ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚିକିତ୍ସା ହେବାକୁ ଆସିଥିବା ପୋଲିସଙ୍କୁ ପିଟିଲେ କାର୍ଯ୍ୟରତ ଡାକ୍ତର; ଭିଡ଼ିଓ ଭାଇରାଲ

ଚିକିତ୍ସା ହେବାକୁ ଆସିଥିବା ପୋଲିସଙ୍କୁ ପିଟିଲେ କାର୍ଯ୍ୟରତ ଡାକ୍ତର; ଭିଡ଼ିଓ ଭାଇରାଲ

ଢେଙ୍କାନାଳ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଉନ୍ମକ୍ତ କାଣ୍ଡ କରିଛନ୍ତି। ପିସିଆର ଭ୍ୟାନରେ ଯାଇଥିବା ଅସୁସ୍ଥ ପୋଲିସଙ୍କୁ ଚିକିତ୍ସା ବଦଳରେ ଗାଳି କରିବା ସହ ମାରିବାକୁ ଉଦ୍ୟମର ଭିଡିଓ ଭାଇରାଲ ହୋଇଛି।

ଚିକିତ୍ସା ହେବାକୁ ଆସିଥିବା ପୋଲିସଙ୍କୁ ପିଟିଲେ କାର୍ଯ୍ୟରତ ଡାକ୍ତର; ଭିଡ଼ିଓ ଭାଇରାଲ
ଡାକ୍ତର ସ୍ୱାଧୀନ ରଥ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 3, 2021, 12:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଉନ୍ମକ୍ତ କାଣ୍ଡ କରିଛନ୍ତି। ପିସିଆର ଭ୍ୟାନରେ ଯାଇଥିବା ଅସୁସ୍ଥ ପୋଲିସଙ୍କୁ ଚିକିତ୍ସା ବଦଳରେ ଗାଳି କରିବା ସହ ମାରିବାକୁ ଉଦ୍ୟମର ଭିଡିଓ ଭାଇରାଲ ହୋଇଛି। ଘଟଣାକୁ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି।

ଢେଙ୍କାନାଳ ହସ୍ପିଟାଲକୁ ବିଳମ୍ବିତ ରାତିରେ ଜଣେ ଅସୁସ୍ଥ ପୋଲିସ କନେଷ୍ଟବଳଙ୍କୁ ତାଙ୍କର କିଛି ସହଯୋଗୀ ଚିକିତ୍ସା ପାଇଁ ନେଇ ଆସିଥିଲେ। କିନ୍ତୁ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ତାଙ୍କୁ ଚିକିତ୍ସା ବଦଳରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ଓ ମାଡ଼ ମାରିବାକୁ ବାରମ୍ବାର ଚେଷ୍ଟା କରୁଥିବା ଏକ ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏ ବାବଦରେ ଢେଙ୍କାନାଳ ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଜଣେ କାର୍ଯ୍ୟରତ ଡାକ୍ତରଙ୍କ ଏଭଳି ଆଚରଣକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

୨୭ ସେପ୍ଟେମ୍ବର ସୋମବାର ବିଳମ୍ବିତ ରାତି ପ୍ରାୟ ୧.୫୦ ମିନିଟ ସମୟରେ ଢେଙ୍କାନାଳ ଟାଉନଥାନା ନାଇଟ ପେଟ୍ରୋଲିଙ୍ଗ ଦାୟିତ୍ୱରେ ଥିବା ପିସିଆର ଭ୍ୟାନରେ ଦୁଇଜଣ ହାବିଲଦାର ଅସୁସ୍ଥ କନେଷ୍ଟବଳ ଜୟରାମ ସିଂହଙ୍କୁ ନେଇ ଢେଙ୍କାନାଳ ହସ୍ପିଟାଲରେ ପହଞ୍ଚିଥିଲେ।ସେଠାରେ ପହଞ୍ଚିବା ପରେ ରାତି ଡ୍ୟୁଟିରେ ଥିବା ଭେଷଜ ବିଭାଗର କାର୍ଯ୍ୟ ରତ ଡାକ୍ତର ସ୍ୱାଧିନ ରଥ ନିଦ୍ରାରେ ଥିଲେ।ଅସୁସ୍ଥ ଥିବା ପୋଲିସଙ୍କୁ ଦେଖିବା ପାଇଁ ହସ୍ପିଟାଲର କର୍ମଚାରୀ ଡାକିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ। ପରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ ।

ମାଡ଼ ମାରିବା ପାଇଁ ଉଦ୍ଯମ କରିବା ବେଳର ଦୃଶ୍ଯ ଭିଡ଼ିଓରେ କଏଦ ହୋଇଛି


ହସ୍ପିଟାଲରେ ରାତି ଡ୍ୟୁଟିରେ ଥିବା ଡାକ୍ତର ସ୍ୱାଧିନ ରଥ କନେଷ୍ଟବଳ ଜୟରାମ ସିଂହ ଓ ସାଥିରେ ଯାଇଥିବା ହାବିଲଦାରଙ୍କୁ ଅତ୍ୟନ୍ତ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ମଧ୍ୟ ପଛାଇ ନଥିଲେ। ରୋଗୀ ନେଇ ଯାଇଥିବା ପୋଲିସ ବାବୁ ହସ୍ପିଟାଲ ପରିସରରୁ ଫେରି ଆସିବା ସମୟରେ ଡାକ୍ତର ସ୍ୱାଧିନ ରଥ ପୁଣି ବାହାରକୁ ଆସି ପିସିଆର ଭିତରୁ ହାବିଲଦାର ଧ୍ରୁବଚରଣ ବେହେରାଙ୍କୁ ଘୋଷାଡ଼ି ଆଣିଥିଲେ ବୋଲି ନିଜ ଏତଲାରେ ଟାଉନଥାନାରେ ଉଲ୍ଲେଖ କରିଛନ୍ତି।

ଡାକ୍ତରଙ୍କ ଏଭଳି ଆଚରଣ ଦେଖି ହସ୍ପିଟାଲର ସୁରକ୍ଷା କର୍ମୀମାନେ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରି ଡାକ୍ତର ସ୍ୱାଧୀନ ରଥଙ୍କୁ ଅଟକାଇଥିଲେ। ସେଠାରୁ ପଳାଇ ଆସିବା ପରେ ନ୍ୟାୟ ପାଇଁ ସାଥିରେ ଯାଇଥିବା ହାବିଲଦାର ଧ୍ରୁବଚରଣ ବେହେରା ଡାକ୍ତରଙ୍କ ନାଁରେ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ ଥାନାରେ ୩୯୩/୨୧ରେ ଏକ କେସ ରୁଜୁ କରି ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

"ଟାଉନଥାନାରେ ଧ୍ରୁବଚରଣ ବେହେରା ଏତଲା ଦେବାପରେ ଡାକ୍ତରଙ୍କ ବିରୁଦ୍ଧରେ ୨୯୪ ,୩୩୨, ୩୨୩ ,୫୦୬ ଭଳି ଦଫା ଲାଗୁ ହୋଇଛି। ଏନେଇ ତଦନ୍ତ ମଧ୍ୟ ଜାରି ରହିଛି। ତଦନ୍ତ ସରିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ," କହିଛନ୍ତି ପୋଲିସ ଏସଡିପିଓ ବିକାଶ ବେହୁରା।

"ସେଦିନ ରାତିରେ ପିସିଆର ଆସିବା ପୁର୍ବରୁ ଆଉଜଣେ ପୋଲିସ ନିଜ ଛୋଟ ଛୁଆକୁ ଧରି ଡାକ୍ତରଖାନା ଆସିଥିଲେ। ଛୁଆକୁ ଦେଖିବା ପରେ ତାଙ୍କୁ ଦେଖିବାକୁ କହିବାରୁ ଉଭୟ ହାବିଲଦାର ଧ୍ରୁବଚରଣ ବେହେରା ଓ କନେଷ୍ଟବଳ ଜୟରାମ ସିଂହ ବଚସା ଆରମ୍ଭ କରିଥିଲେ। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା," ସ୍ୱୀକାର କରିଛନ୍ତି ନିଜେ ଡାକ୍ତର ସ୍ୱାଧିନ ରଥ।
Published by: Soumya Das
First published: October 3, 2021, 12:40 PM IST