ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମନ ମୋହିଛି ଗ୍ରାମୀଣ ଉଦ୍ୟାନ; ୬୫ଲକ୍ଷ ବିନିମୟରେ ହେଉଛି ପାର୍କ

ମନ ମୋହିଛି ଗ୍ରାମୀଣ ଉଦ୍ୟାନ; ୬୫ଲକ୍ଷ ବିନିମୟରେ ହେଉଛି ପାର୍କ

ପ୍ରାକୃତିକ ପରିବେଶ ଭିତରେ ମନୋରମ ଉଦ୍ୟାନ। ଏଭଳି ସୁନ୍ଦର ଗ୍ରାମୀଣ ଉଦ୍ୟାନ ରହିଛି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ବଡ଼ହିଂସର ଗାଁରେ।

ମନ ମୋହିଛି ଗ୍ରାମୀଣ ଉଦ୍ୟାନ; ୬୫ଲକ୍ଷ ବିନିମୟରେ ହେଉଛି ପାର୍କ
ଅନୁଗୁଳର ଗ୍ରାମୀଣ ଉଦ୍ୟାନ ଲୋକଙ୍କ ମନ ମୋହି ନେଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 23, 2021, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନୁଗୁଳ: ପ୍ରାକୃତିକ ପରିବେଶ ଭିତରେ ମନୋରମ ଉଦ୍ୟାନ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ନଥିଲେ ମଧ୍ୟ ଏବେଠାରୁ ପର୍ଯ୍ୟଟକଙ୍କ ମନ ମୋହୁଛି । ଏଭଳି ସୁନ୍ଦର ଗ୍ରାମୀଣ ଉଦ୍ୟାନ ରହିଛି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ବଡ଼ହିଂସର ଗାଁରେ।

ବଡ଼ ହିଂସର ଗାଁରେ ଥିବା ଏହି ଉଦ୍ୟାନର ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ପାହାଡ଼ ରହିଛି। ମଝିରେ କୁଳୁକୁଳୁ ନାଦରେ ବହି ଯାଉଛି ଚିରସ୍ରୋତା ଝରଣା। ଏଭଳି ସୌନ୍ଦଯ୍ୟ ଥରେ ଦେଖିଲେ ଆଖି ରାଜ୍ୟ ସରକାରଙ୍କ ଗ୍ରାମୀଣ ଉନ୍ନୟନ ଯୋଜନାରେ ଏବେ

ପ୍ରତ୍ୟେକ ପଞ୍ଚାୟତରେ ନିର୍ମାଣ ହେଉଛି ଗ୍ରାମୀଣ ଉଦ୍ୟାନ। ଅନୁଗୁଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଚାଲିଛି କୋଟି କୋଟି ଟଙ୍କା ବ୍ୟୟରେ ଗ୍ରାମୀଣ ଉଦ୍ୟାନ। ପ୍ରାୟ ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଉଦ୍ୟାନର ଶତକଡା ପ୍ରାୟ ୮୦ଭାଗ କାମ ଶେଷ ହୋଇ ଯାଇଛି।

ବଡ଼ହିଂସର ଗାଁ ଠାରୁ ଅଳ୍ପ ଦୂରରେ ରହିଛି ଚିର ସବୁଜିମାରେ ପରିପୂର୍ଣ୍ଣ ପାହାଡ଼। ଦୁଇ ପାହାଡ଼ ମଝିରେ କୁଳୁକୁଳୁ ନଦୀରେ ପ୍ରବାହିତ ହେଉଛି ପ୍ରାକୃତିକ ଝରଣା। ସେଠାରେ ରହିଛି ମା ଖୁମ୍ବେଶ୍ୱରୀଙ୍କ ମନ୍ଦିର। ସେଭଳି ଏକ ସ୍ଥାନରେ ନିର୍ମାଣ ହେଉଛି ଉଦ୍ୟାନ। ପ୍ରାକୃତିକ ପରିବେଶ ଭିତରେ ଖୁବ ସୁନ୍ଦର ଭାବେ ସିମେଣ୍ଟ ଚୌକିଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ପ୍ରକାରର ବସିବା ସ୍ଥାନ, କୃତ୍ରିମ ଝରଣା, ଫାଉଣ୍ଟନ ଓ ଅନ୍ୟାନ୍ୟ ଆକର୍ଷଣୀୟ ଜିନିଷ ନିର୍ମାଣ କରାଯାଇଛି। ଅତି ସୁନ୍ଦର ପୋଖରୀ କରା ଯାଇଛି। ସେଠାରେ ପର୍ଯ୍ୟଟକ ସ୍ୱିମିଙ୍ଗର ମଜା ନେଇ ପାରିବେ। ସେଠାରେ କିଛି ସମୟ ଅତିବାହିତ କଲେ ନିଶ୍ଚିତ ଭାବେ ଆନନ୍ଦ ମିଳିବା ସହ ମାନସିକ ଅବସାଦ ଦୂର ହୋଇ ପାରିବ। ତେଣୁ ଏବେଠାରୁ ପ୍ରତ୍ୟକ ଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି।

"ଏତେ ସୁନ୍ଦର ପରିବେଶ। ଆକର୍ଷଣୀୟ ପାର୍କ। ଏଠାକୁ ଆସିଲେ ମନ ପ୍ରଫୁଲ୍ଲ ହୋଇ ଯାଏ। କିନ୍ତୁ ଏଠାରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଅସୁବିଧା ହେଉଛି। ଆମେ ଅଞ୍ଚଳ ବାସୀ ଆଶା ରଖିଛୁ ପ୍ରଶାସନ ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବ,“ ଏମିତି କହିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଦୀନବନ୍ଧୁ ସେଠୀ।

ଏହି ଉଦ୍ୟାନ ସମ୍ପୂର୍ଣ୍ଣ ଶେଷ ହେଲେ ନିଶ୍ଚିତ ଭାବେ ଏକ ଆକର୍ଷଣୀୟ ସ୍ଥାନ ପାଳଟିବ। ଏହି ସ୍ଥାନ ବିଷୟରେ ଏକ ଲୋକକଥା ରହିଛି। ବହୁ ପୂର୍ବରୁ ଏକ ବିରାଟକାୟ ସର୍ପ ଆତଙ୍କ ସୃଷ୍ଟି କରୁଥିଲା। ଲୋକଙ୍କୁ ଦଂଶନ କରୁଥିଲା। ଏଥିରେ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ। ତେଣୁ ସେଠାରେ ମା ଖୁମ୍ବେଶ୍ୱରୀଙ୍କ ସ୍ଥାପନା କରି ପୂଜାର୍ଚ୍ଚନା କଲେ। ମା ଖୁମ୍ବେଶ୍ୱରୀ ସେହି ସର୍ପକୁ ସେଠାରେ ପଥର କରି ରଖିଦେଲେ। ତେଣୁ ଏବେ ମଧ୍ୟ ଖୁମ୍ବେଶ୍ୱରୀଙ୍କ ମନ୍ଦିର ଠାରୁ ସର୍ପ ଭଳି ଏକ ଲମ୍ଭା ପଥର ଅଛି। ତାହା ଜଙ୍ଗଲ ଭିତରକୁ କେତେବାଟ ଲମ୍ବିଛି ତାହା କେହି କହି ପାରୁ ନାହାନ୍ତି। ଲୋକଙ୍କ ମତରେ ସେହି ସ୍ଥାନଟି ଅତି ପବିତ୍ର ସ୍ଥାନ ହୋଇ ଥିବାରୁ ସେଠାରେ ଉଦ୍ୟାନ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି।

“ଏଠାକାର ପରିବେଶ ଖୁବ ନିଆରା। ଯିଏ ଥରେ ଆସୁଛି ଯିବାକୁ ଇଚ୍ଛା କରୁନି। ବିଶେଷ କରି ଏଠାରେ ପ୍ରବାହିତ ଝରଣା, ସବୁଜିମାରେ ଭରପୁର ପାହାଡ଼, ମା ଖୁମ୍ବେଶ୍ୱରୀଙ୍କ ମନ୍ଦିର ଏବଂ ନିର୍ମାଣାଧୀନ ପାର୍କ ଛାଡି ଯିବାକୁ ଆଦୌ ମନ ହୁଏନି। ଆଗାମୀ ଦିନରେ ନିଶ୍ଚିତଭାବେ ସାରା ଓଡ଼ିଶାରେ ଏହି ସ୍ଥାନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ,"କହିଛନ୍ତି ଜଣେ ଗ୍ରାମବାସୀ ପ୍ରକାଶ ସାହୁ।

“ଓଃ କି ସୁନ୍ଦର। ଏଠାକୁ ଆସିଲେ ମା ଖୁମ୍ବେଶ୍ୱରୀଙ୍କ ସାନିଧ୍ୟ ମିଳେ। ଏହାଛଡା ପ୍ରକୃତିର କୋଳରେ ଯେଉଁ ପାର୍କ ନିର୍ମାଣ ହେଉଛି ତାହା ସୁନ୍ଦରକୁ ଆହୁରି ଦ୍ବିଗୁଣିତ କରୁଛି," କହିଛନ୍ତି ଜଣେ ପର୍ଯ୍ୟଟକ ଜୟନ୍ତ ପ୍ରଧାନ।
Published by: Soumya Das
First published: November 23, 2021, 6:49 PM IST