ସକାଳ ଧୂପ ଲାଗି ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି; ପରସା ଗଲା ୨୩ ପ୍ରକାର ଖାଦ୍ୟ

ରାଜଭବନ ୧୦୩ ନଂ କୋଠରୀରେ ସକାଳ ଧୂପ ଲାଗି ଆସିଥିବା ମହାପ୍ରସାଦ ବ୍ୟଞ୍ଜନ ସେବନ କରିଥିଲେ ମହାମହିମ। ଜାଣନ୍ତୁ ସେଥିରେ କେଉଁ କେଉଁ ପ୍ରକାରର ଖାଦ୍ଯ ସାମିଲ ଥିଲା ।

ସକାଳ ଧୂପ ଲାଗି ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

ସକାଳ ଧୂପ ଲାଗି ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଖାଲି ଶ୍ରୀମନ୍ଦିର ଦର୍ଶନରେ ନୁହେଁ ରାଜଭାବନରେ ମଧ୍ୟ ନୂଆ ଇତିହାସ ଯୋଡିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଜଭବନ ପରିସରରେ ୧୦୩ ନମ୍ବର କୋଠରୀରେ ଶ୍ରୀମନ୍ଦିର ସକାଳ ଧୂପରେ ଆସିଥିବା ମହାପ୍ରସାଦ ବ୍ୟଞ୍ଜନ ସେବନ କରିଥିଲେ ମହାମହିମ ।

ସେଥିରେ ଘିଅ ଅନ୍ନ, ଖେଚୁଡ଼ି, ମିଷ୍ଟାନ୍ନ, ଡାଲି, ଡାଲମା, ମହୁର, ଶାଗମୁଗ, ସନ୍ତୁଳା, ଛେନାବଡ଼ି ବେସର, ସପୁରୀ ଖଟା, ରାଇତା,ପୋଟଳ ରସା, ବିରିମୁଗ, ଫଳ ରାବିଡ଼ି, ତାଡ଼ିଆ, ଝିଲ୍ଲୀ, ଚନ୍ଦ୍ରକାନ୍ତି, ହଂସକେଳି, ଏଣ୍ଡୁରି, କାକେରା ଏସବୁକୁ ପିତ୍ତଳ ଥାଳିରେ ସଜାଡି କଦଳୀ ପତ୍ରରେ ପରସା ଯାଇଥିଲା। ପୁଣି ମାଟିପାତ୍ରରେ ରସାବଳୀ ଆଉ ପାପୁଡି ପରସା ଯାଇଥିଲା । ରାଜଭାବନରେ ପାରମ୍ପରିକ ବେଶ ପୋଷାକ, ବାସନକୁସନ, ସମ୍ବଲପୁରୀ ଗାମୁଛା ବ୍ୟବହାର କରାଯାଇଥିଲା।

ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି


ରାଷ୍ଟ୍ରପତିଙ୍କ ସହ ଗଜପତି ମହାରାଜା, ପାଟରାଣୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଷୀ ଲାଲ, ରାଷ୍ଟ୍ରପତିଙ୍କ ଝିଅ, ଜ୍ବାଇଁ ଏକାସାଙ୍ଗରେ ତଳେ ବସି ମହାପ୍ରସାଦ ସେବନ କରିଥିଲେ ।

ରାଜଭବନରେ ଦୁଇଘଣ୍ଟା ରହଣି କାଳରେ ଅନେକ ବ୍ୟକ୍ତିବିଶେଷ, ହିନ୍ଦୁ ସଂସ୍କୃତି ପରମ୍ପରାକୁ ନେଇ ଗଠିତ ସଙ୍ଗଠନ ସହ ଘଣ୍ଟାଏ କାଳ ଆଲୋଚନା କରିଥିଲେ ।ହିନ୍ଦୁଧର୍ମ ରକ୍ଷାପାଇଁ ବୈଦିକ ବ୍ରାହ୍ମଣ ପରିଷଦ, ସନାତନ ଧର୍ମ ଓ ରାଷ୍ଟ୍ର ହିତ ପାଇଁ ସାଧୁ ସନ୍ଥ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ବିଦ୍ୱତ ପରିଷଦ ଓ କିଛି ଓଡିଶୀ ନୃତ୍ୟଶିଳ୍ପୀ ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।ସେପଟେ ବ୍ରହ୍ମାକୁମାରୀଙ୍କ ବ୍ରତୀ ହୋଇଥିବାରୁ ପୁରୀ ଅନୁଷ୍ଠାନକୁ ଆସିବା ପାଇଁ କର୍ମକର୍ତ୍ତାମାନେ ନିବେଦନ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଷୀ ଲାଲ, ରାଷ୍ଟ୍ରପତିଙ୍କ ଝିଅ, ଜ୍ବାଇଁ ମଧ୍ଯ ମହାପ୍ରସାଦ ଖାଇଛନ୍ତି


ଅପରାହ୍ନ ୩.୧୭ ରେ ରାଜଭବନରୁ ବାହାରି ୩ .୪୦ ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଷଷ୍ଠଥର ପାଇଁ ପୁରୀ ଆସିଥିବା ବେଳେ ଛାଡିଯାଇଥିବା ଅନେକ କୀର୍ତ୍ତିମାନ ଶ୍ରୀକ୍ଷେତ୍ର ତଥା ଓଡିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।
Published by:Soumya Das
First published: