ମହଙ୍ଗା ପଡ଼ିଲା ସମଲିଙ୍ଗୀ ସମ୍ପର୍କ; ଏକ ଲକ୍ଷ ଟଙ୍କା ଲୁଟ ପରେ ଜଣେ ଗିରଫ

ସମଲିଙ୍ଗୀ ଆପରେ ଚାଟିଂ ପରେ ଦେଖା କରିବାକୁ ଡାକି ଥିଲେ ଯୁବକ। ପରେ ଏକ ପ୍ରତିଷ୍ଠିତ ମେଡ଼ିକାଲର ଫାର୍ମାସିଷ୍ଟଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଫାର୍ମାସିଷ୍ଟଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା (ପ୍ରତୀକାତ୍ମକ ଛବି)

ଫାର୍ମାସିଷ୍ଟଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ମହଙ୍ଗା ପଡ଼ିଲା ସମଲିଙ୍ଗୀ ସଂପର୍କ ନିଶା । ଅନ ଲାଇନରେ ମିଠା ଚାର୍ଟ ଓ ସଂପର୍କ ପାଇଁ  ଲକ୍ଷେ ଟଙ୍କା ଚୂନ ମାରିଲେ ଛଦ୍ମବେଶୀ ଲୁଟେରା । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।

ଅଭିଯୁକ୍ତ ଜଣଙ୍କ ହେଲେ ୨୨ବର୍ଷୀୟ ଶୁଭମ ସିଂ। ତାଙ୍କ ଘର ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୨ ଅଞ୍ଚଳର । ତେବେ ଏହି ଘଟଣାରେ ଆଉ ଦୁଇଜଣ ଫେରାର ଥିବା ଜଣା ପଡ଼ିଛି ।

ପୋଲିସର ସୂଚନା ଅନୁସାରେ ସଂପୃକ୍ତ ଫର୍ମାସିଷ୍ଟ ଜଣକ ଏକ ସମଲିଙ୍ଗୀ ଆପରେ ରେଜିଷ୍ଟ୍ରେସନ୍‌ କରିଥିଲେ। ଆପ୍‌ରେ ରେଜିଷ୍ଟ୍ରେସନ କରିବା ପରେ ତାଙ୍କୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ତାଙ୍କୁ ତମାଣ୍ଡୋ ଅଞ୍ଚଳକୁ ଡକାଇଥିଲା । ସଂପୃକ୍ତ ଫାର୍ମାସିଷ୍ଟ ଜଣକ  ପହଞ୍ଚିବା ପରେ ତାଙ୍କୁ ଧମକ ଚମକ ଦେଇ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ନେଇ ଯାଇଥିଲେ । ପରେ ଲୋକ ଲଜ୍ଜା ପାଇଁ ପ୍ରଥମେ ଚୁପ୍ ରହିଥିଲେ । ପରେ ତମାଣ୍ଡୋ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ଅଭିଯୋଗକାରୀ ଯୁବକ ଏମ୍ସରେ ନର୍ସିଂ ଅଫିସର ଭାବେ କାମ କରନ୍ତି । ତାଙ୍କ ଘର ତାମିଲନାଡୁ ପଶ୍ଚିମ ମୋଗାପାୟାର ଅଞ୍ଚଳରେ । ଗତ ଜାନୁଆରୀ ମାସରେ ନିଜ ମୋବାଇଲରେ ‘ ଗ୍ରିଣ୍ଡର ’ ନାମକ ଏକ ସମଲିଙ୍ଗୀ ଆପ୍ଲିକେସନ ଇନ୍‌ଷ୍ଟଲ କରିଥିଲେ । ଆପ୍ଲିକେସନ ଜରିଆରେ ଜଣେ ଯୁବକ ତାଙ୍କ ସହିତ ବନ୍ଧୁତା କରିବା ସହିତ ଗତ ଜାନୁଆରୀ ୮ ତାରିଖରେ ଦେଖା କରିବାକୁ ଡାକିଥିଲେ । ଉକ୍ତ ଯୁବକଙ୍କୁ ଦେଖା କରିବାକୁ ସୁଭମ ଓ ତାର ସହଯୋଗି ଏମ୍ସ ନିକଟକୁ ଡାକିଥିଲେ। ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ ଶୁଭମ ଓ ତା’ର ଦୁଇ ସହଯୋଗୀ କାଳିଆ ଓ ଆଲୋକ ସେଠାରେ  ଛକି ରହିଥିଲେ । ଅଭିଯୋଗକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଶୁଭମ , କାଳିଆ ଓ ଆଲୋକ ତାଙ୍କୁ ଏକ ଅନ୍ଧାରିଆ ସ୍ଥାନକୁ ଉଠାଇ ନେଇଥିଲେ । ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିବା ସହିତ ଜୋରଜବରଦସ୍ତି ତାଙ୍କ ଫୋନ ପେ'ରୁ ୫ଟି ପର୍ଯ୍ୟାୟରେ ମୋଟ ଏକଲକ୍ଷ ଟଙ୍କା ଲୁଟି ନେଇଥିଲେ । ଟଙ୍କା ନେବାପରେ ଶୁଭମ ଓ ତା’ର ଦୁଇ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

"ଏ ସଂକ୍ରାନ୍ତରେ ତମାଣ୍ଡୋ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି। ଅଭିଯୁକ୍ତ ମାନେ ପୂର୍ବରୁ କାହାକୁ ଏଭଳି ଉପାୟରେ ଠକିଛନ୍ତି କି ନାହିଁ ସେ ଉପରେ ମଧ୍ୟ ତଦନ୍ତ ଚାଲିଛି। ତେବେ କେଉଭଳି ପରିସ୍ଥିତି ରେ ଯୁବକ ଜଣଙ୍କ ଲୁଟ ଶିକାର ହେଲେ ସେନେଇ ତଦନ୍ତ ଚାଲିଛି,"କହିଛନ୍ତି  ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
Published by:Soumya Das
First published: