News18 Odia Digital
ଭୁବନେଶ୍ୱର: କଟକରେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଘଟଣାର ଲିଙ୍କ ଲମ୍ବିଛି ଭୁବନେଶ୍ୱରକୁ। ଭୁବନେଶ୍ୱର ଲିଙ୍କ ଛାନଭିନ କରିବା ସମୟରେ କଟକ ପୋଲିସ ହାତରେ ଲାଗିଛି ଅନେକ ସୁରାଗ। ଏହି ଆଧାରରେ ପୋଲିସ ଅନୁସନ୍ଧାନ ଜାରି ରଖିବା ସହିତ ଭୁବନେଶ୍ୱର ଉପକଣ୍ଠରେ ଥିବା ଉର୍ମି ଫୁଡ଼ ପ୍ରଡକ୍ଟସକୁ ସିଲ କରିଛି।
ସୂଚନା ଅନୁସାରେ, ଭୁବନେଶ୍ବର ଉପକଣ୍ଠ ପାତ୍ରପଡାରେ ପ୍ରସ୍ତୁତ ହେଉଥିଲା ଡୁପ୍ଲିକେଟ ସସ ଓ ଆଚାର । କଟକରେ ଏଭଳି ସାମଗ୍ରୀ ଧରା ପଡିବା ପରେ ଆରମ୍ଭ ହୋଇଥିଲା ଖୋଲତାଡ଼। ଏହାକୁ ନେଇ କଟକ କମିଶନରେଟ ପୋଲିସ ଓ ଟମାଣ୍ଡୋ ଥାନା ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅପମିଶ୍ରିତ ଖାଦ୍ୟ ଜବତ କରିବା ସହ ଉର୍ମୀ ଫୁଡ୍ ପ୍ରଡକ୍ସର କମ୍ପାନୀକୁ ସିଲ୍ କରିଛି ପୋଲିସ । ଅନୁସନ୍ଧାନ ଶେଷ ନହେବା ପର୍ଯ୍ୟନ୍ତ ଏହା ବନ୍ଦ ରଖିବାକୁ ପୋଲିସ କଡା ନିର୍ଦ୍ଦେଶ ଦେଇଛି ।
ପୋଲିସର ସ୍ଵତନ୍ତ୍ର ଟିମ ଅନୁଧ୍ୟାନ ପରେ ପରେ ଫ୍ୟାକ୍ଟ୍ରି ଭିତରେ ବ୍ୟାପକ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଥିଲେ । ତେବେ ପୋଲିସ ଯିବା ପରେ ଘଟଣା ସ୍ଥଳରେ ନଷ୍ଟ ହୋଇଯାଇଥିବା କଞ୍ଚାଲଙ୍କା ସସ, ନଷ୍ଟ ହୋଇଥିବା ଆମ୍ବ ଆଚାର , ପଚା କଖାରୁ ସସ ଇତ୍ୟାଦି ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ଉର୍ମୀ ଫୁଡ୍ ପ୍ରଡକ୍ସନର କମ୍ପାନୀର ମୁଖ୍ୟ କହିଛନ୍ତି ଯେ ପୋଲିସ ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆଯାଇନଥିଲା। ସେମାନେ ଆସି କମ୍ପାନୀକୁ ସିଲ୍ କରିଛନ୍ତି। ଆଜି ସାମ୍ପୂଲ୍ ନେବେ ଓ ଏହାର ପରୀକ୍ଷା ହେଲା ପରେ ଜଣାପଡ଼ିବ ଯେ ଏହା ଅପମିଶ୍ରିତ ନା ନୁହେଁ । ତେଵେ ଆମେ ଆମ ପ୍ରଡକ୍ଟକୁ ନେଇ ଶତପ୍ରତିଶତ ଶୁଦ୍ଧ ଅଛି ବୋଲି କହୁଛନ୍ତି ବୋଲି ସେ କହିଛନ୍ତି।
ତଦନ୍ତରେ କମ୍ପାନୀ ମୁଖ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ତାଙ୍କ କମ୍ପାନୀକୁ ବଦନାମ କରିବା ପାଇଁ ହୁଏତ କେହି ଏଭଳି ଅଭିଯୋଗ ପୋଲିସ ପାଖରେ କରିପାରିଥାଏ ବୋଲି ସେ କହିଛନ୍ତି। ଏହି ଘଟଣା ପରେ ଆସାଧୁ ବ୍ୟବସାୟୀ ଛାନିଆ ହୋଇଛନ୍ତି ବୋଲି ପୋଲିସ କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।