ରାଜ୍ୟର ପ୍ରଥମ; ଡ୍ରଗ୍ସ ସିଜ ଓ ଆୟୁବକୁ ଗିରଫ ପାଇଁ ସ୍ୱତନ୍ତ୍ର ରଣନୀତି କରିଥିଲା ପୋଲିସ

ରାଜ୍ୟର ପ୍ରଥମ ଥର ପାଇଁ ସର୍ବାଧିକ ବ୍ରାଉନସୁଗାର ସିଜ ସହ ଡ୍ରଗ୍ସ ବିକ୍ରିର କିଙ୍ଗପିନ ଆୟୁବ କବଜା ପରେ ଏବେ ସବୁଆଡୁ ପ୍ରଶଂସା ସାଉଁଟୁଛି। ତେବେ ଏହି ଅପରେସନ ପାଇଁ ପୋଲିସ କରିଥିଲା ସ୍ୱତନ୍ତ୍ର ପ୍ଲାନ।

ଆୟୁବକୁ ଗିରଫ ପାଇଁ ସ୍ୱତନ୍ତ୍ର ରଣନୀତି କରିଥିଲା ପୋଲିସ

ଆୟୁବକୁ ଗିରଫ ପାଇଁ ସ୍ୱତନ୍ତ୍ର ରଣନୀତି କରିଥିଲା ପୋଲିସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: ରାଜ୍ୟର ପ୍ରଥମ ଥର ପାଇଁ ସର୍ବାଧିକ ବ୍ରାଉନସୁଗାର ସିଜ ସହ ଡ୍ରଗ୍ସ ବିକ୍ରିର କିଙ୍ଗପିନ ଆୟୁବ କବଜା ପରେ ଏବେ ସବୁଆଡୁ ପ୍ରଶଂସା ସାଉଁଟୁଛି।  ତେବେ ଏହି ଅପରେସନ ପାଇଁ ପୋଲିସ କରିଥିଲା ସ୍ୱତନ୍ତ୍ର ପ୍ଲାନ। ଏକାଧିକ ବାର ଫେଲ ପରେ ଶେଷରେ ପୋଲିସ ନେଟୱର୍କ ଆଗରେ ନିଶା ନେଟୱର୍କ ପଛରେ ପଡିଥିଲା। ୧୦୦ କେଜି ୬୦୦ ଗ୍ରାମର ବ୍ରାଉନସୁଗାର ଗତକାଲି ବାଲେଶ୍ୱର ପୋକିସ ଜଵତ କରିଥିଲା ଯାହା ହେଉଛି ଓଡ଼ିଶାର ପ୍ରଥମ। ସେହିପରି ଏହି ଜବତ ସହିତ ନିଶା କାରବାରର ମୁଖ୍ୟ ଆୟୁବ ଓ ୫ ଜଣଙ୍କୁ ଗିରଫ କରିଛି । ତେବେ ଏତେ ବଡ଼ ସଫଳତା ନେଇ ପୋଲିସର ଥିଲା ସ୍ୱତନ୍ତ୍ର ରଣନୀତି।

ଏଇ ମିଶନ ନେଇ ପୋଲିସ ନିଜର ଖବରୀ ନେଟୱର୍କ ଦ୍ୱାରା ଖବର ପାଇଥିଲା। ଏହାପରେ ଜାଲ ବିଚାଇବା ଆରମ୍ଭ କରି ଦେଇଥିଲା ପୋଲିସ।  ଗୋଟିଏ ମାସରେ ଦୁଇ ଥର ଚେଷ୍ଟା କରି ଫେଲ ମାରିଥିଲା ପୋଲିସ । ଶେଷ ମୁହୂର୍ତ୍ତରେ ଅପରାଧୀ ପୋଲିସର ଗତିବିଧି ଖବର ପାଇ ବଦଳାଇ ଦେଉଥିଲେ ରଣନୀତି ଓ ସପ୍ଲାଇ ରାସ୍ତା । ତେବେ ଗତ ଗୁରୁବାର ରାତିରେ ପୋଲିସ କୁ ମିକିଥିଲା ପୁଣି ବିପୁଳ ପରିମାଣର ସପ୍ଲାଇ ଖବର ଆଉ ତାପରେ ସହଦେଵଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକଙ୍କ ସମେତ ୧୧ ଜଣିଆ ଦକ୍ଷ ଅଫିସର ଆରମ୍ଭ କରିଥିଲେ ଅପରେସନ। ସାଧା ପୋଷାକରେ ଟିମର ସଦସ୍ୟ ୩ଟି ସ୍ଥାନରେ ଜଗି ରାଗିଥିଲେ ବସ୍ତା , ନିଧିପଣ୍ଡା ସହ ଫୁଲାଡ଼ିରେ ଜଗି ରହିଥିଲା ପୋଲିସ । ଆଉ ଡ୍ରଗ୍ସ ନେଇ ଆୟୁବ ଓ ସାଥି ଆସିବା ପରେ ମାଡ଼ି ବସିଥିଲା ପୋଲିସ। ମିଶନ ବେଳେ ସେମାନଙ୍କ ନିକଟରେ ଅସ୍ତ୍ର ସନ୍ଦେହ ରେ ପୋଲିସ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ସହ ଜଗିଥିଲା। ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ଆହୁରି କିଛି ଅପରାଧି ଖସି ଯାଇଥିବା ବେଳେ ବିଶେଷ ସୂତ୍ରରୁ ଖବର ଅନୁସାରେ ସେମାନଙ୍କୁ ଧରିବା ପାଇଁ ରାଜ୍ୟ ବହାରକୁ ମଧ୍ୟ ଟିମ ପଠାଇ ତଦନ୍ତ କରୁଛି ପୋଲିସ। ତେବେ ଏଇ ପୁରା ଅପରେସନ ସହଦେଵଖୁଣ୍ଟା ଆଇଆଇସି ଶୁଭ୍ରାଂଶୁ ନାୟକ ଲିଡ଼ କରୁଥିବା ବେଳେ ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ର ଓ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରତିଟି ମୁହୂର୍ତ୍ତରେ ଅପରେସନ ନେଇ ରଣନୀତି ପ୍ରସ୍ତୁତ କରୁଥିଲେ।

ତେବେ ଆୟୁବ ଗିରଫ ପରେ ଅନେକ କଥା ଏବେ ସାମ୍ନାକୁ ଆସିଛି । ଆୟୁବ ବ୍ରାଉନସୁଗାରର ହୋଲସେଲର ଭାବରେ ଦୀର୍ଘ  ୨୦ ବର୍ଷ ଧରି ବାଂଲାଦେଶ ବୋର୍ଡ଼ରରୁ ଆଣି କଲିକତା ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାଲ ଯୋଗାଉଥିଲା ।   ୨୦ ବର୍ଷ ପୂର୍ବରୁ ଆୟୁବ ବାହାର ରାଜ୍ୟର ଥରେ ଗିରଫ ହୋଇ କୋର୍ଟ ଚାଲାଣ ହେଇଥିଲା। ହେଲେ ଓଡ଼ିଶାର ୨୦ ବର୍ଷ ହେବ ସେ ପୋଲିସକୁ ଚକମା ଦେଇ ଚଳାଇଥିଲା ନିଶା ରାକେଟ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏପରିକି ଆୟୁବ ଘର ମଧ୍ୟପ୍ରଦେଶ ଓ ରାଜସ୍ଥାନ ବୋର୍ଡ଼ର ଅଂଚଳର । ଏଣୁ ପାକିସ୍ତାନର ମାଫିଆ ସହ ତାର ଲିଙ୍କ ନେଇ ସନ୍ଦେହ ମଧ୍ୟ କରାଯାଉଛି। ସେପଟେ ଅନ୍ୟ ୫ ଜଣ ଗିରଫ ହୋଇଥବା ବେଳେ ସେମାନଙ୍କ ଘର ଅରଡ଼ବଜାର ଅଞ୍ଚଳର ଆଉ ଏମାନେ ଆୟୁବ ନିକଟରୁ ମାଲ ନେଇ ରିଟେଲର ଭାବରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିଲେ।

ପୋଲିସ ଆୟୁବର ନିଶା ନେଟୱର୍କର ପୂରା ମଞ୍ଜି ଖୋଲି ବାହାର କରିବା ପାଇଁ ତିନି ଦିନିଆ ରିମାଣ୍ଡ ଆବେଦନ କରି  ଆୟୁବକୁ ରିମାଣ୍ଡରେ ନେଇଛି।
Published by:Soumya Das
First published: