ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ମୃତ୍ୟୁ ମାମଲା; ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ: କଂଗ୍ରେସ

ମମିତା ମୃତ୍ୟୁ ମାମଲା; ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ: କଂଗ୍ରେସ

ମମିତା ମେହେର ମୃତ୍ୟୁକୁ ନେଇ ଥମୁନି ରାଜନୀତି। ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ପ୍ରତିବାଦ ଆହୁରି ତୀବ୍ରତର କରିବାକୁ ବିରୋଧୀ ଚେତାବନୀ ଦେଇଛନ୍ତି।

ମମିତା ମୃତ୍ୟୁ ମାମଲା; ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ: କଂଗ୍ରେସ
ମମିତା ମୃତ୍ୟୁକୁ ନେଇ ଥମୁନି ରାଜନୀତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 8, 2021, 6:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମମିତା ମେହେର ମୃତ୍ୟୁକୁ ନେଇ ଥମୁନି ରାଜନୀତି। ମମିତା ବାପାଙ୍କ ବୟାନ ପରେ ବି ବିରୋଧୀଙ୍କ ନିଶାନାରେ ମନ୍ତ୍ରୀ। ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ପ୍ରତିବାଦ ଆହୁରି ତୀବ୍ରତର କରିବାକୁ ବିରୋଧୀ ଚେତାବନୀ ଦେଇଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ କହିଛି ।

ମମିତା ମୃତ୍ୟୁକୁ ନେଇ ରାଜ୍ୟ ଉଠ ପଡ ହେଉଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀଙ୍କଠୁ ନ୍ୟାୟ ଆଶା ରଖିବା ସହ ଘଟଣାକୁ ନେଇ ରାଜନୀତି ନ କରିବାକୁ ଭିଡିଓ ବାର୍ତ୍ତାରେ କହିଛନ୍ତି ମମିତାଙ୍କ ବାପା। ମମିତାଙ୍କ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଦାବି କରି ଗତ କିଛିଦିନ ହେବ ରାଜନୀତି ଜୋର ଧରିଥିବା ବେଳେ ଏବେବି ଥମିବାର ନାଁ ଧରୁନି। ଚାପରେ ମମିତାଙ୍କ ପରିବାର ସ୍ୱର ବଦଳାଇଥିବା ବିରୋଧୀ ଅଭିଯୋଗ କରିବା ସହ କଳାହାଣ୍ଡି କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ବିରୋଧୀ। ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି," ମମିତା ମେହେର ଘଟଣାକୁ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ନା ନାହିଁ ତାହାକୁ ନେଇ ସନ୍ଦେହ । ପୂର୍ବରୁ ଦୁର୍ନୀତିରେ ଟିକେ ଅଭିଯୋଗ ଆସିବା ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ହେଲେ ଏବେ ଏ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅନେକ ଅଭିଯୋଗ ଆସିବା ପରେ ମଧ୍ୟ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ବଜେପି ଜୋରଦାର ଲଢେଇ କରୁଛି ଆଗକୁ ବି କରିବ । ଅନ୍ତିମ ସମୟ ପର୍ଯ୍ୟନ୍ତ ଲଢେଇ କରିବ ବଜେପି । ମନ୍ତ୍ରୀ ବହିଷ୍କାର ନ ହେବା ପର୍ଯ୍ୟନ୍ତ ବଜେପି ଲଢେଇ କରିବ। ପୂର୍ବରୁ ତାଙ୍କ ପରିବାର ଲୋକ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରୁଥିଲେ । ମନ୍ତ୍ରୀଙ୍କ ପିଏ, ଡ୍ରାଇଭର ସମ୍ପୃକ୍ତ ଅଛନ୍ତି ତେବେ ମନ୍ତ୍ରୀ କେମିତି ସମ୍ପୃକ୍ତ ନାହାଁନ୍ତି"।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି," ପୋଲିସ , ସରକାର ଓ ମନ୍ତ୍ରୀଙ୍କ ଚାପରେ ସ୍ୱର ବଦଳାଉଛନ୍ତି ମମିତାଙ୍କ ପରିବାର । ପ୍ରଥମ ଦିନରୁ ହିଁ ତାଙ୍କ ଉପରେ ଚାପ ରହିଛି । ସେମାନେ ନିଜ ଜୀବନକୁ  ନେଇ ଭୟଭୀତ । ମମିତା ହତ୍ୟାକାଣ୍ଡ ଘଟଣାକୁ ଗୋଟିଏ ମାସ ପୁରିବାକୁ ବସିଲାଣି । ଏପର୍ଯ୍ୟନ୍ତ ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କଲା ନାହିଁ । ପେନ ଡ୍ରାଇଭ ଓ ଲ୍ୟାପଟପରେ ବହୁ ତଥ୍ୟ ଲୁଚିକି ରହିଛି ।ମମିତା ଏବେ ସାରା ଓଡିଶା ର ଝିଅ ।ତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାଠାରୁ ମମିତା କୁ ନ୍ୟାୟ ଦେବା ଅଧିକ ଜରୁରୀ"।

ବିଜେଡି ଉପସଭାପତି ଶଶୀଭୂଷଣ ବେହେରା କହିଛନ୍ତି," ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି କାଁ ଭାଁ ହୋଇଥାଏ। କିନ୍ତୁ ନେତୃତ୍ବର ସଫଳତା ସହ ଜନସାଧାରଣ ସବୁବେଳେ ଥାଆନ୍ତି। ଜଣକଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଦୂର ଦୁରନ୍ତରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଆରମ୍ଭ କରିଛନ୍ତି । ଲୋକଙ୍କ ସହ ଯୋଡି ହୋଇଛନ୍ତି। ଏଭଳି ଯୋଜନା ଅନ୍ୟ ରାଷ୍ଟ୍ରରେ ନାହିଁ। ଏ କଥାରେ ହୁଏତ ବିରୋଧୀ ବିଚଳିତ ହୋଇ ପଡିଛନ୍ତି"।
Published by: Soumya Das
First published: November 8, 2021, 6:54 PM IST