ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ରାଜଧାନୀ ପ୍ରସ୍ତୁତ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ। ସମସ୍ତ ସୁରକ୍ଷା ବ୍ଯବସ୍ଥା ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ।

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ରାଜଧାନୀ ପ୍ରସ୍ତୁତ

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ରାଜଧାନୀ ପ୍ରସ୍ତୁତ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତାକାଲିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବା ପରେ ଏହା ହେବ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ । ସକାଳ ୧୦ଟା ୫୦ମିନିଟ ସମାୟରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ କରିବେ। ରାଷ୍ଟ୍ରପତି ପହଞ୍ଚିବା ପରେ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ। ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପୁରୀ ଯିବେ ଦୌପଦୀ ମୁର୍ମୁ।

ରାଷ୍ଟ୍ରପତି ପୁରୀରେ ଜଗନ୍ନାଥ ଦର୍ଶନ ଓ ମହାପ୍ରସାଦ ସେବନ କରିବା ସହିତ ଭୁବନେଶ୍ବରରେ ୩ଟା ୫ମିନିଟ ସମୟରେ ପହଞ୍ଚିବେ। ବିମାନବନ୍ଦରରୁ ବାହାରିବା ପରେ ପ୍ରଥମେ ମ୍ୟୁଜିୟମ ଛକରେ ଥିବା ବକ୍ସିଜଗବନ୍ଧୁ ପ୍ରତିମୂର୍ତ୍ତି, ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପାବନ୍ଧୁ ଛକରେ ଗୋପବନ୍ଧୁ ଦାସ, ପାୱାର ହାଉସ ଛକରେ ଶ୍ରୀରାମଚନ୍ଦ୍ର ଭଞ୍ଜ, ନାଲକୋ ଛକରେ ଗଙ୍ଗାଧର ମେହେର, ନାଲକୋ ଛକରେ ଥିବା ସହିଦ ଲକ୍ଷ୍ମନ ନାଏକ, ସାଲିଆସହି ହାତିଆଶୁଣି ରେ ଥିବା ବିର୍ଷାମୁଣ୍ଡା, ସିତନାଥ ବସ୍ତି ରାଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବେ। ପରେ ରାଜଭବନ ଆସିବେ। ରାଜଭବନରେ ନୈଶ ଭୋଜିର ଆୟୋଜନ କରାଯାଇଛି । ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ଆଜି ବ୍ଳୁବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ରାଷ୍ଟ୍ରପତି ବିମାନବନ୍ଦରରେ ଅବତରଣ କଲା ପରେ ଗାର୍ଡ ଅଫ ଅନର ଦେବା ସହିତ ତାଙ୍କର ଗସ୍ତ ପାଇଁ ଫୁଲଡ୍ରେସ ରିହର୍ସଲ ଓ କାରକେଡ ରିହର୍ସଲ କରିଛି ପୋଲିସ।

ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ପାଇଁ ମୁତୟନ ହେବେ ୩୪ ପ୍ଲାଟୁନ ପୋଲିସ । ଦାୟିତ୍ବରେ ରହିବେ ୨୦୦ ବରିଷ୍ଠ ପୋଲିସ ଅଧିକାରୀ। ୪ଜଣ ଡିସିପି, ୨୨ଜଣ ଅତିରିକ୍ତ ଡିସିପି , ୬୨ ଜଣ ଡିଏସପି  ଅଧିକାରୀ ଓ ୨୦୦ ଜଣ ଏସଆଇ-ଏଏସଆଇ ନିୟୋଜିତ ହେବେ। ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ସମ୍ପର୍କ ବ୍ରିଫ୍‌ କରିଛନ୍ତି ଡିସିପି। ବିମାନବନ୍ଦର, ରୁଟ୍ ଲାଇନ ଓ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା। ସବୁଥାନାକୁ ଆଲର୍ଟ କରିବା ସହ ବେଆଇନ୍‌ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ।

ସେହିପରି ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ। ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗଦେବେ। ପରେ ଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିବେ ।
Published by:Soumya Das
First published: