ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନେଇ ପ୍ରକ୍ରିୟା ଏବେ ଚୂଡାନ୍ତ ପର୍ଯ୍ୟାୟରେ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଆନ୍ତର୍ଜାତୀୟ ବମାନବନ୍ଦର କରିବା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ।

ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନେଇ ପ୍ରକ୍ରିୟା ଏବେ ଚୂଡାନ୍ତ ପର୍ଯ୍ୟାୟରେ

ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନେଇ ପ୍ରକ୍ରିୟା ଏବେ ଚୂଡାନ୍ତ ପର୍ଯ୍ୟାୟରେ

  • Share this:
News18 Odia Digital

ପୁରୀ : ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏବେ ପୁରୀ ଐତିହ୍ୟ ସହର ହେବାକୁ ଯାଉଛି । ତେଣୁ ଗ୍ରୀନଫିଲ୍ଡ ଏୟାରପୋର୍ଟ ପ୍ରକ୍ରିୟାକୁ ସବୁ ମହଲରୁ ସ୍ୱାଗତ କରାଯାଉଛି। ତେବେ ବିମାନବନ୍ଦରର ଗାଇଡଲାଇନ୍ସ ଅନୁଯାୟୀ ଏଠି ସବୁଜିମାକୁ ସୁରକ୍ଷିତ ରଖିବା ସହ ଜୈବ ବିବିଧତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ଯୋଜନା ଜରୁରୀ ହୋଇପଡ଼ିଛି ।

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଉଡାନ୍ ଉତ୍ସବରେ ଯୋଗ ଦେଇ
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, "ଖୁବ୍ ଶୀଘ୍ର ପୁରୀରେ ହେବ ଏୟାରପୋର୍ଟ। ପୁଣି ଜୈବ ବିବିଧତା ଓ ସବୁଜିମାକୁ ଦୃଷ୍ଟିରେ ରଖି କରାଯିବ ଗ୍ରୀନଫିଲ୍ଡ ଏୟାରପୋର୍ଟ। ୨୦୧୪ରେ ଦେଶର ଯେଉଁଠି ୭୪ଟି ବିମାନବନ୍ଦର ଥିଲା ବର୍ତ୍ତମାନ ପ୍ରଧାନ ମନ୍ତ୍ରୀଙ୍କ ସଫଳ ନେତୃତ୍ୱ ଯୋଗୁଁ ତାହା ଆଜି ୧୩୬ଟିରେ ପହଞ୍ଚିଛି। ସେପଟେ ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏବେ ଚୂଡାନ୍ତ ପର୍ଯ୍ୟାୟରେ।’’

ସେହିପରି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଜମି ଚିହ୍ନଟ ସରିଥିବା ବେଳେ ଏୟାରପୋର୍ଟ ଅଥରିଟି ଇଣ୍ଡିଆ ପକ୍ଷରୁ ଫ୍ରି ଫିଜିବିଲିଟି ରିପୋର୍ଟ ଆସିଛି । ନନ ଅବଜେକ୍ସନ ସରକାରୀ ଜମି ଅଧିକ ରହିଥିବା ବେଳେ କୌଣସି ଗୋଚର ଜମି ନିଆଯାଇନାହିଁ। ତେବେ କିଛି ଘରୋଇ ଜମି ରହିଛି ତାକୁ ଜମି ଅଧିଗ୍ରହଣ ପଲିସିରେ ଅଧିଗ୍ରହଣ କରାଯିବ। ସରକାରୀ ସ୍ତରରେ ଜମିକୁ ନେଇ ଲେ ଆଉଟ କିଭଳି ହେବ ସେ ନେଇ ବ୍ଲୁ ପ୍ରିଣ୍ଟ ସରିଥିବା ବେଳେ ବିଡିଂ ଓ କିଏ ପରିଚାଳନା କରିବ ସେ ନେଇ ଚାଲିଛି ଆଲୋଚନା । ଏୟାରପୋର୍ଟକୁ ନେଇ ଅନେକ ଷ୍ଟଡି କରାଯାଇଛି । ସେମାନେ ପଜିଟିଭ ଜଣାଇଥିବା ବେଳେ ପରିବେଶ ମଞ୍ଜୁରୀ ନେଇ ସକରାତ୍ମକ ଅନୁମତି ମିଳିଛି । ଖୁବ୍ ଶୀଘ୍ର ଏୟାରଷ୍ଟ୍ରି ପରେ ଅବଷ୍ଟ୍ରାକଲ ସର୍ଭେ ହେବ ଯେଉଁଥିରେ କିଭଳି ବିନା ବାଧାରେ ବିମାନ ଲ୍ୟାଣ୍ଡିଂ କରିବ ସେହି ରିପୋର୍ଟ ମଧ୍ୟ ପ୍ରସ୍ତୁତ ଚୂଡାନ୍ତ ହୋଇସାରିଛି ।’’

ଶ୍ରୀକ୍ଷେତ୍ର ହେଉଛି ୪ ଧାମ ମଧ୍ୟରେ ଶ୍ରେଷ୍ଠ ଧାମ। ପର୍ଯ୍ୟଟନର ବିକାଶ ପାଇଁ ଆନ୍ତର୍ଜାତୀୟ ବିମାନବନ୍ଦର କରିବା ପାଇଁ ସରକାର ଯୋଜନା କରିଛନ୍ତି। ବିମାନବନ୍ଦର ହେଲେ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିବେ ଓ ପୁରୀର ପ୍ରସିଦ୍ଧି ବଢ଼ିବ। ତେଣୁ କେନ୍ଦ୍ର ବିମାନ ବେସାମରିକ ମନ୍ତ୍ରଣାଳୟ ପକ୍ଷରୁ ଗ୍ରୀନ ସିଗନାଲ ମିଳିଥିବା ବେଳେ ଏୟାରପୋର୍ଟ ବିଶେଷଜ୍ଞଙ୍କ ଦ୍ୱାରା ଚୂଡାନ୍ତ ହୋଇଥିବାରୁ ଖୁବ୍ ଶୀଘ୍ର କାର୍ଯ୍ୟ ଆଗେଇବ। ଗ୍ରୀନଫିଲ୍ଡ ଏୟାରପୋର୍ଟ ପ୍ରକ୍ରିୟାକୁ ସବୁ ମହଲରୁ ସ୍ୱାଗତ କରାଯାଉଛି, ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା।

ଗ୍ରୀନ ଫିଲ୍ଡ ଏୟାରପୋର୍ଟ ଯୋଜନା


ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, "ଭୁବନେଶ୍ୱର ବିମାନବନ୍ଦରର ସମ୍ପ୍ରସାରଣରେ ରହିଛି ପ୍ରତିବନ୍ଧକ। ତେଣୁ ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ହେବା ସ୍ୱାଗତଯୋଗ୍ୟ। ଏଥି ପାଇଁ ଐତିହ୍ୟ କିର୍ତ୍ତୀରାଜି ଓ ଅଭୟାରଣ୍ୟର ସୁରକ୍ଷାକୁ ଗୁରୁତ୍ୱ ଦେଇ ଜମି ଚିହ୍ନଟ କରାଯାଇଛି। ତେଣୁ ଆଞ୍ଚଳିକ ସ୍ତରରେ ଏ ନେଇ ଯାହାବି କିଛି ,ସମସ୍ୟା ଅଛି ତାହା ସୁଧରାଯିବ। ସେପଟେ ପୁରୀ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏବେ ଐତିହ୍ୟ ସହର ହେବାକୁ ଯାଉଛି।’’

"ତେବେ ଚେନ୍ନାଇ, ଗୋଆର ମୋପା, ସିକ୍କିମର ପକୟୋଙ୍ଗ ରାଜକୋଟ, ପୁନେ, କେରଲାର କନ୍ନୁର ଓ ଅରୁଣାଞ୍ଚଳ ବିମାନବନ୍ଦରର ଗାଇଡଲାଇନ୍ସ ଅନୁଯାୟୀ ଏଠି ସବୁଜିମାକୁ ସୁରକ୍ଷିତ ରଖିବା ସହ ଜୈବ ବିବିଧତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ଜରୁରୀ । ଏହା ସହିତ ୫୦ ବର୍ଷ ତଳେ ଏକ ଟ୍ରେନକୁ ଶ୍ରୀଜଗନ୍ନାଥଙ୍କ ନାଁରେ କରାଯାଇଥିବା ବେଳେ ଏବେ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର କରିବା ପଦକ୍ଷେପ ରାଜ୍ୟ ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ,’’ କହିଛନ୍ତି ପରିବେଶବିତ୍ ତଥା ସ୍ୱେଛାସେବୀ ସଂସ୍ଥା ଭଏସ ଅଫ କମନ ମ୍ୟାନର ଆବାହକ ହେକ୍ଟର ମିଶ୍ର।

ଶ୍ରୀକ୍ଷେତ୍ର ଐତିହ୍ୟ ସହର ଭାବେ ପରିଗଣତ ହେବାକୁ ଯାଉଥିବା ବେଳେ ବିମାନବନ୍ଦର ହେବା ଦ୍ୱାରା ପୁରୀର ପର୍ଯ୍ୟଟନ ଶିଳ୍ପ ସହ ଆର୍ଥିକ ଅଭିବୃଦ୍ଧି ଘଟିବ। କେନ୍ଦ୍ର ସରକାରଙ୍କର ଏଥି ପ୍ରତି ସକରାତ୍ମକ ରହିଛି। ବିଶେଷ କରି ପର୍ଯ୍ୟଟନ ଶିଳ୍ପ ସହ ଆର୍ଥିକ ଦୃଷ୍ଟି କୋଣରୁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଆନ୍ତର୍ଜାତୀୟ ବମାନବନ୍ଦର କରିବା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ନୁହେଁ ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ ରଥଯାତ୍ରା ସହ ବିଶ୍ୱ କିର୍ତ୍ତୀରାଜି କୋଣାର୍କ ଓ ଚିଲିକା ଭଳି ହ୍ରଦକୁ ନେଇ ପୁରୀ ପ୍ରସିଦ୍ଧି ଲାଭ କରିଥିବାରୁ ଏଠାରେ ଆନ୍ତର୍ଜାତୀୟ ବିମାନବନ୍ଦରର ଆବଶ୍ୟକତା ରହିଛି। ତାହା ସହିତ ବିମାନବନ୍ଦରକୁ ମହାପ୍ରଭୁଙ୍କ ନାଁରେ କରାଯିବାକୁ ଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତିର ମଧ୍ୟ ପ୍ରଚାର ହୋଇପାରିବ।
Published by:Lipina Das
First published: