ଭୁବନେଶ୍ୱରରେ ଖୋଲିଲା ଦ୍ୱିତୀୟ ଟ୍ରାଫିକ ଥାନା; ଷ୍ଟାଫକୁ ନେଇ ଚିନ୍ତାରେ ପୋଲିସ

ଏଣିକି ସୂଚାରୁ ରୂପେ ପରିଚାଳନା ହେବ ଟ୍ରାଫିକ ନିୟମ। ରାଜଧାନୀରେ ଶୁଭାରମ୍ଭ ହେଲା ଦ୍ୱିତୀୟ ଟ୍ରାଫିକ ଥାନା।

 ଶୁଭାରମ୍ଭ ହେଲା ଦ୍ୱିତୀୟ ଟ୍ରାଫିକ ଥାନା

ଶୁଭାରମ୍ଭ ହେଲା ଦ୍ୱିତୀୟ ଟ୍ରାଫିକ ଥାନା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀ(Bhubaneswar)ରେ ଶୁଭାରମ୍ଭ ହେଲା ଦ୍ୱିତୀୟ ଟ୍ରାଫିକ ଥାନା(Traffic Police station)। ପାତ୍ରପଡାରେ ଏହି ଥାନାକୁ ଶୁଭାରମ୍ଭ କରିଛନ୍ତି ପୋଲିସ ଡ଼ିଜି ସୁନୀଲ ଵଂଶଲ । ଜଟଣୀ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଏହି ଥାନା ଅଧୀନରେ ରହିଛି ୨୭ଟି ଟ୍ରାଫିକ ପୋଷ୍ଟ। ୧ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ଏହାର କାମ ହୋଇଛି ।

ଦ୍ଵିତୀୟ ଟ୍ରାଫିକ ଥାନାରେ ଜଣେ ଇନ୍ସପେକ୍ଟରଙ୍କ ସହ ୬ ଏସଆଇ, ୧୦ ଏଏସଆଇ ଓ ୧୪୦ କନଷ୍ଟେବଳ ପଦ ରହିଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓପିଏଚଡବ୍ଲୁସି ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଓ ଏସିପି ପ୍ରମୁଖ ଉପସ୍ଥିତ ଥିଲେ । ସ୍ମାର୍ଟସିଟି ଡିଜିଟାଲ ୱାଲ ଏହି ନୂଆ ଥାନାରୁ କଣ୍ଟ୍ରୋଲ ହେବ। ଦୁର୍ଘଟଣା, ବେଆଇନ ପାର୍କିଂ, ଓଭର ସ୍ପିଡ଼, Drunk and driving, ଇନ୍ଯୁରାନ୍ସ , ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ , ଓଭର ଲୋଡିଂ ଆଦି ଏହି ଡିଜିଟାଲ ୱାଲ ର ସ୍କାନର ରେ ରହିବ।

ଦୁର୍ଘଟଣା ରୋକିବା ପାଇଁ ସୁପ୍ରିମକୋର୍ଟ କମିଟି NH ରେ ଥିବା ବ୍ଲାକସ୍ପଟ ପରିଦର୍ଶନ କରିଥିଲା । ଏହାପରେ ରାଜ୍ୟରେ ଉଭୟ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଏନ୍ଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଥିଲା । ନୂଆ କନଷ୍ଟେବଳଙ୍କ ନିଯୁକ୍ତି ପରେ ଟ୍ରାଫିକ ପରିଚାଳନା ଆହୁରି ବ୍ୟାପକ ହେବ ବୋଲି କହିଛନ୍ତି କମିଶନର । ହେଲେ ଏବେ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଥାନା ଚାଲିବ । ଆଗକୁ ନୂଆ ନିଯୁକ୍ତି ହେବାପରେ ଏନଫୋର୍ସମେଣ୍ଟ ଜୋରଦାର କରାଯିବ ବୋଲି କମିଶନରେଟ ପୋଲିସ ଆଶାବାଦୀ ଅଛି ।

ପୁଣି ଟ୍ରାଫିକ ନିୟମ ଖିଲାପକାରୀଙ୍କ ଉପରେ ପଡିବ ଛାଟ; କାଲିଠୁ ନୂଆ ନିୟମ

ସୂଚନାଯୋଗ୍ୟ ଯେ, ଭୁବନେଶ୍ଵର ସହରର ଭୌଗୋଳିକ ସୀମା ଦିନକୁ ଦିନ ବୃଦ୍ଧି ପାଇବା ସାଙ୍ଗକୁ ଯାନବାହାନର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପୂର୍ବରୁ ପରିଚାଳିତ ହେଉଥିବା ଟ୍ରାଫିକ ଥାନା-୧ରେ ନିଯୁକ୍ତ ଟ୍ରାଫିକ କର୍ମଚାରୀ ମାନେ ସହର ମଧ୍ୟରେ ଯାନବାହାନ ନିୟନ୍ତ୍ରଣ ଦାୟିତ୍ବ ତୁଲାଉଥିଲେ । ଯାହାଫଳରେ ଭୁବନେଶ୍ବର ସହର ଭଳି ଏତେ ବଡ ପରିସୀମା ମଧ୍ୟରେ ସୂଚାରୁ ରୂପେ ଟ୍ରାଫିକ ପରିଚାଳନା କରିବା ସମ୍ଭବପର ହେଉନଥିଲା । ଆଜିର ଏହି ଟ୍ରାଫିକ ଥାନା-୨ କାର୍ଯ୍ୟକାରୀ ହେବା ଦ୍ବାରା ସହରରେ ଉପୁଜୁଥିବା ଟ୍ରାଫିକ ସମସ୍ଯା ବହୁମାତ୍ରାରେ ହ୍ରାସ ପାଇପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ଆଶା ରଖାଯାଇଛି ।
Published by:Soumya Das
First published: