ମହାପ୍ରଭୁଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ..ଓଡ଼ିଆରେ ନିଜର ଦିବ୍ୟ ଅନୁଭୂତି ଲେଖିଲେ ରାଷ୍ଟ୍ରପତି

ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶ ଶୀର୍ଷରେ ପହଁଚୁ। ଏହା ମୋ କାମନା...ତଳେ ଓଡ଼ିଆରେ ଦ୍ରୌପଦୀ ମୁର୍ମୁ ଦସ୍ତଖତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଓଡ଼ିଆରେ ଦସ୍ତଖତ କରିଛନ୍ତି ରାଷ୍ଟ୍ରପତି

ଓଡ଼ିଆରେ ଦସ୍ତଖତ କରିଛନ୍ତି ରାଷ୍ଟ୍ରପତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି। ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି...ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ଓଡ଼ିଆରେ ଏକ ବିବୃତ୍ତିରେ ଦସ୍ତଖତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାବାହୁଙ୍କ ଦର୍ଶନ ପରେ ନିଜର ଦିବ୍ୟ ଅନୁଭବକୁ ବଖାଣିଛନ୍ତି ମହାମହିମ। ଓଡ଼ିଆରେ ଦସ୍ତଖତ କରିଥିବା ଏହି ଲେଖାର ଫଟୋ ଚିତ୍ର ବର୍ତ୍ତମାନ ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଭାବିବିହ୍ୱଳ ହୋଇଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାପ୍ରଭୁ ଆଦିବାସୀଙ୍କ ଦାରୁ ଦେବତା ଓ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଠାକୁର। ମାନବ ଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି। ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶ ଶୀର୍ଷରେ ପହଁଚୁ। ଏହା ମୋ କାମନା ଲେଖି ତଳେ ଓଡ଼ିଆରେ ଦ୍ରୌପଦୀ ମୁର୍ମୁ , ଭାରତର ରାଷ୍ଟ୍ରପତି ଓ ତାରିଖ ଦସ୍ତଖତ କରିଛନ୍ତି।

ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସମୟରେ ସେ ଭାବ ବିହ୍ଵଳ ହୋଇପଡିଥିଲେ। ରତ୍ନ ସିଂହାସନ ବେଢ଼ା ଛୁଇଁ ସେ ପ୍ରଣିପାତ କରିଥିଲେ। ବିଶ୍ଵର ମୁଖ୍ୟଙ୍କ ନିକଟକୁ ନିଜକୁ ସମର୍ପିତ କରିଦେଇଥିଲେ ରାଷ୍ଟ୍ରପତି। ଓଡ଼ିଆରେ ରାଷ୍ଟ୍ରପତି ଭାବେ ଯାତ୍ରୀ ଖାତାରେ ଦସ୍ତଖତ କରିଥିଲେ। ବିମଳା ଓ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରିଥିଲେ ରାଷ୍ଟ୍ରପତି। ବାନା ବନ୍ଧା କୌଶଳ ଶିଖିଥିଲେ ରାଷ୍ଟ୍ରପତି ବୋଲି କୌଳିକ ପଣ୍ଡା ସୂଚନା ଦେଇଛନ୍ତି।
Published by:Soumya Das
First published: