ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ଚାଲିଛି; ଅନ୍ୟ ଆସନ ପାଇଁ ଚାଲିଛି ପ୍ରସ୍ତୁତି

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ସରିଯାଇଛି। ଏବେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଇତ୍ୟାଦିର ତାଲିକା ପ୍ରସ୍ତୁତ ଚାଲିଛି।

ପଞ୍ଚାୟତ ନିର୍ବାଚନ ଜିଲ୍ଲା ପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ସରିଛି (ପ୍ରତୀକାତ୍ମକ ଛବି)

ପଞ୍ଚାୟତ ନିର୍ବାଚନ ଜିଲ୍ଲା ପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ସରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ସରିଯାଇଛି। ଏବେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଇତ୍ୟାଦିର ତାଲିକା ପ୍ରସ୍ତୁତ ଚାଲିଛି। ସମସ୍ତ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରି ନିର୍ବାଚନ କମିଶନଙ୍କୁ ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତ ରାଜ ମନ୍ତ୍ରୀ। ସେପଟେ ବିଜେପି କହିଛି ନିଜକୁ ସୁହାଇବାଭଳି ପଦକ୍ଷେପ ସରକାର ନେଉଛନ୍ତି । ସରକାରଙ୍କ ମିଛ ଲୋକଙ୍କ ପାଖରେ ଦଳ ପହଞ୍ଚାଇବ ବୋଲି କଂଗ୍ରେସ ଦାବି କରିଛି।

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ ହେବ। ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି ପଞ୍ଚାୟତିରାଜ ବିଭାଗ। ଏବେ ସରପଞ୍ଚ ସମିତି ସଭ୍ୟ ଇତ୍ୟାଦି ତାଲିକା ପ୍ରକାଶ ପାଇବ। ଏନେଇ ସମସ୍ତ ପ୍ରକ୍ରିୟା ଶେଷ କରିଛି ପଞ୍ଚାୟତ ରାଜ ବିଭାଗ।ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗକୁ ଦିଆ ଯିବ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି। ସଂରକ୍ଷଣ ୫୦ ପ୍ରତିଶତ ଟପିବନି ବୋଲି କୋର୍ଟ ନିର୍ଦେଶ ଦେଇଛି। ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ପଞ୍ଚାୟତ ରାଜ ମନ୍ତ୍ରୀ କହିଛନ୍ତି।

ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜକୁ ସୁହାଇଲା ଭଳି ପଦକ୍ଷେପ ନେଇଥିବା ବିଜେପି କହିଛି। ସାଧାରଣ ସମ୍ପାଦକ ପୄଥୀରାଜ ହରିଚନ୍ଦନ କହିଛନ୍ତି,"କିଛି କିଛି ବ୍ଲକରେ ଅନୁସୂଚିତ ଜାତି ୫୦ ପ୍ରତିଶତ ହୋଇଛି ତାଙ୍କୁ କେମିତି ସୁହାଇବା ସେଭଳି କରିଛନ୍ତି। ଯେତେବେଳେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ପିଆଇଏଲ କରିଥିବା ବେଳେ । ଓଡିଶା ସରକାର କାହିଁକି ଏହା କଲେୱନାହିଁ । ରାଜ୍ୟ ସରକାରଙ୍କ କମ ଆନ୍ତରିକତା ରାଜନୀତି ଅଧିକ ଅଛି"।

କଂଗ୍ରେସ ନିଜ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଲୋକଙ୍କ ପାଖରେ ସରକାରଙ୍କ ମିଛକୁ ପହଞ୍ଚାଇବାକୁ ଦଳୀୟ ନେତା ଆହ୍ୱାନ ଦେଇଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଭୋଟରଙ୍କୁ ଲୋଭନୀୟ ଯୋଜନା ଦ୍ୱାରା ସରକାର ପ୍ରଲୋଭିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ କହିଛି।
Published by:Soumya Das
First published:
)}