ସଟର ଭାଙ୍ଗି ୭୦ଲକ୍ଷ ଟଙ୍କାର ଗହଣା ନେଇଗଲେ ଲୁଟେରା; ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱରର ଡେଲଟା ଛକ ଏକ ସୁନା ଗହଣା ଦୋନାରୁ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦୋକାନର ଷ୍ଟ୍ରଙ୍ଗରୁମକୁ ବି ଭାଙ୍ଗିଦେଇଛନ୍ତି ଲୁଟେରା ।

ସଟର ଭାଙ୍ଗି ଗହଣା ଦୋକାନୀରୁ ଲୁଟ କଲେ ଲୁଟେରା (ପ୍ରତୀକାତ୍ମକ ଛବି)

ସଟର ଭାଙ୍ଗି ଗହଣା ଦୋକାନୀରୁ ଲୁଟ କଲେ ଲୁଟେରା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱରର ଡେଲଟା ଛକ ଏକ ସୁନା ଗହଣା ଦୋନାରୁ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ରାତି ପ୍ରାୟ ସାଢେ ୩ଟାରେ ଏହି ଲୁଟ୍ ହୋଇଛି । ଏନେଇ ଅଳଙ୍କାର ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଯୋଜାନାବଦ୍ଧ ଭାବେ ସଟରକୁ କାଟି କାଚଭାଙ୍ଗି ଲୁଟେରାମାନେ ଦୋକାନ ଭିତରେ ପଶିଛନ୍ତି । ଚୋରି ଗହଣା ମଧ୍ୟରେ ଏକ କିଲୋ ସୁନା, ଦେଢଲକ୍ଷ ନଗଦ ଟଙ୍କା ଓ ୧୦ କିଲୋଗ୍ରାମ ରୂପା ଥିବା ଅଭିଯୋଗ ହୋଇଛି । ଦୋକାନର ଷ୍ଟ୍ରଙ୍ଗରୁମକୁ ବି ଭାଙ୍ଗିଦେଇଛନ୍ତି ଲୁଟେରା ।

ସନ୍ଦୀପ ରବିବାର ସକାଳ ପ୍ରାୟ ୭ଟା ବେଳେ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଦୋକାନ ସଟର କଟା ଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନ ଭିତରେ ପଶିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଦୋକାନ କବାଟଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ୍ ପର୍ଯ୍ୟନ୍ତ ସବୁ କବାଟକୁ ଗ୍ୟାସ୍ କଟର୍ରେ କଟା ଯାଇଥିଲା । ଦୋକାନରେ ଥିବା ପ୍ରାୟ ୭୦ ଲକ୍ଷ ଟଙ୍କାର ଅଳଙ୍କାର ସମେତ କ୍ୟାସ୍ ଡ୍ର’ରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥିଲା । ସମସ୍ତ ଘଟଣା ସିସି କ୍ୟାମେରାରେ କଏଦ୍ ହୋଇଥିବ ଭାବି ଡିବିଆର୍ ମେସିନ୍ ଖୋଜିବା ବେଳକୁ ତାହା ମଧ୍ୟ ନଥିଲା। ଲୁଟେରାମାନେ ଧରାପଡ଼ିଯିବା ଭୟରେ ତାକୁ ବି ସାଥିରେ ନେଇ ପଳାଇଥିଲେ ।

ଦୋକାନରେ ଲାଗିଥିବା ସିସିଟିଭର ହାର୍ଡଡିସ୍କ ବି ଲୁଟେରାମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଏତଲା ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଛାନଭିନ ଆରମ୍ଭ କରିଛି । ଆଖପାଖର ସିସିଟିଭି ସହାୟତାରେ ଯାଞ୍ଚକୁ ଜୋରଦାର କରାଯାଇଛି । କମିଶନରେଟ ପୁଲିସ ଏକ ଟିମ ଗଠନ କରିଛି । ଗତକାଲି ରାତିରେ ବର୍ଷା ଲାଗିରହିଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରା ଚୋରି କରିଥିବା ଅନୁମାନ କରାଯାଉଛି ।

ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛକରେ ଲାଗିଥିବା ସିସି କ୍ୟାମେରା ଓ ପାଖ ଦୋକାନରେ ଥିବା ସିସି ଫୁଟେଜ୍ ଆଧାରରେ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଛି। ଫରେନ୍ସିକ୍ ଟିମ୍ ଲୁଟ୍ ଗହଣା ଦୋକାନରେ ପହଞ୍ଚି ନମୁନା ସଂଗ୍ରହ କରିଛି ।
Published by:Soumya Das
First published:
)}