ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା ଘଟଣା; ବିଜେପି ଉପରେ ବର୍ଷିଲେ ବିଧାୟକ

ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା ଓ ଏଥିରେ ବିଧାୟକଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଧାୟକ ସୁଧୀର ସାମଲ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଧାୟକ।

ବିଜେପି ଉପରକୁ ଦୋଷ ଠେଲିଲେ ବିଧାୟକ (ପ୍ରତୀକାତ୍ମକ ଛବି)

ବିଜେପି ଉପରକୁ ଦୋଷ ଠେଲିଲେ ବିଧାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଢେଙ୍କାନାଳ: ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା ଓ ଏଥିରେ ବିଧାୟକଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଧାୟକ ସୁଧୀର ସାମଲ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଧାୟକ। ଢେଙ୍କାନାଳ ସହରରେ ବିଜେପି ଗୁଣ୍ଡାରାଜ କରିବା ସହ ଦୋମୁହାଁ ନୀତି କରୁଛି ବୋଲି ବିଧାୟକ ପାଲଟା ଅଭିଯୋଗ ଆଣିଛନ୍ତି।

ପାଞ୍ଚ ରାଉଣ୍ଡ ଫାଙ୍କା ଗୁଳିଚାଳନା ଓ ଜୀବନ ମାରିଦେବା ଭଳି ଧମକ ଦେଇଥିବା ଯୁବକମାନେ ବିଜେଡ଼ି ଦଳର ବୋଲି ଅଭିଯୋଗ କରିଥିଲେ ପୌରାଧ୍ୟକ୍ଷା। ବିଜେଡ଼ି ପୌର ନିର୍ବାଚନରେ ପରାଜିତ ହେବା ପରେ ଜାଣିଶୁଣି ବିଧାୟକଙ୍କ ଗୁଣ୍ଡାମାନେ ଏଭଳି କାଣ୍ଡ ଘଟାଇଥିଲେ ବୋଲି ସେ ଏତଲାରେ ମଧ୍ୟ ଦର୍ଶାଇଥିଲେ। ୪୮ ଘଣ୍ଟା ଭିତରେ ତୁରନ୍ତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର।

ଏପଟେ ବିଜେପିର ପୌରାଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଓ ଦିଅର ଜାଣିଶୁଣି ଏହି ଘଟଣାରେ ବିଧାୟକଙ୍କ ସମ୍ପୃକ୍ତି ଥିବା କଥା କହିଛନ୍ତି। ଏପରିକି ଫାଙ୍କା ଗୁଳିଚାଳନା ଓ ମାରପିଟ ଘଟଣାକୁ ସମ୍ପୁର୍ଣ୍ଣ ମିଥ୍ୟା ଓ ଭିତ୍ତିହିନ ବୋଲି କହିଛନ୍ତି ବିଧାୟକ।  ଯଦି ସେମାନଙ୍କ ପାଖରେ ସିସିଟିଭି ଫୁଟେଜ ଅଛି ତେବେ ତାକୁ ପୋଲିସ ନିକଟରେ ଜମା କରନ୍ତୁ କିମ୍ବା ପୋଲିସ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ରହିବାକୁ ପ୍ରତିକ୍ରିୟାରେ କହିଛନ୍ତି ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ ।

"ବିଜୁ ଜନତା ଦଳ ଏକ ବିରାଟ ଦଳ ଏଥିରେ ହିଁ ସାର ସ୍ଥାନ ନାହିଁ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ମୁଁ ନିଜେ ମଧ୍ୟ ହିଂସାକୁ ପ୍ରଶୟ ଦିଏ ନାହିଁ। ଯଦି କେହି ବି ଢେଙ୍କାନାଳ ଭଳି ଶାନ୍ତି ପ୍ରିୟ ସହରରେ ହିଂସା କରିବାକୁ ଚେଷ୍ଟା କରେ ତେବେ ଆମେ ତାକୁ ବରଦାସ୍ତ କରିବୁ ନାହିଁ," କହିଛନ୍ତି ବିଧାୟକ ସୁଧୀର ସାମଲ।

ଗତ ୩୦ ତାରିଖ ରାତି ୧୦.୩୦ ମିନିଟ ସମୟରେ କିଛି ଦୃର୍ବୃତ୍ତ ନିକଟରେ ପୌରାଧ୍ୟକ୍ଷ ପଦ ପାଇଥିବା ବିଜେପିର ଜୟନ୍ତୀ ପାତ୍ରଙ୍କ ଘର ଆଗରେ କିଛି ଯୁବକ ଫାଙ୍କା ଗୁଳିଚାଳନା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେବା ଓ ସେହି ୧୯ ନମ୍ବର ୱାର୍ଡ଼ କାଉନସିଲର ପ୍ରାର୍ଥୀ ଅନିତା ମଲ୍ଲିକଙ୍କ ବାପା ଆର୍ତ୍ତବନ୍ଧୁ ମଲ୍ଲିକଙ୍କୁ ବାଡିଆ ପିଟା କରିଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ ପୌରାଧ୍ୟକ୍ଷା ପ୍ରାର୍ଥୀ ଜୟନ୍ତୀ ପାତ୍ର।

ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ସହିତ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ର ଓ ଦିଅର ତଥା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଘଟଣାରେ ବିଧାୟକ ସୁଧୀର କୁମାର ସାମଲଙ୍କ ସମ୍ପୃକ୍ତି ଥିବା ନେଇ ଏତଲାରେ ଦର୍ଶାଇଥିଲେ ପୌରାଧ୍ୟକ୍ଷା।
Published by:Soumya Das
First published: