News18 Odia Digital
ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମସ ଓଡିଶା ପୋର୍ଟାଲରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ୬୦ ପ୍ରତିଶତ ମାର୍କ ରଖିଥିବା ପିଲା ଭଲ କଲେଜ ରେ ସିଟ ପାଇବା ନେଇ ଚିନ୍ତା ପ୍ରକାଶ ପାଇଛି।
ମାଟ୍ରିକ ଫଲ ପ୍ରକାଶ ପରେ ଏବେ ହାଇଅର ସେକେଣ୍ଡାରୀ ସ୍କୁଲରେ ନାମ ଲେଖେଇବା ନେଇ ବଢୁଛି ଚିନ୍ତା। ଚଳିତ ବର୍ଷ ୬୦ ପ୍ରତିଶତ ପିଲା ଭଲ କଲେଜ ରେ ସିଟ ପାଇବା ନେଇ ଚିନ୍ତା ବଢିଛି ତା ସାଙ୍ଗକୁ ବଢୁଛି କଟ ଅଫ ମାର୍କ ଚିନ୍ତା। ୨୦୫୭ କଲେଜରେ ରହିଛି ସାଢ଼େ ୪ଲକ୍ଷ ସିଟ। ଚଳିତବର୍ଷ ମାଟ୍ରିକ ପାସ କରିଛନ୍ତି ୫ଲକ୍ଷ ୧୫ହଜାର ୪୫୨ ଜଣ ଛାତ୍ରଛାତ୍ରୀ। ସେଠି ମଧ୍ୟରୁ ୮ହଜାର ୧୧୯ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୨୫୦୦ ଛାତ୍ରଛାତ୍ରୀ ୯୫% ନମ୍ବର ରଖିଛନ୍ତି। ଯାହାକୁ ନେଇ କଟ ଅଫ ମାର୍କ ଓ ନା କରା କଲେଜରେ ସିଟ ପାଇବା ନେଇ ଚିନ୍ତା ବଢିଛି।
ଏବେ ନଜର ପକାଇବା ଗତବର୍ଷର ଶ୍ରେଷ୍ଠ ୩ ହାଇଅର ସେକେଣ୍ଡାରୀ ସ୍କୁଲର କଟଅଫ ମାର୍କ ଉପରେ। ବିଜ୍ଞାନରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ ୯୦% କଟ ଅଫ ରହିଥିବାବେଳେ ଦ୍ଵିତୀୟ ରେ ୮୮.୩୩ ସହ ବିଜେବି ଓ ତୃତୀୟ ରେ ୮୫.୫୦ ସହ ରହିଥିଲା ଫକୀର ମୋହନ କଲେଜ। ସେହିଭଳି ବାଣିଜ୍ୟରେ ୮୦% ସହ ରେଭେନ୍ସା ପ୍ରଥମ , ୭୫.୫୦ ସହ ଦ୍ଵିତୀୟ ରେ ଶୈଳବାଲା ମହିଳା ହାଇଅର ସେକେଣ୍ଡାରୀ ସ୍କୁଲ ଓ ତୃତୀୟ ରେ ୭୩.୬୭% ସହ ରହିଥିଲା ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ। କଳାରେ ୭୬.୫୦% ସହ ଆଗରେ ରେଭେନ୍ସା, ଦ୍ଵିତୀୟ ରେ ୭୬.୪୦% ସହ ବିଜେବି ଓ ୭୩.୧୭ % ସହ ଭଦ୍ରକ ଜୁନିଅର କଲେଜ ରହିଥିଲା। ଚଳିତ ବର୍ଷ କଟ ଅଫ କେଉଁ ଆଧାରରେ ହେବ ଓ କେତେ ମାର୍କ ରହିବ ତାକୁ ନେଇ ଚିନ୍ତା।

ସେପଟେ ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ପ୍ରକାଶ ପାଇଛି ତାରିଖ। ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ଜରିଆରେ ଛାତ୍ରଛାତ୍ରୀ କରିବେ ଆବେଦନ। ସାମସ ଓଡିଶା ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ କମନ ଆପ୍ଲିକେସନ ଫର୍ମ ପୂରଣ କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ବର୍ତ୍ତମାନ ସୁଦ୍ଧା ସିବିଏସଇ ଓ ଆଇସିଏସଇ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ବାହାରିନଥିବାବେଲେ ତାକୁ ମଧ୍ୟ ଅପେକ୍ଷା ରହିଛି। ଆବଶ୍ୟକ ପଡ଼ିଲେ ନାମଲେଖା ପ୍ରକ୍ରିୟା ଆବେଦନ ଅବଧି ବଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସମସ୍ତ ରେଜଲ୍ଟକୁ ଦେଖି ଆବଶ୍ୟକ ପଡ଼ିଲେ ସିଟ ସଂଖ୍ୟା ବଢ଼ାଯିବ ବୋଲି କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।