ରାଜ୍ୟ ବିଜେପିକୁ ସଂଗଠନ ଚିନ୍ତା; ୨୦୨୪ ନିର୍ବାଚନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି ଦଳ

୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ କରୁଛି ରୋଡ଼ ମ୍ୟାପ। ଦୁଇ ଦିନ ଧରି ଚାଲିଥିବା ରୁଦ୍ଧଦ୍ବାର ବୈଠକରେ ଦଳ କିଭଳି ସୁଦୃଢ଼ ହେବ ସେ ନେଇ ବ୍ୟାପକ ଆଲୋଚନା ହୋଇଛି।

୨୦୨୪ ନିର୍ବାଚନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି ଦଳ (ପ୍ରତୀକାତ୍ମକ ଛବି)

୨୦୨୪ ନିର୍ବାଚନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି ଦଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ସଂଗଠନ ଚିନ୍ତା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ କରୁଛି ରୋଡ଼ ମ୍ୟାପ। ୧୩, ୧୪ ଦୁଇ ଦିନ ଧରି ଚାଲିଥିବା ରୁଦ୍ଧଦ୍ବାର ବୈଠକରେ ଦଳ କିଭଳି ସୁଦୃଢ଼ ହେବ ସେ ନେଇ ବ୍ୟାପକ ଆଲୋଚନା ହୋଇଛି।କୋର କମିଟି ବୈଠକ ବସିଥିବା ବେଳେ ସଂଯୁକ୍ତ ମୋର୍ଚ୍ଚାର ବୈଠକ ମଧ୍ୟ ବସି ସାରିଚି। ବୁଥ କିଭଳି ମଜଭୂତ ହେବ ଓ ବାଟମାରଣା ହେଉଥିବା କେନ୍ଦ୍ରୀୟ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତା ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଓଡ଼ିଶାରେ ଦଳକୁ ଆହୁରି ବଳ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । ୨୦୨୪ ସାଧାରଣ ନିର୍ବାଚନର ଟାର୍ଗେଟ ନେଇ ସଂଗଠନର ମୂଳ ମଜବୁତ କରିବାକୁ ଦୁଇ ଦିନିଆ ବୈଠକ କରିଛିବିଜେପି । ବ୍ରଜରାଜନଗର ଉପନିର୍ବାଚନ ପରେ ଚିନ୍ତନ ବୈଠକ କରିବ ଭାରତୀୟ ଜନତା ପାର୍ଟି ।ଗତକାଲି କୋର କମିଟି ବୈଠକ ପରେ ଆଜି ବସିଛି ସଂଯୁକ୍ତ ମୋର୍ଚ୍ଚା ବୈଠକ । ଏକାଠି ହୋଇଛନ୍ତି ରାଜ୍ୟ ବିଜେପିର ସାତଟି ମୋର୍ଚ୍ଚାର ପଦାଧିକାରୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଉପସ୍ଥିତ ଥିଲେ । ୭ ମୋର୍ଚ୍ଚା ସହ ଆଲୋଚନା କରିଛନ୍ତି ପ୍ରଭାରୀ । ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଲୋଚନା ହେଉଛି ।

ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ଓବିସି ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆଦି ମୋର୍ଚ୍ଚା ବୈଠକରେ ସାମିଲ ହୋଇଥିଲେ । ତେବେ ଦଳ କାହିଁକି ପଞ୍ଚାୟତ, ପୌର ଓ ଉପ ନିର୍ବାଚନରେ ଖରାପ ପ୍ରଦର୍ଶନ କଲା? କଣ କଲେ ଭଲ କରିପାରିଥାନ୍ତା? ଏନେଇ ସବୁ ମୋର୍ଚ୍ଚାଟ ମତାମତ ଜାଣିବାକୁ ଚାହିଁ ଥିଲେ ପ୍ରଭାରୀ। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର କିଭଳି ନିଜ ନାଁରେ କରୁଛନ୍ତି ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବୁଥ ମଜଭୁତ କରିବା ପାଇଁ କାମ କରିବା କୁ ପରାମର୍ଶ ଦେଇଥିଲେ ପ୍ରଭାରୀ ଓ ରାଜ୍ୟ ସଭାପତି।

କୋର କମିଟିରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଯାଇଛି । ବିଜେପି ସାଂସଦ ଥିବା ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ୧୦୦ଟି ଦୁର୍ବଳ ବୁଥ ବୁଲି ସମୀକ୍ଷା କରିବାକୁ ସାଂସଦ ମାନଙ୍କୁ ଦିଆଯାଇଛି ଦାୟିତ୍ଵ । ବ୍ରଜରାଜନଗର ନିର୍ବାଚନ ପାଇଁ ରଣ କୌଶଳ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗ, ରାଜନୈତିକ ପ୍ରସଙ୍ଗ, ପୁରୀ ହେରିଟେଜ କରିଡର ବିବାଦ ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।ଦଳକୁ ଆଗକୁ ବଢ଼ିବାକୁ ବିଭିନ୍ନ ନିର୍ଣ୍ଣୟ ନିଆଯାଇଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ଓ ଜିଲ୍ଲାୱାରୀ ଅଭିଯାନ ଆରମ୍ଭ କରାଯିବ । ଏହି ୧୫ ଦିନିଆ ଅଭିଯାନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରକୁ ନେବା ପାଇଁ ବିଭିନ୍ନ ଖସଡ଼ା ପ୍ରସ୍ତୁତ ହୋଇଛି।
Published by:Soumya Das
First published: