ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦୃଷ୍ଟିହୀନଙ୍କ ସ୍ମାର୍ଟ ଆଶାବାଡି; ଚକ୍ଷୁହୀନ ଓ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଷ୍ଟିକ ତିଆରି କଲେ ଅଧ୍ୟାପିକା

ଦୃଷ୍ଟିହୀନଙ୍କ ସ୍ମାର୍ଟ ଆଶାବାଡି; ଚକ୍ଷୁହୀନ ଓ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଷ୍ଟିକ ତିଆରି କଲେ ଅଧ୍ୟାପିକା

ଚକ୍ଷୁ ହୀନ ଓ ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପିକା ଦେବବାଳା ସ୍ୱାଇଁ । ଆଶାବାଡି ଭାବେ ଏକ ସ୍ମାର୍ଟ ଷ୍ଟିକ୍ ପ୍ରସ୍ତୁତ କରି ତାର ଡେମୋ ଦେଖାଇଛନ୍ତି ।

ଦୃଷ୍ଟିହୀନଙ୍କ ସ୍ମାର୍ଟ ଆଶାବାଡି; ଚକ୍ଷୁହୀନ ଓ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଷ୍ଟିକ ତିଆରି କଲେ ଅଧ୍ୟାପିକା
ଚକ୍ଷୁହୀନଙ୍କ ପାଇଁ ସ୍ମାର୍ଟ ଷ୍ଟିକ ତିଆରି କଲେ ଅଧ୍ୟାପିକା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 3:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia  Digital

ଭୁବନେଶ୍ୱର: ଚକ୍ଷୁହୀନ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ମିଳିତ ଆନୁକୁଲ୍ୟରେ ବିଶ୍ବବିଦ୍ୟାଳୟର କନଭେନସନ ହଲରେ ଉଦଘାଟିତ 'ଓଡିଶା ରିସର୍ଚ୍ଚ କନକ୍ଳେଭ' ରେ ଏପରି ଏକ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି ଜଣେ ପ୍ରଧ୍ୟାପିକା । ତେବେ ପ୍ରଥମ ଥର ପାଇଁ ଆୟୋଜିତ ଏହି କନକ୍ଲେଭ୍ ରେ ସାରା ରାଜ୍ୟରୁ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଫାକଲ୍ଟି ଓ ରିସର୍ଚ୍ଚ ସ୍କଲାର ଗୋଟିଏ ଛାତ ତଳେ ଏକାଠି ହୋଇ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଉଦଘାଟିତ ‘ଓଡିଶା ରିସର୍ଚ୍ଚ କନକ୍ଳେଭ’ରେ ଚକ୍ଷୁ ହୀନ ଓ ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପିକା ଦେବବାଳା ସ୍ୱାଇଁ । ଆଶାବାଡି ଭାବେ ଏକ ସ୍ମାର୍ଟ ଷ୍ଟିକ୍ ପ୍ରସ୍ତୁତ କରି ତାର ଡେମୋ ଦେଖାଇଛନ୍ତି । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଏଥିରେ ୭ଟି ଫିଚର ସ୍ଥାନ ଦେଇଛନ୍ତି । ରାସ୍ତାରେ କୌଣସି ଖାଲଖମା ଭଳି ପ୍ରତିବନ୍ଧକ ପାଇଁ ଆଗୁଆ ଭାଇବ୍ରେସନ ସଂକେତ୍, ଲୋକେସନ୍ ପାଇଁ ଜିପିଏସ ଟ୍ରାକର, ଟର୍ଚ୍ଚ ଇଣ୍ଡିକେଟର, ଭିଡିଓଗ୍ରାଫି ଭଳି ସୁବିଧା ରହିଛି । ନୂଆ ଜ୍ଞାନ କୌଶଳ ସାଙ୍ଗକୁ ଗବେଷଣା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

ସ୍ମାର୍ଟ ଷ୍ଟିକର ଡେମୋ (ପ୍ରତୀକାତ୍ମକ ଛବି)


"ଗବେଷଣା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଉ ପାଦେ ଆଗକୁ ଯାଇଛି। ଆଜି ଏଠି ଅନେକ ଉଚ୍ଚ ଶିକ୍ଷିତ ଶିକ୍ଷିତା ମାନେ ଆସି ନିଜର ନୂଆ ଜ୍ଞାନ କୌଶଳ ର ପ୍ରଦର୍ଶନ କରିଛନ୍ତି। ଆମେ ସେତିକି ଚିନ୍ତା କରୁଛେ ସେତିକି ଆଗେଇଛେ ତାହା ହିଁ ଆମ ପାଇଁ ଗର୍ବର ବିଷୟ। ଆଗକୁ ଉତ୍କଳ ବିଶ୍ଵବିଦ୍ୟାଳୟ ଗବେଷଣା କ୍ଷେତ୍ରରେ ଆହୁରି ସଫଳତା ହାସଲ କରି ତାହା ହିଁ ମୋର କାମନା," କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍, ରାଜ୍ୟପାଳ।

" ଆମେ ୪ ଜଣ ମିଶି ଗୋଟେ ସ୍ମାର୍ଟ ଷ୍ଟିକ ତିଆରି କରିଛୁ ଯେଉଁଟା ବୃଦ୍ଧ ଓ ଦୃଷ୍ଟିହୀନ ମଣିଷ ଙ୍କ ସାହାଯ୍ୟରେ ଆସିବ। ଏଥିରେ ୭ଟା ଫିଚର ଅଛି ସେଥିରେ ଯାହା ସେମାନଙ୍କୁ ଦୁର୍ଘଟଣା ହେଉ କି ଅକସ୍ମାତ କିଛି ଘଟଣା ପୂର୍ବରୁ ତାଙ୍କର ପ୍ରିୟଜନ ଓ ନିଜ ଲୋକଙ୍କୁ ମେସେଜ ଦେଇ ସତର୍କ କରିବ। ଏହାକୁ ଆମେ କମର୍ସିଆଲ କରିବାକୁ ସମସ୍ତ ପେପର ରେଡି କରୁଚୁ ଖୁବ ଶୀଘ୍ର ମାର୍କେଟ ରେ ଉପଲବ୍ଧ ହେବ," କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଡ଼ ଦେବବାଳା ସ୍ୱାଇଁ।

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ମିଳିତ ଆନୁକୁଲ୍ୟରେ ବିଶ୍ବବିଦ୍ୟାଳୟ କନଭେନସନ ହଲରେ ଆୟୋଜିତ ଏହି କନକ୍ଳେଭ ୨ ଦିନ ଧରି ଚାଲିବ। ଏଥିରେ ୧୭୦ ଜଣ ଯୁବ ଫାକଲ୍ଟି ଓ ରିସର୍ଚ୍ଚ ସ୍କଲାରମାନେ ଗୋଟିଏ ଛାତ ତଳେ ଏକାଠି ହୋଇ ପୋଷ୍ଟର ମାଧ୍ୟମରେ ନିଜର ପ୍ରୋଜେକ୍ଟ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡିକରୁ ଏଥିରେ ଭାଗ ନେଇଛନ୍ତି । ଗତ ୨ରୁ ୩ ବର୍ଷ ଧରି ଯେଉଁ ସ୍କଲାର ମାନେ ବିଭିନ୍ନ ପ୍ରୋଜେକ୍ଟ ପାଇଁ ନିଜର ସମୟ ଏବଂ ଆଇଡ଼ିଆ ଦେଇଥିଲେ ସେ ସବୁକୁ ପ୍ରଦର୍ଶନ କରିଛନ୍ତି।

ଏହାଦ୍ୱାରା ପରବର୍ତ୍ତୀ ସମୟରେ ଯୁବ ଫାକଲ୍ଟି ଏବଂ ରିସର୍ଚ୍ଚ ସ୍କଲାରମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ପାଇବା ନେଇ ଏହି କନକ୍ଲେଭର ଲକ୍ଷ୍ୟ ରହିଛି।
Published by: Soumya Das
First published: November 14, 2021, 3:49 PM IST