ଚାଷୀଙ୍କ ବଡ ପ୍ରତିବାଦକୁ ଭଣ୍ଡୁର କଲା ପୋଲିସ; ବାଲିଅନ୍ତାରେ ବ୍ୟାରିକେଡ଼ କରି ଡେରା ପକାଇଲେ

ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦକୁ ଆଖି ଆଗରେ ରଖି ହାଇଟେକରେ ୭ ପ୍ଲାଟୁନ ଓ ହଂସପାଳ ରେ ୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଚାଷୀଙ୍କ ବଡ ପ୍ରତିବାଦକୁ ଭଣ୍ଡୁର କଲା ପୋଲିସ; ବାଲିଅନ୍ତାରେ ବ୍ୟାରିକେଡ଼ କରି ଡେରା ପକାଇଲେ

ଚାଷୀଙ୍କ ବଡ ପ୍ରତିବାଦକୁ ଭଣ୍ଡୁର କଲା ପୋଲିସ; ବାଲିଅନ୍ତାରେ ବ୍ୟାରିକେଡ଼ କରି ଡେରା ପକାଇଲେ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ  ପାଇଁ ୨୧ ପ୍ଲାଟୁନ୍ ପୋଲିସର ସମର ସଜ୍ଜା । ଚିନ୍ତା ବି ବଢ଼ି ଯାଇଛି । ଚାରିଆଡେ ପୋଲିସ ଛାଉଣୀ । କିଭଳି ରାଜଧାନୀରେ ଏଣ୍ଟ୍ରି କରିପାରିବେ ନାହିଁ ସେ ନେଇ ପୋଲିସ ସମସ୍ତ ଉଦ୍ୟମ କରୁଛି । ବାଲିଅନ୍ତା, ହଂସ ପାଳ ଓ ହାଇଟେକ୍ ଛକରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦକୁ ଆଖି ଆଗରେ ରଖି ହାଇଟେକରେ ୭ ପ୍ଲାଟୁନ ଓ ହଂସପାଳ ରେ ୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ରାଜଧାନୀ ସମେତ ମୋଟ ଉପକଣ୍ଠରେ ୨୧ ପ୍ଲାଟୁନ ପୋଲିସ  ଫୋର୍ସ ମୁତୟନ । ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବିରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ହେବ ପ୍ରତିବାଦ । ତା ପୂର୍ବରୁ ସଜାଗ ହୋଇଛି ପୋଲିସ । ବାଲିଅନ୍ତା , କଟକ ପଟୁ ଦୁଇଟି ଦିଗରୁ ଆସିବେ ଚାଷୀ । ତାଙ୍କୁ ଅଟକାଇବାକୁ ପୋଲିସ କରିଛି ସମ୍ମର ସଜ୍ଜା । ସେମାନଙ୍କର ଦାବି ହେଉଛି , ଚାଷୀର ସୁରକ୍ଷା ଭତ୍ତା ୫ ହଜାର । ବୃଦ୍ଧ ବୃଦ୍ଧାଙ୍କ ପେନସନ ୨ହଜାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ୩୦ ଟଙ୍କା ।   କଟନି ଛଟନି ବନ୍ଦ । ଅଖା ପଇସା ଫେରସ୍ତ । ଚାଷୀ ପୁଅକୁ ଚାକିରି । ଚାଷୀ ବିଲକୁ ଜଳସେଚନ, ଓ ବିଜୁଳି ଯୋଗାଇବା ପରି ଦାବି ରହିଛି ।

ଅନ୍ୟପଟେ ବାଲିଅନ୍ତାରେ ବ୍ୟାରିକେଡ଼ କରି ଜଗିଛି ପୋଲିସ । ରାଜଧାନୀ ରାଜରାସ୍ତାକୁ ଚାଷୀଙ୍କୁ ଛାଡୁନି ପୋଲିସ ।ବାଲିଅନ୍ତାରେ ଚାଷୀଙ୍କ ରଣ ହୁଙ୍କାର । ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚାଷୀ । ଭୁବନେଶ୍ୱରରେ ଏଣ୍ଟ୍ରି କରାଇ ଦେଲନି । ପିଏମଜିରେ ପ୍ରତିବାଦ କରିବାକୁ ସୁଯୋଗ ଦେଲନି । ଚାଷୀଙ୍କୁ ରାଜରାସ୍ତା ମନା, ବିଧାନସଭା ଆଗରେ ପ୍ରତିବାଦ ମନା । ଏହି ମନମୁଖୀ ନୀତି ବିରୋଧରେ ଧାମ ନଗର ଯିବୁ, ଅଟକାଇ ଦେଖ । ଆଗକୁ ଏହି ଲଢ଼ାଇ ଜୋରଦାର ହେବ ବୋଲି ଚାଷୀ କହିଛନ୍ତି । ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟା ମଧୁମିତା ସାମଲ କହିଛନ୍ତି " ଆଗାମୀ ଦିନରେ ଲଢେଇ ହେବ। ସରକାର ମନମୁଖୀ ହୋଇଛନ୍ତି । ଚାଷୀଙ୍କ ଉପରେ ବର୍ବର୍ ଆକ୍ରମଣ ପୂର୍ବରୁ ହୋଇଛି । ଅତୀତରେ ଚାଷୀ ବିଧାନସଭାରେ ପ୍ରବେଶ କରି ସରକାରଙ୍କୁ ହରଡଘଣାରେ ପକାଇଥିଲେ । ଦୁଇବର୍ଷ ତଳେ ଖୋର୍ଦ୍ଧା , କଟକ, ନୟାଗଡ଼ରେ ଚାଷୀ ଆନ୍ଦୋଳନ କରିବା ସହିତ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଫଳରେ ଚାଷୀଙ୍କ ନିଦ ହଜି ଯାଇଥିଲା । ଏବେ ସରକାର ଆମକୁ ରାଜଧାନୀକୁ ମନା କରିଛନ୍ତି । ଆମେ ଚ୍ୟାଲେଞ୍ଜ କରୁଛୁ ଆଗକୁ ଆମେ ଧାମନଗର ଯିବୁ।"  
Published by:Soubhagya Mishra
First published: