କୋଭିଡ଼ ସମୟରେ ରାଜ୍ୟରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ; ବଢୁଛି ଜନ ଅସନ୍ତୋଷ

ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଆଳୁ ଦାମ କେଜି ପିଛା ୩୫ଟଙ୍କା, ପିଆଜ ଦାମ କେଜି ପିଛା ୨୫ଟଙ୍କାକୁ ଟପିଥିବା ବେଳେ ଅନ୍ୟ ପନି ପରିବାର ଦାମ ମଧ୍ୟ ଆକାଶ ଛୁଆଁ ବୃଦ୍ଧି ପାଇଛି ।

କୋଭିଡ଼ ସମୟରେ ରାଜ୍ୟରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ; ବଢୁଛି ଜନ ଅସନ୍ତୋଷ
ରାଜ୍ୟରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ
  • News18 Odia
  • Last Updated: August 29, 2020, 9:08 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: କୋଭିଡ଼ ମହାମାରୀ ସମୟରେ ଏବେ ଆକାଶଛୁଆଁ ହୋଇଛି ବିଭିନ୍ନ ଅତ୍ୟାବଶକୀୟ ସାମାଗ୍ରୀର ଦର । ପରିବା ଦର ଚଢ଼ା ଥିବା ସମେତ ଏବେ ଡ଼ରାଉଛି ଆଳୁର ଦାମ ମଧ୍ୟ ବୃଦ୍ଧି ପାଇଛି । ଆଳୁର କେଜି ପିଛା ଦାମ ୨୦ ରୁ ଆସି ୩୫ ଛୁଇଁଛି । ସେହିପରି ଡ଼ାଲି ଓ ଖାଇବା ତେଲର ଦାମ ମଧ୍ୟ ବଢ଼ିବାରେ ଲାଗିଛି । କୋଭିଡ଼ ଯନ୍ତ୍ରଣା ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଉଭୟ ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କୁ ଅସୁବିଧା ବଢ଼ାଇଛି । ଏହାକୁ ନେଇ ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି ଯେ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦାମରେ ବିଭିନ୍ନ ସାମଗ୍ରୀ ବିକ୍ରୀ କରିବା ପାଇଁ ସରକାର ହସ୍ତକ୍ଷେପ କରିବା ଦରକାର ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଆଳୁ କେଜି ପିଛା ଦାମ ଏବେ ୩୫ ଟଙ୍କା ଉପରେ ଅଛି । ସେହିପରି ପିଆଜ କେଜିପିଛା ଦାମ ୨୫ ଟପିଥିବା ବେଳେ ବିଭିନ୍ନ ପ୍ରକାରର ପନି ପରିବାର ଦାମ ମଧ୍ୟ ଆକାଶ ଛୁଆଁ ବୃଦ୍ଧି ପାଇଛି । ବଡ଼କଥା ହେଉଛି କୋଭିଡ଼ ମହାମାରୀ ସମୟରେ ଡ଼ାଲି, ଖାଇବା ତେଲ ଭଳି ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି ଯାହାକୁ ନେଇ ବଢ଼ୁଛି ଉଭୟ ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କ ଅସନ୍ତୋଷ ।

"ଭାରି ବାଧୁଛି ଦରବୃଦ୍ଧି। ନିହାତି ସାଧାରଣ ଲୋକଟିଏ ପାଇଁ ନିତିଦିନିଆ ଜୀବନରେ ଆଳୁର ଆବଶ୍ୟକତା ଥିବା ବେଳେ ଏବେ କେଜିପିଛା ଆଳୁର ଦାମ ୩୫ ଟଙ୍କା ଉପରେ। ସେହିଭଳି ଡାଲି, ଖାଇବା ତେଲର ଦାମ ବଢ଼ିବାରେ ଲାଗିଛି ଯାହା ଆମକୁ ବାଧୁଛି । କୋଭିଡ଼ ସମୟରେ ଲୋକଙ୍କ ରୋଜଗାର ଠପ ହୋଇଯାଇଥିବା ବେଳେ ଦର ବୃଦ୍ଧି ଭାରି ବାଧୁଛି," କହିଛନ୍ତି ଖାଉଟି ପ୍ରକାଶ ମାନ୍ଧାତା ।

"ରେଟ ବଢ଼ିଲେ ଆମ୍ଭର ବେପାର କମୁଛି । ଦୁଇ କେଜି ଜାଗାରେ ଲୋକେ କେଜିଟିଏ ନେଉଛନ୍ତି। ଆଗରୁ ଚଳୁଥିଲା, ଏବେ ବେପାର ମାନ୍ଦା। ଆଗକୁ ପରିସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା।," କହିଛନ୍ତି ଖୁଚୁରା ବ୍ୟବସାୟୀ ପି. କୃଷ୍ଣଚନ୍ଦ୍ର ।

ରାଜ୍ୟରେ ଆଳୁ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଅହେତୁକ ଭାବେ ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବ୍ୟବସାୟୀ ମହାସଂଘ ।
"ପଡୋଶୀ ରାଜ୍ୟ ବିହାର ଓ ଆସାମରେ ବନ୍ୟା କାରଣରୁ ସେଠାରେ ଆଳୁର ଚାହିଦା ବଢିଛି। ସେହି କାରଣରୁ ଆଳୁ ଯୋଗାଣକାରୀ ରାଜ୍ୟ ପଶ୍ଚିମବଙ୍ଗରୁ ଅଧିକ ପରିମାଣର ଆଳୁ ଓଡ଼ିଶାକୁ ଆସିପାରୁନାହିଁ। ତେବେ ଆଳୁ ମୂଲ୍ୟ ବଢିବା ବା କମିବାରେ ରାଜ୍ୟ ବ୍ୟବସାୟୀ ମହାସଂଘର କିଛି ଭୂମିକା ନାହିଁ । ସାମଗ୍ରୀକଭାବେ ନୂଆ ଆଳୁ ଉତ୍ପାଦନ ହେବା ପର୍ଯ୍ୟନ୍ତ ଆଳୁର ଦାମ ଏଭଳି ଚଢା ରହିବ," କହିଛନ୍ତି ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ସେ ଆହୁରି କହିଛନ୍ତି, ''ଡ଼ାଲି ତଥା ବିଭିନ୍ନ ଖାଇବା ତେଲର ଦାମ ମଧ୍ୟ ବଢ଼ୁଛି ଯାହାର କାରଣ ଓଡ଼ିଶା ଏକ ବ୍ୟବହାରକାରୀ ରାଜ୍ୟ। ଅର୍ଥାତ ଏଠି ସେସବୁ ସାମଗ୍ରୀର ଉତ୍ପାଦନ କମ। ତେବେ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦାମରେ ଆଳୁ, ପିଆଜ ତଥା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରୀ ଦର ଧାର୍ଯ୍ୟ କରିବା ପାଇଁ ସରକାର ହସ୍ତକ୍ଷେପ କରିବା ଦରକାର ।''

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଠି ହୋଇଥିଲା ବେଳେ ବିଭିନ୍ନ ସାମଗ୍ରୀର ଦର ଆଗକୁ ଅଧିକ ବୃଦ୍ଧି ପାଇବ ବୋଲି ଅନେକ ବ୍ୟବସାୟୀଙ୍କ ମତ ଦେଇଛନ୍ତି।
Published by: Jagdish Barik
First published: August 29, 2020, 9:08 AM IST
corona virus btn
corona virus btn
Loading