• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁମ୍ବି ତୋଫାନ; ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁମ୍ବି ତୋଫାନ; ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଅଣ୍ଡା ଓ ଟମାଟୋ ଫିଙ୍ଗିଛନ୍ତି ।

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁମ୍ବି ତୋଫାନ; ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁମ୍ବି ତୋଫାନ; ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପୁରୀ ଜିଲ୍ଲା ଗୋପ ୧୧ନମ୍ବର ଜିଲାପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁମ୍ବି ତୋଫାନ । ଧର୍ମେନ୍ଦ୍ରଙ୍କ ମୃତ୍ୟ ପୂର୍ବରୁ ଅଡିଓ କଲରେ ଗଣଶିକ୍ଷା ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ମନ୍ତ୍ରୀଙ୍କ ଇସ୍ତଫା ଦାବି । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଛନ୍ତି । ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ପ୍ରାୟ ୫୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।

ସେପଟେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଖଳନାୟକ ହେଉଛନ୍ତି ମନ୍ତ୍ରୀ ସମୀର ଦାସ ଏବଂ ତାଙ୍କ ସହଯୋଗୀ । ମନ୍ତ୍ରୀ ସମୀର ଦାସଙ୍କର ଏହି ଘଟଣାରେ ସିଧାସଳଖ ସମ୍ପୃକ୍ତି ରହିଛି । ଧର୍ମେନ୍ଦ୍ର ଏବଂ ତାଙ୍କ ବନ୍ଧୁଙ୍କର ଯେଉଁ ଅଡିଓ ଏବେ ସାମ୍ନାକୁ ଆସିଛି ସେଥିରୁ ଏହା ପ୍ରମାଣିତ ହେଉଛି । ଧର୍ମେନ୍ଦ୍ର ସିଧାସଳଖ ଏହି ଅଡିଓରେ ତାଙ୍କ ଆତ୍ମହତ୍ୟା ପାଇଁ ସମୀର ଦାସଙ୍କୁ ଦାୟୀ କରିଛିନ୍ତି । ତାଙ୍କ ସହ ଆଉ ଚାରି ଜଣଙ୍କର ନାଁ ମଧ୍ୟ ନେଇଛନ୍ତି । ମନ୍ତ୍ରୀ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହେଉଛି ।

ବିଜେପି ବରିଷ୍ଠ ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ହେବା ଦରକାର । ସମୀର ଦାସଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଜି-ଜାନ ଲଗେଇ ଦେଇଛି । ଏହି ଘଟଣାରେ ଯେତେ ପ୍ରମାଣ ଅଛି ପୋଲିସ ନଷ୍ଟ କରିବାକୁ ଚେଷ୍ଟା କରୁଛି । ରାଜ୍ୟବାସୀ ଜାଣି ସାରିଲେଣି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୂଖ୍ୟ ଘଟଣାରେ ସମୀର ଦାସ ହି ମୁଖ୍ୟ ଖଳନାୟକ । ତୁରନ୍ତ ରାଜ୍ୟ ସରକାର ଘଟଣାର ହସ୍ତକ୍ଷପ କରିବା ସହ ପୋଲିସ ମନ୍ତ୍ରୀଙ୍କୁ ଗିରଫ କରଜୁ । ତାଙ୍କ ବିରୋଧରେ ଫୌଜଦାରୀ ମାମଲା ହେଉ ।

ସେପଟେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ତାଙ୍କର ଦୁଇଟି ମୋବାଇଲ ନମ୍ବରର ସିଡ଼ିଆର ଯାଞ୍ଚ କରୁଛି ପୋଲିସ । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ୧୦ରୁ ୧୫ ଜଣଙ୍କୁ ଫୋନ କରିଥିବା ଜଣା ପଡ଼ିଛି । ତେଣୁ ମୃତ୍ୟୁ ପୂର୍ବରୁ ଯେଉଁ ମାନଙ୍କ ସହ କଥା ହୋଇଥିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପୋଲିସ । ଭୁବନେଶ୍ୱର ଡ଼ିସିପି କହିଛନ୍ତି, ଧର୍ମେନ୍ଦ୍ର ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଏବେ ସବୁ ଦିଗକୁ ନେଇ ତଦନ୍ତ କରୁଛି । ଭାଇରଲ ଅଡିଓ ପ୍ରସଙ୍ଗରେ ତଦନ୍ତ ପରେ ଜଣା ପଡିବ । ଏବେ କିଛି କହିହେବ ନାହିଁ ।
Published by:Soubhagya Mishra
First published: