ଲଙ୍କାଧିପତି ରାବଣଙ୍କ ଦଣ୍ଡ ବିଧାନ; ୭୦ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଜୋରିମାନା ଗଣିବେ ସମ୍ପାଦକ

ପ୍ରଶ୍ନ କରୁଛନ୍ତି ଦଶାନନ, ଦଣ୍ଡ ବି ଦେଉଛନ୍ତି। ରାବଣ ମହାରାଜ ପ୍ରଜାଙ୍କ ଦୁଃଖ ସୁଖ ବୁଝିବା ସହ ଦୋଷୀଙ୍କୁ କରୁଛନ୍ତି ଦଣ୍ଡ ବିଧାନ।

ପ୍ରଶ୍ନ କରୁଛନ୍ତି ଦଶାନନ

ପ୍ରଶ୍ନ କରୁଛନ୍ତି ଦଶାନନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବୌଦ୍ଧ: କଂସ ଦରବାର ଭଳି ବସୁଛି ରାବଣ ଦରବାର । ପ୍ରଶ୍ନ କରୁଛନ୍ତି ଦଶାନନ, ହିସାବ ବି ମାଗୁଛନ୍ତି । ରାବଣ ମହାରାଜ ପ୍ରଜାଙ୍କ ଦୁଃଖ ସୁଖ ବୁଝିବା ସହ ଦୋଷୀଙ୍କୁ କରୁଛନ୍ତି ଦଣ୍ଡ ବିଧାନ। ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଖାଲିଆପାଲି ଗ୍ରାମରେ ଦରବାରରେ ନ୍ୟାୟ ଦେଉଛନ୍ତି ଲଙ୍କାଧିପତି ରାବଣ।

ପ୍ରଥମ ଦିନରେ ଲଙ୍କାପତି ରାବଣଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ମନୁପାଲି ସେବା ସମବାୟ ସମିତିର ସମ୍ପାଦକ । ମଞ୍ଚରେ ରାଜ୍ୟର ଚାଷୀଙ୍କ ହାଲଚାଲ ବୁଝୁ ବୁଝୁ ଧାନକିଣା ସମୟରେ ସମିତିରେ ହେଉଥିବା କଟନୀ ଛଟନୀ ବାବଦରେ ପଚାରିଥିଲେ ।  ରାବଣ ଦରବାରରେ ନିମନ୍ତ୍ରିତ ଅତିଥି ଭାବେ ମନୁପାଲି ସେବା ସମବାୟ ସମିତିର ସମ୍ପାଦକ ଯତୀନ ଶଙ୍କର ଭୋଇ ଯୋଗ ଦେଇଥିଲେ। ଚଳିତ ବର୍ଷ ଧାନ କିଣାରେ କେତେ କଟନୀ ଛଟନୀ ହୋଇଛି ବୋଲି ପ୍ରଶ୍ନ କରିଥିଲେ ଦଶାନନ। ୬୦ହଜାର କୁଇଣ୍ଟାଲ ଧାନ କିଣା ହୋଇଛି । କୁଇଣ୍ଟାଲ ପିଛା  ତିନି କେଜି କଟନୀ କରାଯାଇଛି ବୋଲି କହିଥିଲେ ସମ୍ପାଦକ । ତେଣୁ ମହାରାଜ ଦଶାନନ ଉକ୍ତିକ୍ଷ୍ତ ହୋଇ ମୋର ପ୍ରଜାଙ୍କୁ ତୁମେ ଶୋଷଣ କରୁଥିବାରୁ ତୁମକୁ ଏହି ରାଜ ଦରବାରରେ ୭୦ଲକ୍ଷ ଟଙ୍କା ସ୍ୱର୍ଣ୍ଣ ମୁଦ୍ରା ଫାଇନ ଦେବାକୁ ପଡିବ ବୋଲି କହିଥିଲେ। ଏହାପରେ କ୍ଷମା ପ୍ରାର୍ଥନା କରିବା ସହିତ ରାଜ ଦରବାରରେ ଜରିମାନା ଭରିବେ ବୋଲି କହିଥିଲେ ସମ୍ପାଦକ ।

ଆଉ ମାତ୍ର ୨ ଦିନ! ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଲଙ୍କାପତି ଦଶାନନ ମହାରାଜ ରାବଣର ଅଟ୍ଟହାସ୍ୟରେ ପ୍ରକମ୍ପିତ ମହୀ ମଣ୍ଡଳ । ସନ୍ଧ୍ୟା ହେଲେ ବସୁଛି ଲଙ୍କାପତିଙ୍କ ଦରବାର । ଚଳିତ ବର୍ଷ ପ୍ରଥମ ଗତକରି କାଲି ଠାରୁ ମହାରାଜ ରାବଣଙ୍କ ଦରବାର ଖାଲିଆପାଳି ରାମଲିଳା ମଞ୍ଚରେ ଆରମ୍ଭ ହୋଇଛି। ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ରାମଲୀଳା। ସେଥିପାଇଁ ସବୁଠି ଏବେ ଶ୍ରୀରାମମୟ ପରିବେଶ ,କାରଣ ଏବେ ଗାଁ ଗାଁରେ ଚାଲିଛି ରାମଲୀଳା । ସନ୍ଧ୍ଯା ନଇଁଲେ କଳାକାର ମାନେ ରଙ୍ଗ ମାଖି ରାମ, ଲକ୍ଷ୍ମଣ, ସୀତା ସହ ବିଭିନ୍ନ ବେଶ ପରିଧାନ କରି ମଞ୍ଚରେ ରାମଲୀଳା ନାଟକ କରୁଛନ୍ତି । ଏହି ରାମଲୀଳା ୧୮ ଦିନ ଧରି ଅନୁଷ୍ଠିତ ହେବାକୁଥିବା ବେଳେ ରାମ ଜନ୍ମଗଥାରୁ ସୀତା ବିବାହ, ରାମ ବନବାସ, ଭରତ ମିଳନ ଭଳି ୧୪ ଗୋଟି ମୁଖ୍ୟ କାହାଣୀକୁ ନେଇ ନାଟକ ଅଭିନୀତ ହେଉଛି । ଆଜି ଦ୍ୱିତୀୟ ଦିବସ ହୋଇଥିବା ବେଳେ କେଉଁ ଅଧିକାରୀଙ୍କ ପାଳି ପଡିବ ତାହା ଦେଖିବାକୁ ବାକି ରହିଲା । ତେବେ ଦଶାନନଙ୍କ ଦରବାର ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛ ।
Published by:Soumya Das
First published: