ଦୀର୍ଘ ଦିନର ସ୍ବପ୍ନ ହେବ ପୂରଣ; କଟକବାସୀଙ୍କୁ ମିଳିବ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ

ଜାନୁଆରୀ ୬ରୁ ସହରବାସୀଙ୍କୁ ମିଳିବାକୁ ଯାଉଛି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ। କଟକ ସିଡିଏଠାରେ ନିର୍ମିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଦୈନିକ ୧୨୯ ମିଲିଅନ ଲିଟର ଜଳ ଯୋଗାଣ କରାଯିବ ସହରବାସୀଙ୍କୁ।

କଟକବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ (ପ୍ରତୀକାତ୍ମକ ଛବି)

କଟକବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଜାନୁଆରୀ ୬ରୁ ସହରବାସୀଙ୍କୁ ମିଳିବାକୁ ଯାଉଛି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ। କଟକ ସିଡିଏଠାରେ ନିର୍ମିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଦୈନିକ ୧୨୯ ମିଲିଅନ ଲିଟର ଜଳ ଯୋଗାଣ କରାଯିବ ସହରବାସୀଙ୍କୁ। ଏଥିପାଇଁ ମହାନଦୀର ଜଳକୁ ବିଶୋଧନ କରି ବିଶୁଦ୍ଧ ପାନୀୟ ଜଳକୁ ଘରେ ଘରେ ପହଞ୍ଚାଇବାକୁ ଚାଲିଛି ପ୍ରକ୍ରିୟାକରଣ।

ଏହି ପାଣି ପ୍ଲାଣ୍ଟରେ ମହାନଦୀ ନଦୀରୁ ପାଇପ ଯୋଗେ ପାଣି ଆସିବା ପରେ ପ୍ରଥମେ କେମିକାଲ ଡୋଜିଙ୍ଗ ଦ୍ୱାରା ଗୋଳି ଓ ପଙ୍କକୁ ଅଲଗା କରି ଫିଲଟର କରାଯାଉଛି। ପରେ କ୍ଲୋରିନ ୱାଟର ଚାନେଲ ଦ୍ୱାରା ବିଶୁଦ୍ଧ କରି ମାଟି ତଳ ଜଳାଶୟରେ ସଂରକ୍ଷଣ କରାଯାଉଛି।ମୋଟ ୧୦ଟି ପର୍ଯୟରେ ଜଳ ବିଶୋଧନ ଓ ବିଶୁଦ୍ଧ ହେବାପରେ ଏହାକୁ ପାଇପ ଯୋଗେ ଯୋଗାଇବା କାମ ଆରମ୍ଭ ହେବ।ସବୁଠାରୁ ବଡ଼ କଥା ହେଲା ପାଣିରେ କେତେ ପରିମାଣରେ ଅମ୍ଳ ରହିଛି ଓ କେତେ ଗୋଳି ଅଂଶ ରହିଛି ତାହା ଲାବରେଟୋରିରେ ପରୀକ୍ଷା କରଯାଇଥାଏ। ଦୈନିକ ୧୨୯ ମିଲିଅନ ଲିଟର କ୍ଷମତା ବିଶିଷ୍ଟ ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ଖର୍ଚ୍ଚ କରିଛି ୫୦.୬୮ କୋଟି ଟଙ୍କା।

ଏହାଛଡା କଟକ ଜଗତପୁର ଓ ପ୍ରତାପ ନଗରୀରେ ଯଥାକ୍ରମେ ୬ ଓ ୮ ମିଲିଅନ ଲିଟର କ୍ଷମତା ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ମଧ୍ୟ ପିଇବା ପାଣି ଯୋଗା ଯିବ ।ପ୍ରତାପ ନଗରୀ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ୪୬ ହଜାର ଜନସାଧାରଣ ଉପକୃତ ହେବାକୁ ଥିବା ବେଳେ ଜଗତପୁର ପ୍ରକଳ୍ପରୁ ୩୬,୫୦୦ ଲୋକେ ଉପକୃତ ହୋଇପାରିବେ। ମୋଟ ୩ଟି ଯାକ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ସହରର ୭ ଲକ୍ଷ ଲୋକ ଉପକୃତ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ସହରର ୨୪ ଗୋଟି ୱାର୍ଡକୁ ପାଣି ଯୋଗାଣ ଆରମ୍ଭ କରାଯିବାକୁ ଥିବା ବେଳେ ଖୁବଶୀଘ୍ର ସମସ୍ତ ୱାର୍ଡକୁ ପାଣି ଯୋଗାଯିବ ବୋଲି କହିଛନ୍ତି ୱାଟକୋ ମହାପ୍ରବନ୍ଧକ ଦେବବ୍ରତ ମହାନ୍ତି।

ଏହାଛଡା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ଦୁଇ ଗୋଟି ପାଇଲଟ ପ୍ରକଳ୍ପର ଜାନୁଆରୀ ୬ ତାରିଖରେ ଶୁଭାରମ୍ଭ କରାଯିବ । କଟକ ସହରର ୧୫ ନମ୍ବର ଓ ୪୮ ନମ୍ବର ୱାର୍ଡରେ ଏହି ଯୋଜନାର ଶୁଭାରମ୍ଭ କରାଯିବ। ଯେଉଁଥିରେ ୨୪ ହଜାର ଲୋକେ ଉପକୃତ ହୋଇପାରିବେ।ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ।

କଟକ ବାସିନ୍ଦା ସୁନୀଲ ଦ୍ବିବେଦୀ," କହିଛନ୍ତି ପୂର୍ବରୁ ବିଶୁଦ୍ଧ ଜଳ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ଦୀର୍ଘଦିନ ଅପେକ୍ଷା ପରେ ଏବେ ବିଶୁଦ୍ଧ ପାଣି ମିଳିବାକୁ ଯାଉଥିବାରୁ ଏହାକୁ ନେଇ ସହରବାସୀ ଖୁସି ପ୍ରକାଶ କରିବା ସହ ଏହି ପ୍ରକଳ୍ପକୁ ସ୍ୱାଗତ କରିଛନ୍ତି"।
Published by:Soumya Das
First published:
)}