ଆରମ୍ଭ ହେଲା'ମୋ ସ୍ୱପ୍ନର ଭୁବନେଶ୍ୱର'କାର୍ଯ୍ୟକ୍ରମ
News 18 Odia Digital
ଭୁବନେଶ୍ୱର : ସାଧରଣ ନିର୍ବାଚନ ଦୁଇ ବର୍ଷ ଥିଲେ ବି ଏବେ ଠାରୁ ଆରମ୍ଭ ହେଲାଣି ଭୋଟରଙ୍କ ମନ ଜିଣିବା ପ୍ରୟାସ । ଭୁବନେଶ୍ୱର ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାକୁ ବୁଝିବା ସହିତ ତାର ସ୍ଥାୟୀ ସମାଧାନ ଆରମ୍ଭ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ମୋ ସ୍ୱପ୍ନର ଭୁବନେଶ୍ୱର ' ।
ଏଥିପାଇଁ ଭୁବନେଶ୍ୱର କଟକ ରୋଡ଼ସ୍ଥିତ ତେରାପନ୍ତ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ୱାର୍ଡର ବୁଦ୍ଧିଜୀବି ଯୋଗ ଦେଇଥିଲେ । ସେମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଆବଶ୍ୟକତା ନେଇ ସାଂସଦ ଅପରାଜିତାଙ୍କ ସହ ମତ ବିନିମୟ କରିଥିଲେ । ବିଶେଷ ଭାବେ ସେମାନଙ୍କ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଓ ଏହାର୍ ସମାଧାନ କିଭଳି ହେବା ସେ ନେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।
ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଆଗାମୀ ପାଞ୍ଚବର୍ଷ ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କିଭଳି ସମସ୍ୟା ମୁକ୍ତ ହୋଇ ରହିବ ତାହା ହିଁ ମୋର ପ୍ରଥମ ଲକ୍ଷ୍ୟ । ତେଣୁଏ ଦିଗରେ ଆମେ କାର୍ଯ୍ୟ ଆରମ୍ଭ କରିଛୁ । ବିଶେଷ କରି ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବୁଦ୍ଧିଜୀବୀ । ସେମାନେ ଜାଣନ୍ତି ସେମାନଙ୍କ ସମସ୍ୟା ଓ ତାର ସମାଧାନ । ତେଣୁ ସେମାନେ ଯେଭଳି ଏଭକି ସମସ୍ୟା ରୁ ମୁକ୍ତ ହେବେ ତାହାହିଁ ହେଉଛି 'ମୋ ସ୍ୱପ୍ନର ଭୁବନେଶ୍ୱର ' ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।