ସରିଯାଇଛି ଘୋଷ ଯାତ୍ରା; ପରିଣତ ବୟସରେ ପୁଅ ନୁହେଁ ବଡ଼ଦାଣ୍ଡ ପାଲଟିଛି ସାହାରା

ରଥ ଯାତ୍ରା ପରେ ପରେ ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଅଲୋଡା ବୃଦ୍ଧ ବାପା ଓ ମା'ଙ୍କୁ ଛାଡ଼ ପଲେଇଛନ୍ତି ପରିବାର। ସାହାରା ପାଲଟିଛି ବଡ଼ଦାଣ୍ଡ।

ପରିଣତ ବୟସରେ ପୁଅ ନୁହେଁ ବଡ଼ଦାଣ୍ଡ ପାଲଟିଛି ସାହାରା

ପରିଣତ ବୟସରେ ପୁଅ ନୁହେଁ ବଡ଼ଦାଣ୍ଡ ପାଲଟିଛି ସାହାରା

  • News18 Odia
  • Last Updated :
  • Odisha (Orissa) | Purihasa
  • Share this:
News 18 Odia Digital

ପୁରୀ: ଜଗାକୁ ବଡ଼ ଦାଣ୍ଡରେ ଦର୍ଶନ କଲେ କଥାରେ ଅଛି କୋଟି ଜନ୍ମର ପୂର୍ଣ୍ଣ ମିଳେ। କାହିଁ କେଉଁଠୁ ଘୋଷ ଯାତ୍ରା ଦେଖିବାକୁ ଆସି ଥାନ୍ତି ଭକ୍ତମାନେ। ସାରା ବିଶ୍ବରେ ମହାପ୍ରଭୁଙ୍କ ଭକ୍ତ। ସରି ଯାଇଛି ରଥଯାତ୍ରା ହେଲେ ଜଗାକୁ ଦେଖିବା ପାଇଁ ଆସିଥିବା କିଛି ବୃଦ୍ଧ ଓ ବୃଦ୍ଧା ଏବେ ବଡ଼ଦାଣ୍ଡରେ ଅଲୋଡ଼ା।

କିଏ ପରିବାର ଠାରୁ ଅଲୋଡା ତ ପୁଣି କିଏ ରଥ ଦେଖିବା ପାଇଁ ଜିଦ ଯୋଗୁଁ ହଜିଯାଇ ବୁଲୁଛନ୍ତି ପୁରୀର ଗଳିକନ୍ଦିରେ। ଏଭଳି କିଛି ବୃଦ୍ଧ ବୃଦ୍ଧାଙ୍କୁ ଉଦ୍ଧାର କରି ପୁରୀର କିଛି ସ୍ୱେଛାସେବୀ ସେମାନଙ୍କ ଘରକୁ ପଠାଉଥିବା ବେଳେ ଆଉ କିଛି ପରିବାରର ଅଲୋଡା ହୋଇ ଏବେ ପୁରୀ ମେ଼ଡିକାଲରେ ଚିକିତ୍ସିତ ହେଉଛନ୍ତି।

ନିଜ ବାପା ଓ ମା'ଙ୍କୁ ପରିଣତ ବୟସରେ ଏଭଳି ବଡଦାଣ୍ଡରେ ଅଲୋଡା କରି ଛାଡ଼ି ଦେଉଛନ୍ତି ସେମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ।

ସେପଟେ ଗୋପର ନୂଆ ଖୋଲମରା ଗଡସାହିର ୯୫ ବର୍ଷୀୟା ବୃଦ୍ଧାକୁ ଗତକାଲି ସେମାନଙ୍କ ପରିବାରକୁ ପଠାଯାଇଥିବା ବେଳେ ଶୁକ୍ରବାର ବସଷ୍ଟାଣ୍ଡରେ ବୁଲୁଥିବା ୯୦ ବର୍ଷୀୟା ବୃଦ୍ଧାକୁ ବସଯୋଗେ ହିନ୍ଦୋଳ ପଠାଯାଇଥିଲା। ଆଉ ଜଣେ ବୃଦ୍ଧ ବାପା ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ୭୫ ବର୍ଷୀୟ ଜଗବନ୍ଧୁ ନାୟକ। ପୁରୀରେ ବୁଲୁଥିବା ବେଳେ ଗାଡି ଧକ୍କାରେ ଆହତ ହୋଇ ଏବେ ପୁରୀ ମେଡିକାଲରେ ଚିକିତ୍ସାଧୀନ। ତେଣୁ ତାଙ୍କ ପୁଅକୁ ମଧ୍ୟ ଯୋଗାଯୋଗ କରାଯାଇଥିବା କହିଛନ୍ତି ସ୍ୱେଛାସେବୀ ଚନ୍ଦ୍ରଶେଖର ମିଶ୍ର।

"ଦୀର୍ଘ ଦୁଇ ବର୍ଷ ପରେ ହେଲା ରଥଯାତ୍ରା। ହେଲେ ଅନେକ ଦୂରରୁ ଭକ୍ତ ଆସିଲେ ମହାପ୍ରଭୁଙ୍କୁ ରଥ ଉପରେ ଦେଖି ଦର୍ଶନ କଲେ। ହେଲେ କିଛି ଲୋକେ ସେମାନଙ୍କ ଘରର ବୃଦ୍ଧ ବୃଦ୍ଧାଙ୍କୁ ରଥଯାତ୍ରା ଗହଳିରେ ପୁରୀରେ ଛାଡ଼ି ଦେଇ ପଳାଇଛନ୍ତି। କାରଣ ସେମାନେ ହୋଇପଡ଼ିଛନ୍ତି ଅଲୋଡା। ତେବେ ଯେଉଁ ପୁଅକୁ କାନ୍ଧରେ ବସାଇ ପିଲାବେଳେ ରଥ ଦେଖାଇ ଥିଲେ ସେହି ପୁଅ ଆଜି ରଥ ଦାଣ୍ଡରେ ବାପା ହାତରେ ୨୦ ଟଙ୍କା ଧରାଇ ଦେଇ ଚାଲି ଯାଇଛି। ଆଉ ୧୨ ତାରିଖରେ ଗୋଟିଏ ଗାଡି ଧକ୍କାରେ ବାପା ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସାଧୀନ।

ଆଉ ଜଣେ ବୃଦ୍ଧ ବାପା ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ୭୫ ବର୍ଷୀୟ ଜଗବନ୍ଧୁ ନାୟକ। ପାଳି ପୋଷି ବଡ଼ କରିଥିଲେ ସୁଦ୍ଧା ଏବେ ବାପା ତାଙ୍କ ପାଇଁ ଅଲୋଡ଼ା ଓ ବାପାଙ୍କ ଠିକଣା ପାଲଟିଛି ବଡଦାଣ୍ଡ। ପୁଣି ୪ ପୁଅ ଥିବା ବେଳେ ପାଳି କରି ତାଙ୍କୁ ପୋଷୁଥିଲେ। ହେଲେ ରଥ ଦେଖିବାକୁ ମନବଳିଲା। ମାତ୍ର ରଥ ଦେଖିବା ପାଇଁ କେଉଁ ପୁଅ ସହଯୋଗ ନ କରିବାରୁ ମଝିଆ ପୁଅ ସମୀର ପୁରୀ ଆଣି ହାତରେ ୨୦ ଟଙ୍କା ଦେଇ ରଥ ସମ୍ମୁଖରେ ଛାଡ଼ି ଦେଇ ପଳାଇଥିଲା।

"ଖାଲି ଜଗବନ୍ଧୁ ନୁହଁନ୍ତି ଆଉ ଜଣେ ହେଲେ ୯୫ ବର୍ଷିୟା ସୀତା । ଚମ ଧୁଡୁଧୁଡୁ ଅଣ୍ଟା ନଇଁ ଯାଉଛି। ହେଲେ ଜିଦ ଜଗାକୁ ଦର୍ଶନ କରିବି। ଜଗା ପ୍ରେମରେ ଗୋପର ନୂଆ ଖୋଲମରା ଗଡସାହିର ୯୫ ବର୍ଷୀୟା ବୃଦ୍ଧା ସୀତା ସ୍ୱାଇଁଙ୍କୁ ପରିବାର ଲୋକେ ରଥଯାତ୍ରାକୁ ନ ଆଣିବାରୁ ସେ ବସଯୋଗେ ପୁରୀ ଆସି ୫ ଦିନ ହେଲା ସହରରେ ବୁଲୁଥିଲେ। ରଥଯାତ୍ରା ଦେଖିବାକୁ ଜିଦ କରି ବୃଦ୍ଧା ଜଣଙ୍କ ବସଯୋଗେ ପୁରୀରେ ପହଞ୍ଚି ତାଳ ବଣିଆରେ ଓହ୍ଲାଇ ସହର ସାରା ବୁଲୁଥିଲେ। ଜଣେ ଆଇନଛାତ୍ରୀ ତାଙ୍କୁ ଦେଖି ପଚରାଉଚୁରା କରିବା ପରେ ତାଙ୍କ ଠିକଣା ମିଳିବାରୁ ଗତକାଲି ତାଙ୍କ ପୁଅକୁ ଡକାଇ ଘରକୁ ପଠଯାଇଥିଲା। ଆଉ ଜଣେ ହେଲେ ହିନ୍ଦୋଳର ୯୦ ବର୍ଷୀୟା ବୃଦ୍ଧା। ମାତ୍ର ତାଙ୍କୁ ମଧ୍ୟ ଉଦ୍ଧାର କରି ସ୍ୱେଛାସେବୀମାନେ ଏକ ଗାଡିରେ ତାଙ୍କୁ ହିନ୍ଦୋଳ ନେଇ ତାଙ୍କ ଘରେ ଛାଡ଼ିବାପାଇଁ ଯାଇଛନ୍ତି,’’ କହିଛନ୍ତି ସମାଜସେବୀ ତଥା ସ୍ୱେଛାସେବୀ ଚନ୍ଦ୍ରଶେଖର ମିଶ୍ର।

"ପୁରୀରେ ରଥଯାତ୍ରା ସମୟରେ ପିଲାମାନେ ଏଭଳି ମାତାପିତାଙ୍କୁ ଅଲୋଡା କରି ରଥ ଦାଣ୍ଡରେ ଛାଡ଼ି ଦେବା ନିହାତି ନିନ୍ଦନୀୟ। ଆଉ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। କାରଣ ଏହି ଯାତ୍ରାରେ ପରିବାର ଲୋକେ ସେମାନଙ୍କ ଘରର ବୃଦ୍ଧ ଓ ବୃଦ୍ଧା ଦର୍ଶନ କରାଇ ପୁଣ୍ୟ ଅର୍ଜନ କରିବା କଥା। ହେଲେ ଏଠି ପୁଣ୍ୟ ବଦଳରେ ସେମାନଙ୍କୁ ଅଲୋଡା କରି ଛାଡି ଦେବା ଯୁକ୍ତିଯୁକ୍ତି ନୁହେଁ କି,’’ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।
Published by:Sujit Swain
First published: