News18 Odia Digital
ଭୁବନେଶ୍ୱର: ଗୁରୁବାର ଠାରୁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ । ତିନିଦିନ ଧରି ଚାଲିବ ଏହି ସମ୍ମଳନୀ । କୋଭିଡ କଟକଣା ପାଇଁ ଭର୍ଚୁଆଲରେ ପ୍ଲାଟଫର୍ମ ସମ୍ମିଳନୀ ଆୟୋଜିତ ହେଉଛି । ପୋଲିସ ଡି.ଜି ଅଭୟ ଏହି ସମ୍ମିଳନୀର ଉଦଘାଟନ କରିବେ । ସେହିଭଳି ୧୮ତାରିଖ ଉଦଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।
୨୦୨୨ ବର୍ଷ ପାଇଁ ପୋଲିସ ପାଇଁ କ’ଣ ରହିବ ଚାଲେଞ୍ଜ ? ପ୍ରତିକୂଳ ପରିସ୍ଥିତିରେ କିଭଳି ମୁକାବିଲା କରିବ ପୋଲିସ । ସେନେଇ ତିନିଦିନ ଧରି ହେବ ମାନଓ ମନ୍ଥନ କରାଯିବ ବୋଲି ଓଡିଶା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।
ସମ୍ମିଳନୀରେ ମୁଖ୍ୟ ପ୍ରସଙ୍ଗ ରହିବ ପଞ୍ଚାୟତ ନିର୍ବାଚନ । ଆସନ୍ତାବର୍ଷ ରାଜ୍ୟରେ ନିର୍ବାଚନ ଥିବାରୁ ପୋଲିସ ପାଇଁ ଏହା ଚାଲେଞ୍ଜ ରହିବ । ଶାନ୍ତି ଶୃଙ୍ଖଳାର ସହ କିଳଭି ନିର୍ବାଚନ ହେବ, ସେନେଇ ସବୁ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ହେବ । ସେହିଭଳି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମଧ୍ୟ ସମ୍ମିଳନୀରେ ଆଲୋଚନା ହେବ । ସମ୍ମଳନୀରେ ଆଉ ଏକ ମୁଖ୍ୟ ପ୍ରସଙ୍ଗ ରହିବ ନକ୍ସଲ ମୁକାବିଲା । ଯଦିଓ ରାଜ୍ୟ ପୋଲିସ ନକ୍ସଲ ମୁକାବିଲାରେ ବେଶ ସଫଳତା ପାଇଥିବା ତଥାପି ଆଗକୁ ଏହା କିଳଭି ବଜାୟ ରଖାଯିବ ସେ ଉପରେ ମାଓ-ଅଧୂଷିତ ଜିଲ୍ଳାର ବରିଷ୍ଠ ପୋଲିସ ସହ ଆଲୋଚନା କରାଯିବ ବୋଲି ସୁଚନା ମିଳିଛି ।
“ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଦ୍ୱାରା ପରସ୍ପର ପରସ୍ପର ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥାଏ । ପୋଲିସ ବିଭାଗ ପାଇଁ ଏହି ସମ୍ମିଳନୀ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଯଦିଓ ଭର୍ଚୁଆଲି ଚଳିତ ବର୍ଷ ଅଫିସରମାନେ ଯୋଗଦେବେ, ତେଣୁ ପରସ୍ପର ମଧ୍ୟରେ ହୁଏତ ସମନ୍ନୟରେ ସାମାନ୍ୟ କମ୍ ରହିବ । ତଥାପି ପଞ୍ଚାୟତ ନିର୍ବାଚନ ଏହା ବେଶ ଗୁରୁତ୍ୱ ବହନ କରିବ,” କହିଛନ୍ତି ପୂର୍ବତନ ପୋଲିସ ଡି.ଜି ସଞ୍ଜିବ ମାରିକ୍ ।
ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, “ସାଇବର କ୍ରାଇମ ରୋକିବା ପାଇଁ, ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ହେଲପ ଲାଇନ୍ କରିବା ସହ ଲୋକଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି । ଲୋକେ ସଚେତନ ହେଲେ ସାଇବର ଅପରାଧ ରୋକା ଯାଇ ପାରିବ” ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।