦିନ ପରେ ଆଜି ଡିସିପି ପ୍ରତୀକ ସିଂ ଗଣମାଧ୍ୟମରେ ମାପିଚୁପି ଉତ୍ତର ରଖିଛନ୍ତି ।

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଖୋଲିଲେ ଆସିପାରେ ଅନେକ ମହାରଥୀଙ୍କ ନାଁ; ସଫଳ ହେବ ତ ପୋଲିସ ?

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଖୋଲିଲେ ଆସିପାରେ ଅନେକ ମହାରଥୀଙ୍କ ନାଁ; ସଫଳ ହେବ ତ ପୋଲିସ ?

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଅର୍ଚ୍ଚନା ନାଗ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠାଇବାରେ ଲାଗିଛି ପୋଲିସ। କେମିତି ହୋଇଥିଲେ ଅଚଳାଚଳ ସମ୍ପତ୍ତିର ମାଲିକ, ଦାମୀ ଗାଡ଼ି ସାଙ୍ଗକୁ ବିଳାସପୂର୍ଣ୍ଣ ଘର ପଛର ରହସ୍ୟ କଣ, ଏଭଳି ଅନେକ ପ୍ରଶ୍ନକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଆଉ ଗିରଫ ହେବାର ୨ ଦିନ ପରେ ପୋଲିସ ଆଜି ମୁହଁ ଖୋଲିଛି । ଭୁବନେଶ୍ୱର ଡ଼ିସିପି ଏନେଇ ଆଜି ସମସ୍ତ ସୂଚନା ଗଣମାଧ୍ୟମକୁ ଦେଇଛନ୍ତି ।

ଡିସିପି ପ୍ରତୀକ ସିଂ କହିଛନ୍ତି, ଖଣ୍ଡଗିରିରେ ଗତ ୨ ତାରିଖରେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ସେଇ ଅଭିଯୋଗକୁ ଭିତ୍ତିକରି ଅର୍ଚନା ନାଗଙ୍କୁ ଗିରଫ କରାଯାଇଛି । ଅର୍ଚ୍ଚନା ବନ୍ଧୁତା ଦେଖାଇ ଅଭିଯୋଗକରିଣୀଙ୍କ କିଛି ଅନ୍ତରଙ୍ଗ ଫଟୋ ରଖିଥିଲେ, ଯାହାକୁ ନେଇ ତାଙ୍କୁ ବ୍ଲାକମେଲିଂ କରିଥିଲେ । ଜଣେ ଫିଲ୍ମ ପ୍ରଯୋଜକ ସହ ସମ୍ପର୍କ ବଢାଇବା ପାଇଁ ବାଧ୍ୟ କରିଥିଲେ, ନହେଲେ ଅଭିଯୋଗକାରିଣୀଙ୍କ ଫଟୋ ଭାଇରଲ କରିବାକୁ ଧମକ ଦେଇଥିଲେ । ପରେ ଅର୍ଚ୍ଚନା କହିବା ମୁତାବକ ପ୍ରଯୋଜକଙ୍କ ନିକଟତର ହୋଇ ବ୍ଲାକମେଲିଂ କରିବାକୁ ବାଧ୍ୟ କରିଥିଲେ । ଏମିତି ନ କଲେ ଅଭିଯୋଗକାରିଣୀଙ୍କୁ ଧମକ ଦେଇ ବ୍ଲାକମେଲିଂ କରିଥିଲେ । ଆଇଆଇସି ନିଜେ ତଦନ୍ତ କରୁଛନ୍ତି, ଆଇନ ଅନୁସାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ଆଉ କାହାର ଲିଙ୍କ ରହିଛି ତଦନ୍ତ ଚାଲିଛି । ଫୋନ, ଟାଵଲେଟ, ଡ଼ିଭିଏସ, ପାସବୁକ, ଡକ୍ୟୁମେଣ୍ଟ ଜବତ ହୋଇଛି । ଏସବୁକୁ ତଦନ୍ତ ପାଇଁ SFSL କୁ ପଠାଯାଇଛି ।

RBI କୁ ଆର୍ଥିକ ଟ୍ରାଞ୍ଜକସନର ତଥ୍ୟ ମାଗିଛୁ । ସେହିପରି ତାଙ୍କର ନାଁ ରେ କଣ ଅଛି କମ୍ପାନୀ ତଥ୍ୟ ମଗାଯାଇଛି । ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ଏବେ ଭଲ ନାହିଁ, ସେ ସୁସ୍ଥ ପରେ ଡିଟେଲ ପଚରାଉଚରା କରାଯିବ । ତାଙ୍କର ଆଉ କେଉଁଠି ସମ୍ପତି ଅଛି ଯାଞ୍ଚ ଚାଲିଛି । ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବୁ । ଏବେ ସୁଦ୍ଧା ଦୁଇଟି କେସ ଅଛି ତାଙ୍କ ନାମରେ । ଖଣ୍ଡଗିରିରେ ଗୋଟେ, ନୟାପଲ୍ଲୀରେ ଗୋଟେ । ତଦନ୍ତ ଚାଲିଛି , ଅନ୍ୟ ଥାନାରେ କେସ ଥିଲେ ଆମେ ତଦନ୍ତ କରିବୁ ।

ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ପରେ ବଡବଡିଆଙ୍କ ନା ସାମ୍ନାକୁ ଆସୁଛି । ପୋଲିସ ଭିତିରିଆ ତଦନ୍ତ ଚଳାଇଥିବା ବେଳେ ଗିରଫର ଦୁଇଦିନ ପରେ ଆଜି ଡିସିପି ପ୍ରତୀକ ସିଂ ଗଣମାଧ୍ୟମରେ ମାପିଚୁପି ଉତ୍ତର ରଖିଛନ୍ତି । ଅର୍ଚ୍ଚନାଙ୍କ ସହ ନେତା, ପୋଲିସ, ମନ୍ତ୍ରୀଙ୍କ ଲିଙ୍କ ନେଇ ଚର୍ଚ୍ଚା ହେଉଥିବାରୁ ପୋଲିସ ପାଇଁ ଏହି କେସ ଏକ ଚାଲେଞ୍ଜ ହୋଇପାରେ।
Published by:Soubhagya Mishra
First published: