ଉପଭୋକ୍ତା ବିବାଦ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ

ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ନବନିଯୁକ୍ତ ସଦସ୍ୟ ଓ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ନବନିଯୁକ୍ତ ସଭାପତି ଓ ସଦସ୍ୟ ସଦସ୍ୟାମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ସ୍ୱାଇଁ।

ଉପଭୋକ୍ତା ବିବାଦ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ

ଉପଭୋକ୍ତା ବିବାଦ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ

  • Share this:
News18 Odia Digital

ଭୁବନେଶ୍ବର: ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ ଦ୍ୱାରା ଖାଉଟି ମାମଲାର ତ୍ୱରିତ ବିଚାର ଉପଭୋକ୍ତାମାନଙ୍କୁ ପ୍ରକୃତ ନ୍ୟାୟ ପ୍ରଦାନ କରିଥାଏ। ରାଜ୍ୟ ସରକାର ଉପଭୋକ୍ତାମାନଙ୍କର ଅଧିକାର ଓ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରି ଉପଭୋକ୍ତାଙ୍କର ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ବିଭିନ୍ନ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ଭିତ୍ତିଭୂମି ଓ ଖାଲିଥିବା ପଦବୀ ପୂରଣ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ନବନିଯୁକ୍ତ ସଦସ୍ୟ ଓ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ନବନିଯୁକ୍ତ ସଭାପତି ଓ ସଦସ୍ୟ ସଦସ୍ୟାମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ସ୍ୱାଇଁ।

ଆଉ କହିଥିଲେ ଯେ ନୂଆ ଉପଭୋକ୍ତା ନିୟମକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଲେ ଉପଭୋକ୍ତାମାନଙ୍କର ବ୍ୟବସ୍ଥା ଉପରେ ଆସ୍ଥା ବୃଦ୍ଧି ପାଇବ। ନୂଆ ଉପଭୋକ୍ତା ଆଇନ ପ୍ରଣୟନ ପରେ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ନବନିଯୁକ୍ତ ସଦସ୍ୟ ଓ ନବଗଠିତ ଜିଲ୍ଲା ବିବାଦ ପ୍ରତିକାର ଆୟୋଗଗୁଡ଼ିକର କାର୍ଯ୍ୟକ୍ଷମ ଦିଗରେ ସଭାପତି ଓ ସଦସ୍ୟମାନଙ୍କର ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦେଶରେ ପ୍ରଥମ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ।

ଏହି କାର୍ଯ୍ୟକ୍ରମ ଆୟୋଗର ସଦସ୍ୟମାନଙ୍କୁ ଉଚିତ୍ ଦିଗ୍‌ଦର୍ଶନ ଦେବା ସହିତ ଆୟୋଗଗୁଡ଼ିକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାରେ ସହାୟକ ହେବ ବୋଲି ସେ କହିଥିଲେ।

ଦେଶରେ ଇ-କମର୍ସ ଓ ଅନ୍‌ଲାଇନ୍‌ ବ୍ୟବସାୟର ବହୁଳ ପ୍ରଚଳନ ଫଳରେ ଉପୁଜୁଥିବା ନୂଆ ବିବାଦର ସମାଧାନ ନିମନ୍ତେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ ପ୍ରଣୟନ କରାଯାଇଛି। ଏଥିରେ ବିଭିନ୍ନ ବିବାଦ ପ୍ରତିକାର ଆୟୋଗର ବିଚାର ପରିସରକୁ ଅଧିକ ବ୍ୟାପକ କରାଯାଇଛି। ଉପଭୋକ୍ତାମାନେ ନିଜର ଅଭିଯୋଗକୁ ଅନଲାଇନ୍‌ ମାଧ୍ୟମରେ ସଂପୃକ୍ତ ଆୟୋଗରେ ଦାଖଲ କରିବାର ବ୍ୟବସ୍ଥା ରହିଛି। ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ନୂଆ ଉପଭୋକ୍ତା ସୁରକ୍ଷା ଆଇନରେ ଯଥେଷ୍ଟ ସୁଯୋଗ ରହିଛି ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ ।

୫-‘ଟି’ କାର୍ଯ୍ୟକ୍ରମରେ ଉପଭୋକ୍ତାମାନଙ୍କୁ ସଚେତନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବଚ୍ଛାସେବୀ ସଙ୍ଗଠନ, ଖାଉଟି ସଙ୍ଗଠନ ଓ ଖାଉଟିକର୍ମୀ ଓ ସମ୍ପୃକ୍ତ ସଙ୍ଗଠନଗୁଡ଼ିକର ଡାଟାବେସ୍‌କୁ ଡିଜିଟାଇଜ୍‌ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ ରାଜ୍ୟ ଉପଭୋକ୍ତା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରିବା ପାଇଁ କହିଥିଲେ।

ରାଜ୍ୟ ଉପଭୋକ୍ତା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ଜଷ୍ଟିସ ଡି.ପି. ଚୌଧୁରୀ କହିଥିଲେ ଯେ ଆୟୋଗର ସମସ୍ତ ରେକର୍ଡକୁ ଡିଜିଟାଇଜେସନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଇ-ଫାଇଲିଂ ବ୍ୟବସ୍ଥା ସର୍ବପ୍ରଥମେ ରାଜ୍ୟରେ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଦିଲ୍ଲୀ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକୃଷ୍ଣା ଦେବରାଓ କହିଥିଲେ ଯେ ଗ୍ରାହକମାନଙ୍କର ସ୍ୱାର୍ଥକୁ ପର୍ଯ୍ୟାପ୍ତ ସୁରକ୍ଷା ଦେବା ଲକ୍ଷ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ ପ୍ରଣୟନ କରାଯାଇଛି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଉଟି କଲ୍ୟାଣ ଉପଦେଷ୍ଟା ପ୍ରଫେସର ବେଜନ ମିଶ୍ର କହିଲେ ନବଗଠିତ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ ସଭାପତି ଓ ସଦସ୍ୟମାନଙ୍କର ଉପଭୋକ୍ତା ଅଧିକାରର ସୁରକ୍ଷା ଦିଗରେ ଗୁରୁଦାୟିତ୍ୱ ରହିଛି।

ପ୍ରାରମ୍ଭରେ ଖାଉଟି କଲ୍ୟାଣ ନିର୍ଦ୍ଦେଶକ ତଥା ପ୍ରତିଷ୍ଠାନର ଉପସଭାପତି ଜ୍ୟୋତିକୁମାର ଲାକ୍ରା
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଓ ଶେଷରେ ବିଭାଗୀୟ ଯୁଗ୍ମ ଶାସନ
ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।
Published by:Lipina Das
First published: