ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଫଳକରେ ନାଁ ନଥିବାରୁ ରାଗିଗଲେ ମହିଳା ସରପଞ୍ଚ; ସମର୍ଥକଙ୍କ ସହିତ ମିଶି ଭାଙ୍ଗିଦେଲେ ଫଳକ

ଫଳକରେ ନାଁ ନଥିବାରୁ ରାଗିଗଲେ ମହିଳା ସରପଞ୍ଚ; ସମର୍ଥକଙ୍କ ସହିତ ମିଶି ଭାଙ୍ଗିଦେଲେ ଫଳକ

ଫଳକରେ ନିଜ ନାଁ ନଥିବାରୁ ରାଗିଗଲେ ମହିଳା ସରପଞ୍ଚ। ସମର୍ଥକଙ୍କ ସହିତ ମିଶି ଭାଙ୍ଗିଦେଲେ ଫଳକ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତରେ।

ଫଳକରେ ନାଁ ନଥିବାରୁ ରାଗିଗଲେ ମହିଳା ସରପଞ୍ଚ; ସମର୍ଥକଙ୍କ ସହିତ ମିଶି ଭାଙ୍ଗିଦେଲେ ଫଳକ
ବିଧାୟକଙ୍କୁ ଘେରି ରହିଛନ୍ତି ଲୋକ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 8, 2021, 5:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଫଳକରେ ନିଜ ନାଁ ନଥିବାରୁ ରାଗିଗଲେ ମହିଳା ସରପଞ୍ଚ। ସମର୍ଥକଙ୍କ ସହିତ ମିଶି ଭାଙ୍ଗିଦେଲେ ଫଳକ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଗୋପୀନାଥ ପୁର ପଞ୍ଚାୟତରେ।

ଗୋପୀନାଥପୁର ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ ନେଇ ସଦର ବିଧାୟକ ଯାଇଥିବା ବେଳେ ସେଠାରେ ପ୍ରବଳ ଉତ୍ତେଜନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ସମୟ ଧରି ଗୋପୀନାଥପୁର ସରପଞ୍ଚ ଓ ସମର୍ଥକ ବିଧାୟକଙ୍କୁ ଘେରି ରଖିବା ସହିତ ଫଳକଟିକୁ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି । ତେବେ ଏନେଇ ବିଜେପି ଅଭିଯୋଗ ଆଣିଛି ବାଲେଶ୍ୱର ସାଂସଦ ତଥା ସ୍ଥାନୀୟ ସରପଞ୍ଚଙ୍କ ନାଁ ନଥିବା ବେଳେ ବିଧାୟକ ଓ ବ୍ଲକ ଚେୟାରମ୍ୟାନଙ୍କ ନା ଫଳକରେ ରଖି ବିଧାୟକ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଏପରି ହେଉଥିବା ବେଳେ ଏହାକୁ ସରପଞ୍ଚ ବିରୋଧ କରିଛନ୍ତି । ତେବେ ଗତକାଲି ଫଳକ ଭାଙ୍ଗି ଦେବାପରେ ବିଧାୟକ ଉଦ୍ଘାଟନ ପରିବର୍ତ୍ତେ ସେହି ସ୍ଥାନରୁ ଫେରି ଆସିଥିଲେ।

ଏନେଇ ଏକ ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସ୍ଥାନୀୟ ସରପଞ୍ଚ ସତ୍ୟଭାମା ଦାସଙ୍କ ଓ ତାଙ୍କର ସମର୍ଥକମାନେ ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଘେରି ହୋହାଲ୍ଲା କରୁଛନ୍ତି।  ବିଧାୟକଙ୍କୁ ସୁରକ୍ଷା ଦେବାପାଇଁ ସ୍ଥାନୀୟ ପୋଲିସ କର୍ମଚାରୀମାନେ ମଧ୍ୟ ବିଧାୟକଙ୍କ ଚାରିପାଖରେ ଘେରି ରହିଥିଲେ। ହେଲେ ବିଧାୟକଙ୍କୁ କୌଣସି ମୋତେ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ ଗ୍ରାମର ମହିଳାମାନେ ।

ପରିସ୍ଥିତିକୁ ସମ୍ବାଳିବା ପାଇଁ ବିଧାୟକ ବାରମ୍ବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ସରପଞ୍ଚଙ୍କ ଗୋଟିଏ କଥା କାହିଁକି ନାଁ ଲେଖା ଯାଇନାହିଁ ବୋଲି ଗ୍ରାମବାସୀ ବାରମ୍ବାର ପ୍ରଶ୍ନ କରିଥିଲେ। ସୂଚନା ଅନୁସାରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଏପରି ଗଣ୍ଡଗୋଳ ପରେ ଶେଷରେ ବିଧାୟକଙ୍କ ସମ୍ମୁଖରେ ଲୋକେ ଫଳକ ଭାଙ୍ଗି ଦେଇଥିବାରୁ ଉଦ୍ଘାଟନ ନକରି ବିଧାୟକ ଫେରି ଆସିଥିଲେ।

ଏହି ଘଟଣାକୁ ନେଇ ବିଜେପି ନେତା ମାନସ ଦତ୍ତ କହିଛନ୍ତି," ଯେଉଁ ଘଟଣା ଗୋପୀନାଥପୁରରେ ଘଟିଲା ତାହା ନୂଆ କଥା ନୁହେଁ ଏହା ପୂର୍ବରୁ ଆଉ ଏକ ପଞ୍ଚାୟତ ବଇଁଚାରେ ମଧ୍ୟ ଏପରି ହୋଇଥିଲା । ଯେଉଁଥିରେ ନାୟବ ସରପଞ୍ଚଙ୍କ ନାଁ ଥିଲା ଫଳକରେ ହେଲେ ସରପଞ୍ଚ ବିଜେପିର ହୋଇଥିବାରୁ ତାଙ୍କ ନାମ କାଟିଦେଇଥିଲେ । ବିଧାୟକ ହେବାପରେ ସେ ଜଣେ ଗଣତାନ୍ତ୍ରିକ ପଦବୀରେ ରହିଛନ୍ତି ଏପରି ସ୍ଥିତିରେ ଅଗଣତନ୍ତ୍ରୀଙ୍କ ଭାବରେ ଦଳୀୟ ରାଜନୀତି କରିବା ଉଚିତ ନୁହେଁ। ଏବେ ବିଜେପିର ସାଧାରଣ କର୍ମୀ ବିରୋଧ କରିଛନ୍ତି ଆଗାମୀ ଦିନରେ ଲୋକେ ବିରୋଧ କରିବେ"।

ବିଧାୟକ ସ୍ୱରୂପ ଦାସ କହିଛନ୍ତି," ମୁଖ୍ୟମନ୍ତ୍ରୀଙ୍କ ଜନାହିତକାରୀ ଯୋଜନା ଉଦ୍ଘାଟନ ନେଇ ଯାଇଥିଲି। ସେଭଳି କିଛି ହେଇନାହିଁ।  ଏଇ ଛୋଟିଆ କଥା ନେଇ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ"।

ବିଜେପି ଜିଲ୍ଲା ମୁଖପାତ୍ର ଶ୍ରୀନିବାସ ପ୍ରଧାନ କହିଛନ୍ତି," ସଦର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତରେ RWSS ବିଭାଗ ତରଫରୁ କିଛି ପ୍ରକଳ୍ପର ଶୁଭାରମ୍ଭ ହେବାର ଥିଲା, ନିୟମ ମୁତାବକ ସ୍ଥାନୀୟ ସାଂସଦଙ୍କ ନାମ କାର୍ଯ ଫଳକରେ ରହିବା ସହିତ କାର୍ଯ୍ଯକ୍ରମକୁ ସାଂସଦଙ୍କୁ ନିମନ୍ତ୍ରଣ କରାଯିବ। କିନ୍ତୁ ନା ଫଳକରେ ସାଂସଦଙ୍କ ନାମ ଥିଲା ନା କାର୍ଯ୍ଯକ୍ରମକୁ ସାଂସଦ ବା ତାଙ୍କ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରା ଯାଇନଥିଲା।  ପ୍ରଶାସନ ଓ ବିଭାଗ ତରଫରୁ ଚଞ୍ଚକତା ପୁର୍ବକ କେବଳ ସ୍ଥାନୀୟ ସାଂସଦ ସ୍ବରୂପ କୁମାର ଦାସ ଓ ବ୍ଲକ ଅଧକ୍ଷ ନାରାୟଣ ପ୍ରଧାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହେଉଥିବାର ଖବର ପାଇ ସ୍ଥାନୀୟ ଜନସାଧାରଣ ସମେତ ବିଜେପି କାର୍ଯ୍ଯକର୍ତ୍ତାମାନେ ପ୍ରତିବାଦ କରିଥିଲେ"।
Published by: Soumya Das
First published: November 8, 2021, 5:45 PM IST