News18 Odia Digital
Plus 2 Exam: ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ଏଥର ପରୀକ୍ଷା ଦେବେ ୩ ଲକ୍ଷ ୫୪ହଜାର ୯୩୨ ଜଣ ପରୀକ୍ଷାର୍ଥୀ। ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧୪୫ କେନ୍ଦ୍ର କରାଯାଇଥିବାବେଳେ ୨୦୨ ହବ କରାଯାଇଛି। ଏପ୍ରିଲ ୫ ତାରିଖରେ ପୂରା ପରୀକ୍ଷା ଶେଷ ହେବ।
କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର ୧୪୮ଜଣ ଓ ଧନ୍ଦାମୂଳକରେ ୫ହଜାର ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ପ୍ରଥମ ଦିନରେ ସାହିତ୍ୟ ବିଷୟ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ । ଫେବୃଆରୀ ୨୫ତାରିଖରୁ ସମସ୍ତ ହବ କୁ ପ୍ରଶ୍ନପତ୍ର ପଠାଯାଇଛି। ବୁଧବାର ସକାଳ ୭ଟା ରେ ହବ ରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର। ଦିନ ୧୦ଟା ରେ ଆରମ୍ଭ ହେବ ପରୀକ୍ଷା। ୯ଟାରେ କେନ୍ଦ୍ର କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଆଡମିଟ କାର୍ଡ, ବ୍ଲାକ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କିଛି ପରୀକ୍ଷା ହଲକୁ ନେଇପାରିବେ ନାହିଁ । କୋଭିଡ କଟକଣା ହଟି ଥିବାରୁ କୌଣସି ପରୀକ୍ଷାର୍ଥୀ ମାସ୍କ ପିନ୍ଧି ପରୀକ୍ଷା ଦେଇପାରିବେ ନାହିଁ।
କୋଭିଡ୍ ପାଇଁ ମାଟ୍ରିକ ବୋର୍ଡ ପରୀକ୍ଷା ନ ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଦେବେ ଏଥର ଯୁକ୍ତ ୨ ବୋର୍ଡ ପରୀକ୍ଷା। ଏଣୁ ବୋର୍ଡ ପରୀକ୍ଷାକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି। ଏଥର ଶତ ପ୍ରତିଶତ ସିଲାବସ୍ ରେ ହେଉଛି ପରୀକ୍ଷା, ଏଣୁ ଡର ବି ରହୁଛି ବୋଲି କହିଛନ୍ତି। ତେବେ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପରୀକ୍ଷାର୍ଥୀ।
ହାର ମାନିଛି ବୟସ, ହାରି ନାହାନ୍ତି ୧୦୫ ବର୍ଷୀୟ ସଦିରନସେପଟେ ୬୬୨ ବର୍ଗ ଅଧ୍ୟାପକ ବି ଆନ୍ଦୋଳନ ଛାଡି ପରୀକ୍ଷା କେନ୍ଦ୍ରକୁ ଫେରିଛନ୍ତି। ୧୫ଦିନ ଆନ୍ଦୋଳନ ପରେ ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଯୋଗ ଦେବାକୁ ସହମତ ହୋଇଛନ୍ତି। ହେଲେ ଜାରି ରହିବ ପ୍ରତୀକାତ୍ମକ ଆନ୍ଦୋଳନ। ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା କରିବେ ୬୬୨ ଅଧ୍ୟାପକ। ଆସନ୍ତା ୧୨ତାରିଖ ଭିତରେ ଦାବି ପୂରଣ ନହେଲେ ମୂଲ୍ୟାୟନ ବର୍ଜନ କରିବା ନେଇ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।