ପୋଲିସ ବିରୋଧରେ ପୋଲିସ କରିବ ତଦନ୍ତ; ନିଜ ଥାନାରେ ନିଜ ନାମରେ ମାମଲା ରୁଜୁ କଲା ପୋଲିସ

ନିଜ ଥାନାରେ ନିଜ ନାମରେ ମାମଲା ରୁଜୁ କଲେ ଥାନା ଅଧିକାରୀ । ଦଳିତ ଯୁବକକୁ ମାଡ଼ ମାରିବା ଆଇଆଇସିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ପୋଲିସ ବିରୋଧରେ ପୋଲିସ କରିବ ତଦନ୍ତ; ନିଜ ଥାନାରେ ନିଜ ନାମରେ ମାମଲା ରୁଜୁ କଲା ପୋଲିସ

ପୋଲିସ ବିରୋଧରେ ପୋଲିସ କରିବ ତଦନ୍ତ; ନିଜ ଥାନାରେ ନିଜ ନାମରେ ମାମଲା ରୁଜୁ କଲା ପୋଲିସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ନିଜ ଥାନାରେ ନିଜ ନାମରେ ମାମଲା ରୁଜୁ କଲେ ଥାନା ଅଧିକାରୀ । ଦଳିତ ଯୁବକକୁ ମାଡ଼ ମାରିବା ଆଇଆଇସିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଡିସିପିଙ୍କ ନିର୍ଦ୍ଦେଶ ପରେ ନିଜ ନାମରେ ମାମଲା ରୁଜୁ କଲେ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼। ଏସଆଇ ରାକେଶ ସାମଲଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଗତ ୩ ତାରିଖରେ ସରୋଜ ଭୋଇ ନାମକ ଜଣେ ଯୁବକକୁ ଗିରଫ କରିଥିଲା ବାଲିପାଟଣା ଥାନା ପୋଲିସ । ପରେ ଥାନା ଭିତରେ ସରୋଜକୁ ପୋଲିସ ମାଡ଼ ମାରି ଆଣ୍ଠୁ ଭାଂଗି ଦେଇଥିବା କଥା ସରୋଜଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଡ଼ିସିପିଙ୍କୁ ଭେଟି ଅଭିଯୋଗ କରିବା ପରେ ନିଜ ନାମରେ ମାମଲା ରୁଜୁ କରିବାକୁ  ଡ଼ିସିପି ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ଦଳିତ ଆଦିବାସୀ ମହାସଂଘରର ପ୍ରତିବାଦ କ୍ରମେ ପୋଲିସ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ଗତ ୩ ତାରିଖରେ ମହାଷ୍ଟମୀ ଅବସରରେ  ବାଲିପାଟଣା ବଜାରରେ ଜଣେ ସବର୍ଣ୍ଣ ବ୍ୟକ୍ତିଙ୍କ ସହିତ ଯୁକ୍ତି ତର୍କ ଅବସରରେ ବାଲିପାଟଣା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ସରୋଜ ଭୋଇଙ୍କୁ ଗିରଫ କରିଥିଲା । ପରେ ଥାନାର ଛାତ ଉପରେ ସରୋଜଙ୍କୁ ନିର୍ମମ ଭାବରେ ପିଟିଥିଲା । ଯେଉଁଥିରେ ତାଙ୍କର ଗୋଡ ଭାଙ୍ଗିଥିଲା । କେବଳ ସାମାନ୍ୟ ଚିକିତ୍ସା ସହିତ ପେନ କିଲର ଦେଇ ଝାରପଡ଼ା ଜେଲକୁ ପଠାଇ ଦେବା ପରେ ଜାତୀୟ ଦଳିତ ଆଦିବାସୀ ମହାସଂଘ ଓ ସରୋଜଙ୍କ ପତ୍ନୀ ବାଲିପାଟଣା ଥାନା, ଆଇଆଇସି, ଏସିପିଙ୍କୁ ଭେଟିଥିଲେ ମଧ୍ୟ ସୁଫଳ ମିଳିନଥିଲା । ଜେଲରେ ଅସହ୍ୟ ଯନ୍ତ୍ରଣା ପରେ  ୨୩ ତାରିଖରେ ଜାମିନ ପାଇବା ପରେ ମେଡ଼ିକାଲ ଯାଇଥିଲେ । ମେଡ଼ିକାଲ ରିପୋର୍ଟ ସହିତ ଡିସିପିଙ୍କୁ ଭେଟିବା ପରେ ଡିସିପି ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ତଦନ୍ତ କରିବେ ଏସିପି ଶୁଭ ନାରାୟଣ ମୁଦୁଲି। ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ବିରୋଧରେ ପୋଲିସ ତଦନ୍ତ କରିବ । ଘଟଣାରେ ନିଜେ ଆଇଆଇସି ମଧ୍ୟ ସାକ୍ଷୀ। ସେପଟେ ଏସଆଇ ରାକେଶ ସାମଲ ମଧ୍ୟ ପୂର୍ବରୁ ବିବାଦୀୟ । ତେବେ ଏଭଳି ସ୍ଥଳେ ଯଦି ତଦନ୍ତ ଠିକ୍ ବାଟରେ ନଯାଏ ଏବଂ ତୁରନ୍ତ ଏହି ଦୁଇ ଖାକି ଅଧିକାରୀଙ୍କୁ ଗିରଫ କରାନଯାଏ । ତେବେ ଆଗକୁ ଆନ୍ଦୋଳନ ହୋଇପାରେ ବୋଲି ସଚନା ମିଳିଛି । ଜାତୀୟ ଦଳିତ ଆଦିବାସୀ ମହାସଂଘ ଅଟ୍ରୋସିଟି ଆକ୍ଟ ଧାରା ୪ କହୁଛି ଅନୁସୂଚିତଜାତି /ଜନଜାତିର ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ସହିତ ଛଅ ମାସରୁ ଏକ ବର୍ଷ ଜେଲ ଦଣ୍ଡ ମିଳିବାର ପ୍ରାବଧାନ ରହିଛି ।
Published by:Soubhagya Mishra
First published: