ରାଜଭବନ ୧ନଂ କୋଠରୀରେ ରହିବେ ରାଷ୍ଟ୍ରପତି; ରୁମ ଆଗରେ ନଂ ବଦଳରେ ଅଶୋକ ସ୍ତମ୍ଭ ଚିତ୍ର

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ରାଜଭବନ। ପ୍ରବେଶ ଦ୍ୱାରରେ ନନ୍ଦିଘୋଷ ରଥର ଚକ ଓ ଗୁଜ ରଖାଯାଇ ଅତି ସୁନ୍ଦର ଭାବେ ସଜାଯାଇଛି। ସମୁଦ୍ରକୁଳରେ ବୁଲିବା ପାଇଁ ମଧ୍ଯ ବ୍ଯବସ୍ଥା କରାଯାଇଛି। ଜାଣନ୍ତୁ ରାଜଭବନରେ ପୂରା ବ୍ଯବସ୍ଥା ବାବଦରେ ।

ରାଜଭବନ ୧ନଂ କୋଠରୀରେ ରହିବେ ରାଷ୍ଟ୍ରପତି

ରାଜଭବନ ୧ନଂ କୋଠରୀରେ ରହିବେ ରାଷ୍ଟ୍ରପତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ରାଷ୍ଟ୍ରପତି ଗସ୍ତ ପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ରାଜଭବନରେ ମହାପ୍ରସାଦ ଖାଇବା ପାଇଁ ବ୍ଯବସ୍ଥା କରାଯାଇଥିବା ବେଳେ ମାଟି ପାତ୍ର ଓ କଂସାର ପାତ୍ର ବ୍ଯବସ୍ଥା କରାଯାଇଛି। ସେପଟେ ରାଜଭବନରେ ରାଷ୍ଟ୍ରପତି ୨ ଘଣ୍ଟା ବିଶ୍ରାମ କରିବାର କାର୍ଯ୍ଯକ୍ରମ ରହିଥିବାରୁ ନୂଆ ରାଷ୍ଟ୍ରପତିଙ୍କ ପାଇଁ ଆକର୍ଷଣୀୟ ଭାବେ ସଜେଇ ହୋଇଛି ପୁରୀ ରାଜଭବନ।

ସୁନ୍ଦର ଆଲୋକ ମାଳା ସହ ପ୍ରବେଶ ପଥଠାରୁ ଆରମ୍ଭ କରି ସମଗ୍ର ରାଜଭବନକୁ ବେଶ୍ ମନୋରମ କରାଯାଇଛି। ରାଜଭବନର ଗ୍ରାଉଣ୍ଡ ଫ୍ଲୋରରେ ଥିବା ୧ ନମ୍ବର କୋଠରୀରେ ରହିବେ ମହାମହିମ ରାଷ୍ଟ୍ରପତି। ମୋଟ ୧୭ଟି ରୁମ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମହାମହିମଙ୍କ ୧ ନମ୍ବର ରୁମର ସାଜସଜ୍ଜା ସବୁଠୁ ଭିନ୍ନ। ଭାରତର ପ୍ରଥମ ନାଗରିକ ହୋଇଥିବାରୁ ତାଙ୍କ ରୁମରେ ନମ୍ବର ଲେଖା ନାହିଁ ମାତ୍ର ନମ୍ବର ବଦଳରେ ଅଶୋକ ସ୍ତମ୍ବ ଚିତ୍ର ରହିଛି। ବିଶେଷକରି ମହାମହିମଙ୍କ ବେଡରୁମରେ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ରହିଛି। ବେଡରୁମରେ ଦୁଇଟି ସୋଫା ପଡିଥିବା ବେଳେ ଡାଇନିଂରେ ଛଅଟି ସୋଫା ଓ ଦୁଇଟି ବେଡ ଲ୍ଯାମ୍ପ ରହିଛି। ପୁଣି ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ବି ରହିଛି। ଆଉ ରାଜଭବନର ପ୍ରବେଶ ଦ୍ୱାରରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକ ଓ ଗୁଜ ରଖାଯାଇ ଅତି ସୁନ୍ଦର ଭାବେ ସଜାଯାଇଛି। ପୁଣି ପଟ୍ଟଚିତ୍ରରେ ଜଗନ୍ନାଥଙ୍କ ପ୍ରତିମାକୁ ରଖାଯାଇଛି ।

ରାଜଭବନରେ ୧, ୨, ୩ ନମ୍ବର ରୁମ ରାଷ୍ଟ୍ରପତିଙ୍କ ପରବାର ଲୋକଙ୍କ ପାଇଁ ରହିଥିବା ବେଳେ ଉପର ମହଲାରେ ରାଜ୍ଯପାଳ ଗଣେଶୀ ଲାଲ ଓ ତାଙ୍କ ପରିବାର ସହ ରାଷ୍ଟ୍ରପତଙ୍କ ବ୍ଯକ୍ତିଗତ ସଚିବଙ୍କ ପାଇଁ ବ୍ଯବସ୍ଛା ହୋଇଛି। ସମୁଦ୍ରକୁଳରେ ବୁଲିବା ପାଇଁ ମଧ୍ଯ ବ୍ଯବସ୍ଥା କରାଯାଇଛି। ତେବେ ଅନେକ ରାଷ୍ଟ୍ରପତି ଆସିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆମେ ମାନେ ବେଶ ଖୁସି ବୋଲି କହିଛନ୍ତି ରାଜଭବନ କର୍ମଚାରୀ।
Published by:Soumya Das
First published: