ଦୁଃଖ ଦେଇଗଲା ଦୟାନଦୀ ବନ୍ୟା; ଚାଷ ଜମିରେ ବାଲି.. ଚାଷୀ ମୁହଁରୁ ଲିଭିଲା ହସ

ବନ୍ୟା ପାଣି ଚାଷ ଜମିକୁ ବୁଡ଼ାଇଥିଲା କିନ୍ତୁ ନଦୀର ପ୍ରଖର ସ୍ରୋତରେ ନଦୀ ଭିତରୁ ବାଲି ଆଣି ଚାଷ ଜମିରେ ପକାଇଦେଲା । ଯାହାଫଳରେ ଚାଷ ଜମିଗୁଡ଼ିକୁ ବାଲି ଚରି ଯାଇଛି । ଯାହା ଚାଷୀଙ୍କ ଚିନ୍ତା ବଢାଇଛି । 

ଦୁଃଖ ଦେଇଗଲା ଦୟାନଦୀ ବନ୍ୟା; ଚାଷ ଜମିରେ ବାଲି.. ଚାଷୀ ମୁହଁରୁ ଲିଭିଲା ହସ

ଦୁଃଖ ଦେଇଗଲା ଦୟାନଦୀ ବନ୍ୟା; ଚାଷ ଜମିରେ ବାଲି.. ଚାଷୀ ମୁହଁରୁ ଲିଭିଲା ହସ

  • Share this:
News 18 Odia Digital

ଭୁବନେଶ୍ଵର: ଦୟାନଦୀ କୂଳରେ ଚାଷ କରୁଥିବା କୃଷକ ଏବେ ଚିନ୍ତାରେ । ବନ୍ୟା ପାଣିରେ ଚାଷ ଉଜୁଡିବା ସହ ବନ୍ୟା ଜନିତ କ୍ଷୟକ୍ଷତି ବ୍ୟାପକ ହୋଇଥିଲା ଆଉ ଏବେ ପାଣି ଛାଡ଼ିବା ପରେ ଚାଷ ଜମିର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

ବନ୍ୟା ପାଣି ଚାଷ ଜମିକୁ ବୁଡ଼ାଇଥିଲା କିନ୍ତୁ ନଦୀର ପ୍ରଖର ସ୍ରୋତରେ ନଦୀ ଭିତରୁ ବାଲି ଆଣି ଚାଷ ଜମିରେ ପକାଇଦେଲା । ଯାହାଫଳରେ ଚାଷ ଜମିଗୁଡ଼ିକୁ ବାଲି ଚରି ଯାଇଛି । ଏପରି କି ହିଡ଼ ଉପରେ ବାଲି ରହିଥିବାରୁ କେଉଁ ଜମି କାହାର ତାହା ଜାଣିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଚାଷ ଜମି ନଦୀର ସଜ୍ୟାପରି ଦୃଶ୍ୟମାନ ହେଉଛି । ଦୟା ନଦୀରେ ପାଣି ଅଧିକ ହେବାରୁ ତାହା ଏକ କାଜ ବା ବନ୍ୟା ପ୍ରତିରୋଧକ ୱାଲ୍ ଦେଇ ଲୋକଙ୍କ ଜମିରେ ପ୍ରବେଶ କରୁଛି । ଫଳରେ ଶହଶହ ଏକର ଜମିକୁ ବାଲି ମାଡି ଯାଉଛି ।

ପିପିଲିର କଣ୍ଟିକୁ ଯାଇ ରିୟଲିଟି ଚେକ୍ କରିବା ସମୟରେ ଚାଷୀଙ୍କ ଅସରନ୍ତି ଦୁଃଖର ଚିତ୍ର ସାମ୍ନାକୁ ଆସିଛି । ଦୟାନଦୀର ବନ୍ୟାରେ ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ମୌଜାର ୫୦ ଏକରରୁ ଉର୍ଦ୍ଧ ଜମିରେ ବାଲି ମାଡିଯାଇଛି । କଣ୍ଟିଠାରେ ନଦୀବନ୍ଧରେ ଥିବା କାଜରୁ ନିର୍ଗତ ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମିର ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ପିପିଲି-ଜଟଣୀ ରାସ୍ତା ଉପରେ ଏହି ବନ୍ୟାଜଳ ଆଠ ଦିନ ଧରି ପ୍ରବାହିତ ହୋଇଥିଲା । କଣ୍ଟି ମୌଜାରେ ଥିବା କଣ୍ଟି, ସାନକଣ୍ଟି, ନାରଣଖେତା, ବାରିମୂଳ, କେରୁଣ୍ଡେଇ, ମାର୍ଥା ଆଦି ଗ୍ରାମର ଚାଷୀଙ୍କର ଶହ ଶହ ହେକ୍ଟର ଚାଷଜମିରେ ନଇବାଲି ମାଡିଯାଇଛି । କେଉଁଠି ଅଢେଇ ଫୁଟ୍‍ ଉଚ୍ଚରେ ତ’ ପୁଣି କେଉଁଠି  ଦୁଇ ଫୁଟ ଉଚ୍ଚରେ ବାଲି ମାଡିଯାଇଛି । ଫଳରେ ଉକ୍ତ ଜମିର ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଥିବା ବେଳେ ସମଗ୍ର ଚାଷଜମି ଏବେ ବାଲିମୟ ହୋଇଛି । ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଏହାକୁ ନେଇ କଣ୍ଟିର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ଏବେ ଚିନ୍ତାରେ ।

ଅଳ୍ପ କିଛି ଦିନ ପୂର୍ବରୁ ଜମିରେ ଧାନ ରୁଆ କାର୍ଯ୍ୟ ସମୂର୍ଣ୍ଣ କରିଥିବା ଚାଷ ଜମି ଏବେ ବାଲି ମୟ ହୋଇ ଥିବା ବେଳେ ପରିବାର କିଭଳି ଭରଣ ପୋଷଣ କରିବେ ଓ ଋଣ କିଭଳି ପରିଶୋଧ କରିବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ ।  ୭୫୨ ଫୁଟର ବନ୍ଧକୁ କଂକ୍ରିଟ ଢ଼ଳେଇ କରି ବନ୍ଧା ଯାଇଛି । କିନ୍ତୁ ସମୟ କ୍ରମେ ଏହି ବନ୍ଧର ଉଚ୍ଚତା ଦୟା ନଦୀ ସହିତ ସମତଳ ହେଉଛି । ଫଳରେ ଅତି ସହଜରେ ପାଣି ପ୍ରବେଶ କରୁଛି ବିଲରେ । ସେପଟେ ବର୍ଷ ବର୍ଷ ଧରି ଏଭଳି ବନ୍ୟା ସମୟରେ ଦୟା ନଦୀର ବନ୍ୟା ଜଳ କଣ୍ଟି କାଜ ବା ବନ୍ୟା ପ୍ରତିରୋଧକ ୱାଲ୍ ରାସ୍ତାରେ  ପିପିଲି ବ୍ଲକ କଣ୍ଟି ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମିରେ ବାଲିଚର ସୃଷ୍ଟି କରିଥାଏ । ଯାହା ପାଇଁ ଚାଷୀ ଅନେକ ସମୟରେ ବନ୍ୟା ଜଳ ପାଇଁ କ୍ଷତି ସହି ଆସୁଛନ୍ତି । ଏବେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଚାଷୀ ।
Published by:Soubhagya Mishra
First published: