News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଗିରଫ ହୋଇଥିବା ଠକ ଡାକ୍ତର ରମେଶ ସ୍ୱାଇଁ ଏବେ ଦ୍ୱିତୀୟ ପର୍ଯ୍ୟାୟ ପୋଲିସ ରିମାଣ୍ଡରେ ଅଛି। ଏହି ରିମାଣ୍ଡ ମଧ୍ୟରେ ପୋଲିସ ଆଗରେ ମୁହଁ ଖୋଲୁନି ରକିସିଆ ଠକ ଡାକ୍ତର ରମେଶ ସ୍ୱାଇଁ । ଉତ୍ତର ଦେବାକୁ କୁନ୍ଥୁ କୁନ୍ଥୁ ହେଉଛି ରମେଶ । ବିଶେଷ କରି ଠକେଇ ଟଙ୍କା କେଉଁଠି ବିନିଯୋଗ କରିଛି, ସେ ନେଇ କିଛି ବି କହୁନି ରମେଶ । ଶନିବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଥିବା ରାମେଶର କ୍ଲିନିକ ଓ ଫାର୍ମ ହାଉସ ଓ ଗୁପ୍ତ କୋଠରୀରେ ରେଡ଼ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ ।
ଠକ ରମେଶ ପାଖରୁ ଜବତ ହୋଇଥିବା ଡାଏରୀରେ ଲେଖା ହୋଇଛି ଅଜବ code word । ରମେଶ ଏମିତି ଲେଖିଛି ଯାହାର ହିସାବ ପାଉନି ପୋଲିସ । ପ୍ରତି ପୃଷ୍ଠାରେ ଲକ୍ଷ ଲକ୍ଷ ଟଙ୍କାର କାରବାର କରିବା କଥା ଲେଖା ହୋଇଛି । ହେଲେ ଟଙ୍କା କେଉଁଠି ଅଛି ମୁହଁ ସେନେଇ ପୋଲିସ ଆଗରେ ନୁହଁ ଖୋଲୁନି ଠକ ରମେଶ । ଏପରିକି ଡାଏରୀ ସମ୍ବନ୍ଧୀୟ ତଥ୍ୟ ପୋଲିସ ପଚାରିଥିଲା ବେଳେ କିଛି ନ ଜାଣିଲା ପରେ ଚୁପ ରଖୁଛି ରମେଶ ।
"ରମେଶର ଢେଙ୍କାନାଳ କାମାକ୍ଷାନଗରରେ ଥିବା କ୍ଲିନିକ ଉପରେ ରେଡ଼ କରାଯାଇଛି। ରେଡ଼ ବେଳେ ଗୁପ୍ତ କୋଠରୀ, ଫାର୍ମ ହାଉସ ଓ କ୍ଲିନିକ ଠାବ ହୋଇଛି। ଏହା ସହ କିଛି କାଗଜପତ୍ର ବି ଜବତ ହୋଇଛି । ରେଡ଼ ବେଳେ କ୍ଲିନିକ ବୁଝୁଥିବା ଲୋକ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କୁ କ୍ଲିନିକ ସମ୍ବନ୍ଧୀୟ ପଚରାଉଚରା କରାଯାଇଛି। କ୍ଲିନିକ କେବେ ଠାରୁ ଆରମ୍ଭ ହୋଇଥିଲା ତାହା ତଦନ୍ତ ଚାଲିଛି । ତେବେ ଯେଉଁସବୁ ଅଭିଯୋଗ ଆସିଛି, ତାକୁ ଗୁରୁତର ସହ ନେଇ ତଦନ୍ତ ଚାଲିଛି," କହିଛନ୍ତି ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ।
ରମେଶକୁ ଜେରା କରୁଥିବା ସ୍ୱତନ୍ତ୍ର ଟିମର ତଥ୍ୟ ଅନୁସାରେ, ମୋବାଇଲ ଫୋନରୁ ମିଳିଥିବା ତଥ୍ୟ ଅନୁସାରେ ପଚରାଉଚରା କରାଯାଉଛି। ଦ୍ୱିତୀୟ ପତ୍ନୀ ଓ ଭଉଣୀଙ୍କ ଭୂମିକା ନେଇ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ଆଜି ଠକ ରମେଶର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଛି । ଦୁଇଟି ପର୍ଯ୍ୟାୟରେ ମୋଟ ୮ ଦିନ ପାଇଁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ହେଲେ ମିଳିଥିବା ତଥ୍ୟ ଅନୁସାରେ ରମେଶ କଳା ସାମ୍ରାଜ୍ୟ ର କାଣିଚାଏ ବି ତଥ୍ୟ ପାଇ ପାରିଲା ନାହିଁ ତଦନ୍ତକାରୀ ଟିମ । ଏବେ ରମେଶର ଭଉଣୀ ରଶ୍ମିତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ଲକ୍ଷ୍ୟ ରଖିଛି ମହିଳା ଥାନା ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।