୪ଦଫା ଦାବି ନେଇ ସମ୍ବଲପୁର ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ
- News18 Odia
- Last Updated :
- Sambalpur, India
News 18 Odia Digital
ସମ୍ବଲପୁର; ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଏହି ବିକ୍ଷୋଭରେ ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକର ପ୍ରାୟ ୫ ହଜ଼ାର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ । ତେବେ ଶୀଘ୍ର ଦାବି ପୂରଣ କରିବା ପାଇଁ କହିବା ସହ ଦାବି ପୂରଣ ନହେଲେ ଆଗକୁ ଭୁବନେଶ୍ବରରେ ଯୋରଦାର ଆନ୍ଦୋଳନ କରାଯିବ ବୋଲି ସମ୍ବଲପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଚେତବନୀ ଦିଆଯାଇଛି ।

ଏକ୍ସ କେଡରକୁ ଉଛେଦ, ସପ୍ତମ ବେତନ କମିଶନ ଆଧାର ଦରମା ପ୍ରଦାନ, ପୁରୁଣା ପେନସନ ପ୍ରଦାନ ଓ ୨୦୦୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିୟମିତ କରିବା ଆଦି ୪ ଦଫା ଦାବି ନେଇ ସମ୍ବଲପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରଥମେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନେ ଏକ ରାଲିରେ ଆସି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୨୦୦୧ ମସିହାରୁ ନିଯୁକ୍ତି ଦିଆ ଯାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆଜି ପର୍ଯ୍ୟନ୍ତ ନିୟମିତ ହୋଇ ପାରିନାହାନ୍ତି ବୋଲି ସମ୍ବଲପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ‘‘ ନିଯୁକ୍ତ ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଏ ପର୍ଯ୍ୟନ୍ତ ନିୟମିତ କରାଗଲା ନାହିଁ । ଏଥି ସହିତ ପୁରୁଣା ପେନସନକୁ ଲାଗୁ କରିବା ସହ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ କରାଯାଉ ବୋଲି ଶିକ୍ଷୟତ୍ରୀ ମନୋରମା ଦାସ କହିଛନ୍ତି । ’’‘‘ ରାଜ୍ୟ ସରକାର ଆମକୁ ଶିକ୍ଷା ସହାୟକ ଭାବରେ ୧୫୦୦ ଟଙ୍କାରେ ନିଯୁକ୍ତି ଦେଇଥିଲେ । ଏବେ ଚୁକ୍ତି ଭିତ୍ତିରେ ନିଯୁକ୍ତିକୁ ଉଚ୍ଛେଦ କରି ଚୁକ୍ତି ଭିତ୍ତିରେ ନିଯୁକ୍ତି ଦେଇଥିବା କର୍ମଚାରୀଙ୍କୁ ନିୟମିତ କରିଥିଲେ ସୁଦ୍ଧା ଆମମାନଙ୍କୁ ଏଥିରୁ ବାଦ ଦିଆଗଲା । ରାଜ୍ୟ ସରକାର ଶୀଘ୍ର ଏହାର ସମାଧାନ କରିବାର ଆବଶ୍ୟକ ରହିଛି ବୋଲି ସମ୍ବଲପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ପ୍ରଧାନ କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।