ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାକ୍ଷୀ ପୂର୍ଣ୍ଣିମାକୁ ବାକି ରହିଲା ୩ଦିନ; ସପ୍ତାହନ୍ତ ସଟଡାଉନ ପାଇଁ ଚିନ୍ତାରେ ରାକ୍ଷୀ ବ୍ଯବସାୟୀ

ରାକ୍ଷୀ ପୂର୍ଣ୍ଣିମାକୁ ବାକି ରହିଲା ୩ଦିନ; ସପ୍ତାହନ୍ତ ସଟଡାଉନ ପାଇଁ ଚିନ୍ତାରେ ରାକ୍ଷୀ ବ୍ଯବସାୟୀ

ଏବର୍ଷ କରୋନା ମହାମାରୀ ଯୋଗୁଁ ଫିକା ପଡ଼ିଛି ରାକ୍ଷୀ । ଏପରିକି ସପ୍ତାହନ୍ତ ବନ୍ଦ ରହୁଥିବାରୁ ରାକ୍ଷୀ ପୂର୍ଣ୍ଣିମାରେ ବେପାରକୁ ନେଇ ଚିନ୍ତାରେ ବ୍ୟବସାୟୀ ।

ରାକ୍ଷୀ ପୂର୍ଣ୍ଣିମାକୁ ବାକି ରହିଲା ୩ଦିନ; ସପ୍ତାହନ୍ତ ସଟଡାଉନ ପାଇଁ ଚିନ୍ତାରେ ରାକ୍ଷୀ ବ୍ଯବସାୟୀ
ସପ୍ତାହନ୍ତ ସଟଡାଉନ ପାଇଁ ଚିନ୍ତାରେ ରାକ୍ଷୀ ବ୍ଯବସାୟୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 19, 2021, 7:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୂବନେଶ୍ୱର: ଭାଇଚାରର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭାଇର ସୁରକ୍ଷା ପାଇଁ ଭଉଣୀ ଅତି ସରାଗରେ ରାକ୍ଷୀ ବାନ୍ଧିଥାଏ । କିନ୍ତୁ ଏବର୍ଷ କରୋନା ମହାମାରୀ ଯୋଗୁଁ ଫିକା ପଡ଼ିଛି ରାକ୍ଷୀ । ଏପରିକି ସପ୍ତାହନ୍ତ ବନ୍ଦ ରହୁଥିବାରୁ ରାକ୍ଷୀ ପୂର୍ଣ୍ଣିମାରେ ବେପାରକୁ ନେଇ ଚିନ୍ତାରେ ବ୍ୟବସାୟୀ ।

"ରାକ୍ଷୀ ଅଛି ହେଲେ ଲୋକଙ୍କ ଆଗ୍ରହ ନାହିଁ। ଆଗ ଅପେକ୍ଷା ବ୍ୟବସାୟ ବହୁତ କମିଯାଇଛି। ଲୋକେ ଅନଲାଇନରେ ରାକ୍ଷୀ କିଣୁଛନ୍ତି । ବାଧ୍ଯ ହୋଇ ଆମେ ବି ଅନଲାଇନରେ ରାକ୍ଷୀ ବିକ୍ରି କରୁଛୁ। ଆମାଜନ, ଫ୍ଲିପକାର୍ଟ ଜରିଆରେ ରାକ୍ଷୀ ବିକି ଦୁଇ ପଇସା ପାଉଛୁ," କହିଛନ୍ତି ରାକ୍ଷୀ ବ୍ଯବସାୟୀ ଅତନୁ ସାହୁ।

ରାକ୍ଷୀ ପୂର୍ଣ୍ଣିମାକୁ ଶ୍ରାବଣ ମାସର ଶେଷ ତଥା ବଳଭଦ୍ରଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ଆଉ ମାତ୍ର ଦିନ ଦୁଇଟା ପରେ ରାକ୍ଷୀ ପୂର୍ଣ୍ଣିମା। କୋରୋନା ପାଇଁ ମାନ୍ଦା ପଡିଛି ବ୍ୟବସାୟ। ଆଜିକାଲି ଝିଅମାନେ ଘରେ ରାକ୍ଷୀ ତିଆରି କରି ବାନ୍ଧିବାରେ ସଉକ ରଖୁଥିବାରୁ ରାକ୍ଷୀ ବେପାର ଏକ ପ୍ରକାର ମାନ୍ଦା ପଡ଼ିଯାଇଛି ହେଲେ ରାକ୍ଷୀ ବଜାର ଫିକା ପଡିଛି। ଶନିବାର, ରବିବାର ସପ୍ତାହନ୍ତ ସଟଡାଉନ ପାଇଁ ଆଉ ହାତରେ ମାତ୍ର ଦୁଇ ଦିନ ଅଛି ବ୍ୟବସାୟ ପାଇଁ। ନୂଆ ରାକ୍ଷୀ ଓ ବିଭିନ୍ନ ସେବା ଯୋଗାଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ବ୍ୟବସାୟୀ।

ରାକ୍ଷୀକୁ ଆଉ ମାତ୍ର ୩ଦିନ ବାକି ରହିଛି ହେଲେ ବେପାର ପାଇଁ ହାତରେ ଅଛି ଗୋଟିଏ ଦିନ। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ବ୍ୟବସାୟୀ।

"ରାକ୍ଷୀ ପୂର୍ଣ୍ଣିମାରେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବୁ। ବାହାରକୁ କିଣିବାକୁ ଆସିବାକୁ ଡ଼ର ଲାଗୁଛି । ଦୋକାନରେ କୋଭିଡ଼ ଗାଇଡ଼ଲାଇନ ମାନି ଜିନିଷ କିଣୁଛୁ, ତଥାପି ଡର ରହୁଛି । ରାକ୍ଷୀ ପାଇଁ ମାର୍କେଟ ଆସିଛୁ,"ରାଜଧାନୀ ବାସିନ୍ଦା ଶିଳ୍ପା ପ୍ରଧାନ।

ଏଥର ମାର୍କେଟକୁ ଭଳିକି ଭଳି ରାକ୍ଷୀ ଆସିଛି। କୁନ୍ଦନ ରାଖୀ, ଷ୍ଟୋନ ରାକ୍ଷୀ, ସିଲଭର ରାକ୍ଷୀ ସାଙ୍ଗକୁ କପଲ ରାକ୍ଷୀ ବେଶ ଆକର୍ଷଣୀୟ ହୋଇଛି। ପିଲାଙ୍କ ପାଇଁ ଡୋରେମନ, ମୋଟୁ ପତଳୁ, ସ୍ପାଇଡର ମ୍ୟାନ, ସୁପରମ୍ୟାନ ଭଳି ଭେରାଇଟି ରାକ୍ଷୀ ଦେଖିବାକୁ ମିଳୁଛି। ଆଉ କିଛି ବ୍ୟବସାୟୀ ରାଖୀ ବ୍ୟବସାୟ ସାଙ୍ଗକୁ କୋରିଅର ସର୍ଭିସ ମଧ୍ୟ ଯୋଗାଇ ଦେଉଛନ୍ତି।
Published by: Soumya Das
First published: August 19, 2021, 6:56 PM IST