ଇଞ୍ଜିନିୟରିଂ କଲେଜର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣା; ସନ୍ଦେହରେ କଲେଜ କର୍ମଚାରୀଙ୍କ ଭୂମିକା

ରାଜଧାନୀରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ। ରିମାଣ୍ଡର ଦ୍ଵିତୀୟ ଦିନରେ ସାମ୍ନାକୁ ଆସିଛି କଲେଜ ଆଟେଣ୍ଡାଣ୍ଟଙ୍କ ସମ୍ପୃକ୍ତି ।

ଠକେଇ ଘଟଣାରେ କଲେଜ କର୍ମଚାରୀଙ୍କ ଭୂମିକା ସନ୍ଦେହ କରାଯାଉଛି (ପ୍ରତୀକାତ୍ମକ ଛବି)

ଠକେଇ ଘଟଣାରେ କଲେଜ କର୍ମଚାରୀଙ୍କ ଭୂମିକା ସନ୍ଦେହ କରାଯାଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଥିବା ଏକ  ଘରୋଇ ଇଞ୍ଜିନିୟରିଂ କଲେଜର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ। ରିମାଣ୍ଡର ଦ୍ଵିତୀୟ ଦିନରେ ସାମ୍ନାକୁ ଆସିଛି କଲେଜ   ଆଟେଣ୍ଡାଣ୍ଟଙ୍କ ସମ୍ପୃକ୍ତି । ଆଟେଣ୍ଡାଣ୍ଟ ରଶ୍ମି ରଞ୍ଜନ ସେନଙ୍କୁ ପୋଲିସର ପଚରାଉଚାର କରିଥିବା ଜଣା ପଡ଼ିଛି । ଏହା ସହ କଲେଜର ୫ ଜଣକ ଆକାଉଣ୍ଟକୁ ଯାଞ୍ଚ କରୁଛି ଟିମ। ଆସନ୍ତାକାଲି ରିମାଣ୍ଡ ସରିବାକୁ ଥିବାବେଳେ ଟଙ୍କା ସମ୍ବନ୍ଧୀୟ ତଥ୍ୟ ଖୋଜୁଛି ପୋଲିସ ।

"ହଡ଼ପ ଟଙ୍କା ଅଭିଯୁକ୍ତ ବିକାଶ ଅନଲାଇନ ଜୁଆ ଖେଳିଥିବା ଜଣା ପଡ଼ିଛି । ଆଉ କିଛି ଟଙ୍କାରେ ରାଜ୍ୟ ବାହାରେ ଉଭୟ ମଉଜ କରୁଥିବା ଜଣା ପଡ଼ିଛି ।  ଉଭୟଙ୍କ ମୋବାଇଲ ଫୋନକୁ ଯାଞ୍ଚ କରାଯାଉଛି । ଯାଞ୍ଚ ବେଳେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି । କଲେଜର କିଛି ଲୋକଙ୍କ ଭୂମିକା ନେଇ ସନ୍ଧେହ କରାଯାଉଛି । ସେଥିପାଇଁ ଏକାଧିକ ଲୋକଙ୍କ ଅକାଉଣ୍ଟକୁ ଯାଞ୍ଚ କରାଯାଉଛି," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ଠକେଇ ଘଟଣାରେ ୩ଦିନିଆ ରିମାଣ୍ଡରେ ଅଛନ୍ତି ପ୍ରେମୀ ଯୁଗଳ । ରିମାଣ୍ଡ ବେଳେ ହଡପ ଟଙ୍କାର ହିସାବ ଖୋଜୁଛି ତଦନ୍ତକାରୀ ଟିମ । ଉଭୟଙ୍କୁ ରିମାଣ୍ଡ ଆଣି ମୁହାଁମୁହିଁ ଜେରା କରାଯାଉଛି । କଲେଜର ହଡପ ଟଙ୍କାରେ କିଭଳି ରାଜ୍ୟ ବାହାରେ ମଉଜ କରୁଥିଲେ ସେନେଇ ତଦନ୍ତ ଚାଲିଛି । ବିକାଶର ମୋବାଇଲରୁ ଅନେକ ଗୁଡ଼ିଏ ଅନଲାଇନ ଗେମ ଆପ ରହିଛି । ତେଣୁ ସେସବୁ ଆପରେ କିଭଳି ଟଙ୍କା ବିନୋଯୋଗ କରାଯାଇଛି ସେନେଇ ତତଦନ୍ତ କରାଯାଉଛି।
Published by:Soumya Das
First published: