ଆଗୁଆ ଜାମିନ ଆବେଦନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅକ୍ଷୟ ପରିଜା

ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଘାରିଛି ଗିରଫଦାରୀ ଭୟ। ଆଗୁଆ ଜାମିନ ଆବେଦନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରଡ୍ଯୁସର ।

ଅକ୍ଷୟ ପରିଜା (ପ୍ରତୀକାତ୍ମକ ଛବି)

ଅକ୍ଷୟ ପରିଜା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଘାରିଛି ଗିରଫଦାରୀ ଭୟ । କାଷ୍ଟିଂ କାଉଚ ବିବାଦ ମାମଲାରେ ଛନ୍ଦି ହୋଇଥିବା ପ୍ରଯୋଜକ ଅକ୍ଷୟ ପରିଜା ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଗିରଫ ଭୟରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଅକ୍ଷୟ ପରିଜା ନିଜ ଫିଲ୍ମରେ କାମ ଦେବା ନାଁରେ ଜଣେ ଯୁବତୀଙ୍କୁ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ବିଶେଷ କରି ଗତ ୨ ବର୍ଷ ଧରି ଅକ୍ଷୟ ପରିଜା ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଏହାର ପ୍ରମାଣ ସ୍ୱରୂପ ଯୁବତୀଙ୍କ ସହ ଜଣେ ବ୍ୟକ୍ତିଙ୍କ ଅନ୍ତରଙ୍ଗ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ଥିବା ସେହି ବ୍ୟକ୍ତି ଜଣକ ଅକ୍ଷୟ ପରିଜା ବୋଲି ଚର୍ଚ୍ଚା ଜୋର ଧରିଛି ।



ଏନେଇ ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା କୁହାଯାଉ ଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରିନାହିଁ । ଏହା ସହ ଅକ୍ଷୟ ପରିଜାଙ୍କ ନାଁରେ ଏତଲା ରୁଜୁ ହୋଇଥିବା କଥା ମଧ୍ୟ ଅସ୍ପଷ୍ଟ ରହିଛି। କିନ୍ତୁ ତାଙ୍କୁ ବଦନାମ କରିବା ପାଇଁ ଉଧ୍ୟମ ହେଉଥିବା ଅଭିଯୋଗ କରି ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଅକ୍ଷୟ ପରିଜାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇ ନାହିଁ ତେବେ ତାଙ୍କୁ କାହିଁକି ଗିରଫଦାରୀର ଭୟ ଘାରିଛି?

ଏନେଇ ହାଇକୋର୍ଟର ଆଇନଜିବୀ ଅକ୍ଷୟ ପାଣ୍ଡେ କହିଛନ୍ତି "ଯେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ପୋଲିସ ଗିରଫ କରିବା ନେଇ ଆଶଙ୍କା କରିବେ ତେବେ ସେ ଆଗୁଆ ଜମିନି ପାଇଁ ହାଇକୋର୍ଟକୁ ଆସି ପାରିବେ। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ଥାଉ ବା ନାହିଁ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ମାମଲା ରୁଜୁ ହେବା ପରେ ହିଁ ଲୋକେ ହାଇକୋର୍ଟରେ ଆଗୁଆ ଜମିନି ଆବେଦନ କରିଥାନ୍ତି"।

ଗତ କିଛି ଦିନ ହେଲା ଏହି ବିବାଦୀୟ ଭିଡିଓଟି ସୋସିଆଲ ମିଡ଼ିଆ ଜରିଆରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ତେବେ ଏହି ଭିଡିଓ ଟି ଭାଇରଲ ହେବା ପରେ ଏହାକୁ ନେଇ ସିନେ ଜଗତରେ ଚହଳ ଖେଳି ଯାଇଥିବା ବେଳେ ରାଜ୍ୟ ତମାମ ମଧ୍ୟ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।
Published by:Soumya Das
First published: