ଗାଁ ଓ ସ୍କୁଲ ସମସ୍ୟା ନେଇ ଅଭିଯୋଗ କଲେ ଦ୍ଵିତୀୟ ଶ୍ରେଣୀ ଛାତ୍ର; କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିଶ୍ରୁତି
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ସଦର ଅଂଚଳର ବୀର ପ୍ରତାପ ଗାଁରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଗାଁ ସମସ୍ୟା ଓ ରେଳ ଲାଇନରେ ଲେଭଲ କ୍ରସିଂ ବନ୍ଦ ଯୋଗୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ଯିବାପାଇଁ ପିଲାମାନେ ଦୁଇ କିଲୋମିଟର ବୁଲିକି ସ୍କୁଲ ଆସିବାକୁ ପଡୁଛି ।
ଆଜି କେନ୍ଦ୍ର ରେଳମନ୍ତ୍ରୀ ପୁରୀ ସଦରବ୍ଲକ ବିରପ୍ରତାପପୁର ଗାଁକୁ ଆସିଥିବା ବେଳେ ବିରପ୍ରତାପପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଛାତ୍ର ବଦ୍ରୀ ପ୍ରସାଦ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ । ଏଥିସହ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।
ସ୍କୁଲରେ ଖେଳ ପଡିଆ ନାହିଁ । ପୁଣି ସ୍କୁଲର ଘର ଆବଶ୍ୟକ ଅନୁସାରେ ନ ଥିବାରୁ ୮ ଟି ଶ୍ରେଣୀର ୧୧୦ ଜଣ ପିଲାଙ୍କୁ ୪ଟି ଘରେ ପାଠ ପଢାଯାଉଛି । ତେଣୁ ପିଲାମାନେ ଏହି ଶ୍ରେଣୀଗୃହରେ ମଧ୍ୟାହ୍ନ ଭୋଜନ ଖାଇବା, ଖେଳିବା ସବୁ କାର୍ଯ୍ୟ ବାଧ୍ୟ ହୋଇ କରୁଛନ୍ତି । ତେଣୁ ବଦ୍ରିର ଅଭିଯୋଗର ସତ୍ୟତା ରହିଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେବୀ "।"ତେଣୁ ଏହାର ସମାଧାନ କରନ୍ତୁ ବୋଲି ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ସମସ୍ୟା ସମ୍ପର୍କରେ ବୁଝି ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବେ ଓ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।