ଜାନୁଆରୀରୁ ଆରମ୍ଭ ହେବ ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତାର ପ୍ରକ୍ରିୟା

ରାଜ୍ୟରେ ବଢ଼ିବ ଜିଲ୍ଲା ସଖ୍ୟା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସଦ୍ୟତମ ଘୋଷିତ ହୋଇଥିବା ପଦ୍ମପୁର ଉପଖଣ୍ଡ ଖୁବ୍ ଶୀଘ୍ର ଜିଲ୍ଲା ମାନ୍ୟତା ପାଇବାକୁ ଯାଉଛି।

ପଦ୍ମପୁର

ପଦ୍ମପୁର

  • News18 Odia
  • Last Updated :
  • New Delhi, India
  • Share this:
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ଜିଲ୍ଲା ସଖ୍ୟା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସଦ୍ୟତମ ଘୋଷିତ ହୋଇଥିବା ପଦ୍ମପୁର ଉପଖଣ୍ଡ ଖୁବ ଶୀଘ୍ର ଜିଲ୍ଲା ମାନ୍ୟତା ପାଇବାକୁ ଯାଉଛି।ଏ ନେଇ ଜାନୁଆରୀ ମାସରେ ବିଦ୍ଧିବଦ୍ଧ ଭାବେ ସରକାରୀ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତୁ ଜାଣିବା ଜିଲ୍ଲା ଗଠନର କଣ ରହିଛି ପ୍ରକ୍ରିୟା। ଜିଲ୍ଲା ଗଠନ ପାଇଁ ଗୃହ ଏବଂ ସାଧାରଣ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।ଏଥିପାଇଁ ଏକ କମିଟି ଗଠନ ହୋଇଥାଏ।

କେଉଁ ଅଞ୍ଚଳ ମିଶିବ ଭୌଗଳିକ ସୀମାରେଖା କୁ ନେଇ ଏକ ପ୍ରସ୍ତାବ ପାରିତ ହୋଇଥାଏ। ଏହାକୁ ବିଧାନସଭା ରେ ପାଶ ହୋଇଥାଏ। ମୁଖ୍ୟ ଶାସନ ସଚିବ କ୍ୟାବିନେଟ ସଚିବ ହୋଇଥିବାରୁ ଏସବୁର ତଦାରଖ କରିବେ। ଜିଲ୍ଲା ଗଠନ ନେଇ କେନ୍ଦ୍ରର ଅନୁମତି ଆବଶ୍ୟକ ନଥିବା ବେଳେ ଜିଲ୍ଲା ପାଇଁ ଅଧିକ ଆବଶ୍ୟକ ପଡୁଥିବା ଆଇଏଏସ ଏବଂ ଆଇ ପିଏସ ପାଇଁ କେନ୍ଦ୍ର ର ଅନୁମତି ଦରକାର ପଡିଥାଏ।

ତେବେ ସୀମା ନିର୍ଦ୍ଧାରଣ ପରେ ସ୍ପଷ୍ଟ ହେବ। ୨୦୨୩ ସୁଦ୍ଧା ଓଡ଼ିଶାରେ ଜିଲ୍ଲା ସଖ୍ୟା କେତେ ହେବ।କେବଳ ପଦ୍ମପୁର ନୂଆ ଜିଲ୍ଲା ହେବ ନା ଜିଲ୍ଲା ପାଇଁ ଦାବି ରଖୁଥିବା ଆଉକିଛି ଉପଖଣ୍ଡକୁ ବି ଜିଲ୍ଲା ମାନ୍ୟତା ମିଳିବ। ଘୁମୁସର, ରାଉରକେଲା, ରାଇରଙ୍ଗପୁର, ବଣେଇ, ଆନନ୍ଦପୁର, ବ୍ରହ୍ମପୁର, ଭୁବନେଶ୍ୱର, କୁଚିଣ୍ଡା, କଣ୍ଟାବାଞ୍ଜି,ଟିଟିଲାଗଡ଼, ତାଳଚେର, ଏଭଳି ବିଭିନ୍ନ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇଆସୁଛି।

ଏସବୁରୁ ପାଖାପାଖି ୬ଟି ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳିପାରେ। ବରିଷ୍ଠ ବିଜେଡି ନେତା ସୁଶାନ୍ତ ସି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ। ଏହା ଏକ ଲମ୍ବା ପ୍ରକ୍ରିୟା। ଜିଲ୍ଲା ପୁନଗଠନଗଠନ ନେଇ ୧୯୭୩ରେ ଜଷ୍ଟିସ ରାଜ କିଶୋର ଦାସଙ୍କୁ ନେଇ କମିଟି ହୋଇଥିଲା।୧୩ରୁ ୩୦ଜିଲ୍ଲା ପୁନର୍ଗଠିତ ପାଇଁ ଅନୁଧ୍ୟାନ କରିବାକୁ କମିଟି ହୋଇଥିଲା। ୧୯୭୫ରେ ରାଜ କିଶୋର ଦାସ କମିଟି ସରକାର ଙ୍କୁ ରିପୋର୍ଟ ଦେଲେ।୧୯୭୭,୧୯୮୦,୧୯୮୫ ତିନୋଟି ସରକାର ଚାଲିଗଲା।୧୯୯୦ରେ ବିଜୁ ପଟ୍ଟନାୟକ ସରକାର ଆସିବା ପରେ ୧୯୯୩ରେ ସେହି ନିଷ୍ପତ୍ତି କାର୍ଯ୍ୟକାରୀ।ହେଲା।
Published by:Soumyashree Mishra
First published: