ଏଥର ୨୪ ଘଣ୍ଟା ବିଶୁଦ୍ଧ ଜଳ ପାଇବେ କଟକବାସୀ; ଉଦଘାଟିତ ହେଲା Drink from Tap ବ୍ୟବସ୍ଥା

କଟକ ସହରକୁ ୨୪ ଘଣ୍ଟିଆ ସ୍ବଚ୍ଛ ଜଳ ଯୋଗାଣ ନେଇ ଏକ ମେଗା ପ୍ରକଳ୍ପକୁ ମୁଖ୍ୟ ମନ୍ତ୍ରୀ ଗୁରୁବାର ଦିନ ଲୋକାର୍ପିତ କରିଥିଲେ। ଏହି ପ୍ରକଳ୍ପକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ପ୍ରଥମ ଭାଗଟି ମହାନଦୀ ପାଣିକୁ ବିଶୋଧନ କରି ସହରବାସୀଙ୍କୁ ପ୍ରଦାନ କରାଯିବା ଓ ଅନ୍ୟଟି ହେଉଛି Drink from Tap କାର୍ଯ୍ୟକ୍ରମ।

ଏଥର ୨୪ ଘଣ୍ଟା ବିଶୁଦ୍ଧ ଜଳ ପାଇବେ କଟକବାସୀ

ଏଥର ୨୪ ଘଣ୍ଟା ବିଶୁଦ୍ଧ ଜଳ ପାଇବେ କଟକବାସୀ

  • Share this:
News18 Odia Digital

କଟକ: ପ୍ରଗତି ପଥରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ହଜାର ବର୍ଷର ସହର କଟକ। ବର୍ଷ ବର୍ଷ ଧରି ପାନିୟ ଜଳ ଜନିତ ସମସ୍ୟାରେ ଜର୍ଜରିତ ହେଉଥିବା ଓ ଜଳ ଜନିତ ରୋଗରେ ପୀଡିତ ହେଉଥିବା ସହର ବାସିନ୍ଦାଙ୍କୁ ମିଳିଲା ନିସ୍ତାର। କାରଣ ସ୍ବଜଳ ଯୋଜନାରେ ସହରବାସୀଙ୍କୁ ମିଳିଲା ୨୪ ଘଣ୍ଟିଆ ସ୍ବଚ୍ଛ ତଥା ନିର୍ମଳ ପାଣି ପାଇବାର ସୁବିଧା। ଏହା ସହିତ ସହରର ଦୁଇଟି ୱାର୍ଡରେ Drink from Tap ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଦ୍ବାରା ପୁରୀ ପରେ ଦେଶର ଦ୍ବିତୀୟ ସହର ଭାବେ ସ୍ବଚ୍ଛ ତଥା ନିର୍ମଳ ପାଣି ଯୋଗାଣ ସହରର ତାଲିକା ମଧ୍ୟକୁ ଆସିଛି କଟକ ସହର।

କଟକ ସହରକୁ ୨୪ ଘଣ୍ଟିଆ ସ୍ବଚ୍ଛ ଜଳ ଯୋଗାଣ ନେଇ ଏକ ମେଗା ପ୍ରକଳ୍ପକୁ ମୁଖ୍ୟ ମନ୍ତ୍ରୀ ଗୁରୁବାର ଦିନ ଲୋକାର୍ପିତ କରିଥିଲେ । ଏହି ପ୍ରକଳ୍ପକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ପ୍ରଥମ ଭାଗଟି ମହାନଦୀ ପାଣିକୁ ବିଶୋଧନ କରି ସହରବାସୀଙ୍କୁ ପ୍ରଦାନ କରାଯିବା ଓ ଅନ୍ୟଟି ହେଉଛି Drink from Tap କାର୍ଯ୍ୟକ୍ରମ ।

ଏଥିପାଇଁ ମୋଟ ୭୯୦ କୋଟି ଟଙ୍କା ବ୍ୟୟ କରାଯାଇଛି । ମହାନଦୀରୁ ପାଣି ସଂଗ୍ରହ ଓ ଏହାକୁ ବିଶୋଧନ କରିବା ପାଇଁ କଟକର ସିଡିଏ, ଜଗତପୁର ଓ ପ୍ରତାପ ନଗରୀ ଠାରେ ଥିବା ତିନୋଟି ଇଣ୍ଟେକ୍ ୱେଲ ସହ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇଛି । ଏହି ପ୍ଲାଣ୍ଟଗୁଡ଼ିକରୁ ମଧ୍ୟରୁ କଟକ ସିଡିଏ ଠାରେ ନିର୍ମିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଦୈନିକ ୧୨୯ ମିଲିୟନ ଲିଟର ଜଳ ଯୋଗାଣ କରାଯାଉଛି । ସେହିପରି ଜଗତପୁର ଓ ପ୍ରତାପ ନଗରୀ ଠାରେ ଥିବା ପ୍ଲାଣ୍ଟରୁ ଯଥାକ୍ରମେ ୬ ଓ ୮ ମିଲିୟନ ଲିଟର ପାଣିକୁ ଟ୍ରିଟମେଣ୍ଟ କରାଯାଉଛି। ଏହି ତିନୋଟି ପ୍ରକଳ୍ପ ଜରିଆରେ ସହରର ୧ ଲକ୍ଷ ୪୦ ହଜାର ପରିବାରର ତଥା ୭ ଲକ୍ଷ ଲୋକଙ୍କୁ ସ୍ବଚ୍ଛ ପାଣି ଯୋଗାଇ ଦେବା ପାଇଁ ଲକ୍ଷ ରଖାଯାଛି।

କଟକ ସହରକୁ ୨୪ ଘଣ୍ଟିଆ ସ୍ବଚ୍ଛ ଜଳ ଯୋଗାଣ ନେଇ ଏକ ମେଗା ପ୍ରକଳ୍ପକୁ ମୁଖ୍ୟ ମନ୍ତ୍ରୀ ଗୁରୁବାର ଦିନ ଲୋକାର୍ପିତ କରିଥିଲେ


ଏହା ବ୍ୟତୀତ ସହରର ୧୫ ଓ ୪୮ ନଂ ୱାର୍ଡରେ Drink from Tap ସୁବିଧା କାର୍ଯକ୍ଷମ ହୋଇଛି । ଏହି ପାଣି ଏତେ ପରିସ୍କାର ଯେ ଏହାକୁ ଆଉ ବିଶୋଧନ କରିବାର ଆବଶ୍ୟକତା ନାହିଁ । ବଜାରରେ ଉବଲବ୍ଧ ଥିବା କିମ୍ବା ବିଭିନ୍ନ ଜଳ ବିଶୋଧନକାରୀ ମେସିନରୁ ବାହାରୁଥିବା ପାଣି ଠାରୁ ଏହି ପାଣିର ଗୁଣବତ୍ତା ଅଧିକ ରହିଛି । ଫଳରେ ଏହି ଦୁଇଟି ୱାର୍ଡର ବାସିନ୍ଦା ଏଣିକି ସିଧାସଳଖ ଟ୍ୟାପ ଖୋଲି ସେହି ପାଣିକୁ ବ୍ୟବହାର କରି ପାରିବେ।

"କଟକ ସହରର ଦୁଇଟି ଜୋନରେ Drink from Tap ସୁବିଧା ଉତ୍ସର୍ଗ କରି ମୁଁ ବହୁତ ଖୁସି । ଏହା ସହିତ ସାରା ସହରର ଲୋକ ଯେପରି ଏହି ସୁବିଧା ପାଇବେ ସେଥିପାଇଁ ଆଜି କାର୍ଯ୍ୟ ଆରମ୍ଭ କରାଗଲା । ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହେବ । Drink from Tap କାର୍ଯ୍ୟକ୍ରମ ଶେଷ ହେଲେ ସହରର ୭ ଲକ୍ଷ ଲୋକ ଉପକାର ପାଇବେ। ପୁରା ସହରକୁ Drink from Tap କାର୍ଯ୍ୟକ୍ରମ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ," ନିଜ ବକ୍ତବ୍ୟରେ କହିଥିଲେ ମୁଖ୍ୟ ମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟ ମନ୍ତ୍ରୀ କଟକର ଦୁଇଟି ଜୋନ୍‌ରେ Drink from Tap କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ ସାରା ସହର ପାଇଁ Drink from Tap କାର୍ଯ୍ୟକ୍ରମ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ୩୬୦ କୋଟି ଟଙ୍କା ବିନିଯୋଗ କରାଯିବ।

ସେପଟେ Drink from Tap କାର୍ଯ୍ୟକ୍ରମରେ ସ୍ବଚ୍ଛ ପିଇବା ପାଣିକୁ ବ୍ୟବହାର କରୁଥିବା ଲୋକଙ୍କୁ ଏନେଇ ବହୁତ କମ ମୂଲ୍ୟ ଦେବାକୁ ପଡ଼ିବ। ପ୍ରତି ଏକ ହଜାର ଲିଟର ପାଇଁ ମାତ୍ର ୫ ଟଙ୍କାର ଦେୟ ଧାର୍ଯ୍ୟ କରାଯାଇଛି । ଏହି ଦେୟ ସଂଗ୍ରହ କାର୍ଯ୍ୟ ପାଇଁ ସହରର ସମସ୍ତ ୫୯ଟି ୱାର୍ଡରେ ଜଣେ ଜଳସାଥିଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଜଳସାଥିମାନେ ଲୋକଙ୍କ ଠାରୁ ଦେୟ ସଂଗ୍ରହ କରିବା ସହ ନିୟମିତ ବ୍ୟବଧାନରେ ଟ୍ୟାପରୁ ବହାରୁଥିବା ପାଣିର ଗୁଣବତ୍ତା ମଧ୍ୟ ଯାଞ୍ଚ କରିବେ।

"ଯେଉଁ ଯେଉଁ ସ୍ଥାନରେ Drink from Tap ବ୍ୟବସ୍ଥା କରାଯିବ ସେଠାରେ ଘରେ ଘରେ ଗୋଟିଏ ଗୋଟିଏ ୱାଟର ମିଟର ଲାଗିବ । ୪୮ ନମ୍ବର ୱାର୍ଡରେ ୩,୧୨୭ଟି ଘରେ ଏହି ୱାଟର ମିଟର ଲାଗିଛି । ଓ ୧୫ ୱାର୍ଡର ଆଶିଂକ ଭାଗକୁ ଲାଗିଥିବା ଏହି ବ୍ୟବସ୍ଥାରେ ଆମେ ୨୬୨ ଜଣଙ୍କ ଘରେ ୱାଟର ମିଟର ଲାଗାଇଛୁ," କହିଥିଲେ ୱାଟକୋର ମହାପ୍ରବନ୍ଧକ ଦେବବ୍ରତ ମହାନ୍ତି।

କଟକ ବାଲିଯାତ୍ରା ପଡ଼ିଆରେ ଉଦଘାଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଭିସି ଜରିଆରେ ମୁଖ୍ୟ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାଜ ଜେନା ଓ ସଚିବ ଜି.ମାଥିଭାତନଙ୍କ ସେମେତ କିଛି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।
Published by:Lipina Das
First published:
)}